ପୂର୍ବତନ କ୍ରିକେଟରଙ୍କ ମା’ଙ୍କୁ ସହାୟତାର ହାତ ବଢ଼ାଇଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉଏକ ମହତ କାମ କରିଛନ୍ତି । କିଛିଦିନ ତଳେ ବିରାଟ୍ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମିଶି ଦେଶରେ କୋଭିଡ୍‌-୧୯ ପୀଡ଼ିତଙ୍କ ସହାୟତା ପାଇଁ ଏକ ଫଣ୍ଡ ସ୍ଥାପନା କରି ଏଥିରେ ପ୍ରାୟ ୧୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏବେ କୋହଲି ଭାରତର ପୂର୍ବତନ ମହିଳା କ୍ରିକେଟରଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି । ଭାରତୀୟ ମହିଳା ଦଳର ପୂର୍ବତନ କ୍ରିକେଟର୍ କେଏସ୍ ଶ୍ରାବନ୍ତୀ […]

virat-kohli

Ranjit Kumar Jena
  • Published: Thursday, 20 May 2021
  • , Updated: 20 May 2021, 03:46 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉଏକ ମହତ କାମ କରିଛନ୍ତି । କିଛିଦିନ ତଳେ ବିରାଟ୍ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମିଶି ଦେଶରେ କୋଭିଡ୍‌-୧୯ ପୀଡ଼ିତଙ୍କ ସହାୟତା ପାଇଁ ଏକ ଫଣ୍ଡ ସ୍ଥାପନା କରି ଏଥିରେ ପ୍ରାୟ ୧୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏବେ କୋହଲି ଭାରତର ପୂର୍ବତନ ମହିଳା କ୍ରିକେଟରଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ।

ଭାରତୀୟ ମହିଳା ଦଳର ପୂର୍ବତନ କ୍ରିକେଟର୍ କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି । ଶ୍ରାବନ୍ତୀଙ୍କ ପାଇଁ ଏସକେ ସୁମନ୍ କରୋନାରେ ଆକ୍ରାନ୍ତ ଅଛନ୍ତି ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହି କାରଣରୁ ତାଙ୍କ ଚିକିତ୍ସାରେ ବହୁତ ଖର୍ଚ୍ଚ ହୋଇସାରିଲାଣି ।

ଶ୍ରାବନ୍ତୀ ନିଜ ମା’ଙ୍କର ଚିକିତ୍ସା ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏଭଳି ସ୍ଥିତିରେ ଶ୍ରାବନ୍ତୀ ନିଜ ମା’ଙ୍କ ଚିକିତ୍ସାରେ ସହାୟତା ପାଇଁ ବିସିସିଆଇ ଓ ହାଇଦ୍ରାବାସ କ୍ରିକେଟ୍ ଆସୋସିଏସନକୁ ସହାୟତା ମାଗିଥିଲେ । ଏହା ପରେ ବିସିସିଆଇର ପୂର୍ବତନ ସଭାପତି ଶିବଲାଲ ଯାଦବଙ୍କ ଭଉଣୀ ଏନ୍ ବିଦ୍ୟା ଯାଦବ ସୋଶାଲ ମିଡିଆରେ ବିରାଟ୍ କୋହଲିଙ୍କୁ ଟ୍ୟାଗ୍ କରିଥିଲେ ଏବଂ ସହାୟତା ମାଗିଥିଲେ।

ଏହା ପରେ କୋହଲି ଶ୍ରାବନ୍ତୀଙ୍କୁ ଆର୍ଥିକ ସହାୟତା କରିଛନ୍ତି । କୋହଲି ୬.୭୭ ଲକ୍ଷ ଟଙ୍କା ଶ୍ରାବନ୍ତୀଙ୍କୁ ଦେଇଛନ୍ତି । ଏ ନେଇ ବିଦ୍ୟା ଯାଦବ କହିଛନ୍ତି, ’ସତ କହିବାକୁ ଗଲେ କୋହଲିଙ୍କୁ ଏତେ ଜଲଦି ସହାୟତା କରିବା ଦେଖି ଚକିତ ହୋଇପଡ଼ିଥିଲି । ଏତେ ବଡ଼ କ୍ରିକେଟର୍‌, ଆଉ ଏତେ ବଢ଼ିଆ ପଦକ୍ଷେପ । ମୁଁ ଭାରତୀୟ ପୁରୁଷ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।’ ଶ୍ରୀଧର ମଧ୍ୟ ଶ୍ରାବନ୍ତୀଙ୍କୁ ସହାୟତା କରିଛନ୍ତି । ଶ୍ରାବନ୍ତୀ ଭାରତୀୟ ଟିମ୍ ପକ୍ଷରୁ ୪ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

Related story