ଆଇପିଏଲ୍‌ ଚାଲିଥିବା ବେଳେ ଅଧିନାୟକ ପଦରୁ ବିଦା ହେବେ ବିରାଟ!

ଦୁବାଇ: ଟିମ ଇଣ୍ଡିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି)ର ଅଧିନାୟ ବିରାଟ କୋହଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିରାଟଙ୍କୁ ଅଧିନାୟକ ପଦରୁ ବିଦା କରିବା ପାଇଁ ଆରସିବି ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣାପଡ଼ିଛି। ଏହାର ପ୍ରମୁଖ କାରଣ ହେଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଆରସିବିର ପ୍ରଦର୍ଶନ। ଠିକ୍‌ ମ୍ୟାଚ୍‌ ପୂର୍ବରୁ ବିରାଟ ଚଳିତ ଆଇପିଏଲ ପରେ ଆଉ ଆରିସିବିର ଅଧିନାୟକ […]

Virat

Virat

Hemant Lenka
  • Published: Wednesday, 22 September 2021
  • Updated: 22 September 2021, 12:23 PM IST

Sports

Latest News

ଦୁବାଇ: ଟିମ ଇଣ୍ଡିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି)ର ଅଧିନାୟ ବିରାଟ କୋହଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିରାଟଙ୍କୁ ଅଧିନାୟକ ପଦରୁ ବିଦା କରିବା ପାଇଁ ଆରସିବି ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣାପଡ଼ିଛି।

ଏହାର ପ୍ରମୁଖ କାରଣ ହେଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଆରସିବିର ପ୍ରଦର୍ଶନ। ଠିକ୍‌ ମ୍ୟାଚ୍‌ ପୂର୍ବରୁ ବିରାଟ ଚଳିତ ଆଇପିଏଲ ପରେ ଆଉ ଆରିସିବିର ଅଧିନାୟକ ପଦ ସମ୍ଭାଳିବେ ନାହିଁ ବୋଲି କହିଥିଲେ। ଏହାର ପ୍ରଭାବ କୋଲକାତା ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା।

ବିରାଟ ନିଜେ ୫ ରନ୍ କରି ଆଉଟ ହୋଇଥିଲେ। ଏହାପରେ ପୂରା ଟିମ୍ ୯୨ ରନରେ ଅଲଆଉଟ ହୋଇଯାଇଥିଲା। ବୋଲିଂ ବେଳେ ବିରାଟ ଯେଉଁ ଏଗ୍ରେସନ ଦେଖାନ୍ତି, ତାହା ମଧ୍ୟ ସେଦିନ ମ୍ୟାଚରେ ଦେଖିବାକୁ ମିଳି ନଥିଲା। ବିରାଟଙ୍କ ଠାରୁ ଆରମ୍ଭ କରି ତାଙ୍କ ଟିମର ସବୁ ସଦସ୍ୟଙ୍କ ଆବଭାବ ଆଦୌ ଠିକ୍ ନଥିଲା।

ଏହାର ପ୍ରଭାବ ଆଗାମୀ ମ୍ୟାଚ୍ ଗୁଡ଼ିକ ଉପରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ଟିମ୍ ମ୍ୟାନେଜମେଣ୍ଟ ଆଇପିଏଲ ଅଧାରୁ ହିଁ ବିରାଟଙ୍କ ବଦଳରେ ଆଉ ଜଣଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିବାକୁ ଚାହୁଁଛି।

କୋଲକାତା ବିପକ୍ଷ ମ୍ୟାଚ୍‌ ପରେ ଗୌତମ ଗମ୍ଭୀରଙ୍କ ଠାରୁ ଆରମ୍ଭ କରି ଅନେକ କ୍ରିକେଟର ବିରାଟଙ୍କ ଅଧିନାୟକ ପଦ ଛାଡ଼ିବା ନେଇ ଯେଉଁ ସମୟରେ ଘୋଷଣା କରିଛନ୍ତି, ତା’ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଜଣେ ପୂର୍ବତନ କ୍ରିକେଟର ନିଜ ନାଁକୁ ଗୋପନ ରଖି କହିଛନ୍ତି, ଏବେ ଯାହା ଲାଗୁଛି ବିରାଟଙ୍କୁ ଟୁର୍ଣ୍ଣାମେଣ୍ଟର ଅଧାରୁ ଅଧିନାୟକ ପଦରୁ ବିଦା କରାଯାଇ ପାରେ।

ଆପଣମାନେ ସମସ୍ତେ କୋଲକାତା ବିପକ୍ଷରେ ସେ କେମିତି ଖେଳିଲେ, ତା’କୁ ଦେଖିଥିବେ। ଯାହା ଜଣାପଡ଼ୁଛି ସେ ଅତିରିକ୍ତ ଚାପରେ ରହିଥିଲେ। କ’ଣ ସବୁ ମ୍ୟାଚ୍‌ରେ ଘଟିଲା, ତା’ର ଟେର ମଧ୍ୟ ବିରାଟ ପାଇଲେ ନାହିଁ। ତେଣୁ ତାଙ୍କୁ ଅଧାରୁ କ୍ୟାପ୍ଟେନ ପଦରୁ ବିଦା କରିବାର ଆଶଙ୍କା ପ୍ରକାଶ ପାଇଛି।

ପୂର୍ବରୁ ଅନେକ ଦଳ ଏପରି କରିଛନ୍ତି। ଦୀନେଶ କାର୍ତ୍ତିକ ଓ ଡାଭିଡ ୱାର୍ଣ୍ଣରଙ୍କ ଭଳି ଖେଳାଳିଙ୍କ ସହ ଏପରି ଘଟିଛି। ସେମାନେ କ୍ୟାପ୍ଟେନ ପଦରୁ ବିଦା ହୋଇଛନ୍ତି କିମ୍ବା ଏହି ଦାୟିତ୍ୱରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ତେଣୁ ଆରିସିବି ସହ ମଧ୍ୟ ସେମିତି ହୋଇପାରେ।

ଯଦି ଆଉ ଗୋଟିଏ ଖରାପ ମ୍ୟାଚ୍‌ ଦେଖିବାକୁ ମିଳିଲା, ତା’ହେଲେ ବିରାଟ ଆରିସିବିର ଅଧିନାୟକ ପଦରୁ ବିଦା ହେବା ନିଶ୍ଚିତ ବୋଲି ପୂର୍ବତନ କ୍ରିକେଟର ଜଣଙ୍କ କହିଛନ୍ତି।

୨୦୧୩ ଆଇପିଏଲ ପୂର୍ବରୁ ବିରାଟ ଆରିସିବିର ଅଧିନାୟକ ଦାୟିତ୍ୱ ପାଇଥିଲେ। ସେ ଏକମାତ୍ର କ୍ରିକେଟ ଯିଏ ଆଇପିଏଲ ଆରମ୍ଭରୁ ହିଁ ଆରସିବି ସହ ଜଡ଼ିତ ହୋଇ ରହିଛନ୍ତି। ବିରାଟ ଇତି ମଧ୍ୟରେ ୧୩୨ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିବା ବେଳେ ୬୬ରେ ହାରିଛନ୍ତି ଓ ୬୨ଟିରେ ଜିତିଛନ୍ତି। ୪ଟି ମ୍ୟାଚ୍‌ର ରେଜଲ୍ଟ ବାହାରି ପାରି ନାହିଁ।

ବିରାଟଙ୍କ ବଦଳରେ ଆରସିବି ଏବି ଡିଭିଲିୟର୍ସଙ୍କୁ ଅଧିନାୟକ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିରାଟ ଓ ଡିଭିଲିୟର୍ସ ଭଲ ବନ୍ଧୁ। ଦଳରେ ଡିଭିଲିୟର୍ସଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି। ତାଙ୍କୁ ସମସ୍ତେ ସମ୍ମାନ କରନ୍ତି। ତେଣୁ ବିରାଟଙ୍କ ଉତ୍ତରାଧିକାରୀ ଭାବେ ଡିଭିଲିୟର୍ସ ହିଁ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos