ଫାଇନାଲରେ ହାରିବା ପରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଲେ ବିରାଟ

ନୂଆଦିଲ୍ଲୀ: ପୁଣି ଗୋଟିଏ ଆଇସିସି ଇଭେଣ୍ଟରେ ପରାସ୍ତ ହୋଇଛି ବିରାଟ ବାହିନୀ। ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ୬ ଦିନ ଧରି ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିବା ପରେ ଟିମ୍‌ ଇଣ୍ଡିଆ ଶେଷରେ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ତ ବିଶ୍ୱ ଟେଷ୍ଟର ନୂଆ ଚାମ୍ପିୟନର ଆଖ୍ୟା ପାଇଛି। ତେବେ ଏହି ପରାଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାର ସଙ୍କେତ ଦେଇଛନ୍ତି। ଫାଇନାଲରେ ଭୁଲକୁ ଠାବ କରି ସୁଧାରିବା ଦିଗରେ ମଧ୍ୟ […]

Virat

Virat

Hemant Lenka
  • Published: Thursday, 24 June 2021
  • Updated: 24 June 2021, 06:56 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଗୋଟିଏ ଆଇସିସି ଇଭେଣ୍ଟରେ ପରାସ୍ତ ହୋଇଛି ବିରାଟ ବାହିନୀ। ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ୬ ଦିନ ଧରି ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିବା ପରେ ଟିମ୍‌ ଇଣ୍ଡିଆ ଶେଷରେ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ତ ବିଶ୍ୱ ଟେଷ୍ଟର ନୂଆ ଚାମ୍ପିୟନର ଆଖ୍ୟା ପାଇଛି।

ତେବେ ଏହି ପରାଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାର ସଙ୍କେତ ଦେଇଛନ୍ତି। ଫାଇନାଲରେ ଭୁଲକୁ ଠାବ କରି ସୁଧାରିବା ଦିଗରେ ମଧ୍ୟ ସେ କହିଛନ୍ତି। ସାଉଥାମ୍ପଟନରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍‌ ସମସ୍ତଙ୍କୁ ନିରାଶ କରିଛି।

ପ୍ରଥମ ଦୁଇ ଦିନ ବ୍ୟାଟିଂ କରିବା କଷ୍ଟକର ଥିଲା ସତ, ହେଲେ ଏହାପରେ ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଇଥିଲା। ବିଶେଷ କରି ଶେଷ ଦିନ ଆରମ୍ଭରୁ ଖରା ଲାଗି ରହିଥିଲା। ତଥାପି ଭାରତୀୟ ବ୍ୟାଟସମ୍ୟାନ ଆଦୌ ଭଲ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ଦଳ ୧୭୦ ରନ୍‌ରେ ଅଲଆଉଟ ହୋଇ ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୩୯ ରନ୍‌ର ଟାର୍ଗେଟକୁ ବେଶ ଚମତ୍କାର ଢଙ୍ଗରେ ଚେଜ୍‌ କରି ବିଜୟୀ ହୋଇଥିଲା। ୨୧ ବର୍ଷ ପରେ କ୍ୱିୱି ଟିମ୍‌ କୌଣସି ଆଇସିସି ଟ୍ରଫି ଜିତି ରେକର୍ଡ ସୃଷ୍ଟି କରିଛି।

ମ୍ୟାଚ୍ ପରେ ଆୟୋଜିତ ପ୍ରେସ କନଫରେନ୍ସରେ ବିରାଟ କୋହଲି କହିଛନ୍ତି, ଆମେ ଆଗକୁ ମଧ୍ୟ ଦଳକୁ ସଶକ୍ତ କରିବାକୁ ପ୍ରୟାସ କରିବୁ। ଦଳରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ କ’ଣ ସବୁ ପରିବର୍ତ୍ତନ ଆବଶ୍ୟକ, ତା’ର ଆଲୋଚନା ମଧ୍ୟ ଆଗକୁ ଜାରି ରହିବ। ଆମେ ସବୁବେଳେ ଗୋଟିଏ ପ୍ରକାରର ପାର୍ଟନ କିମ୍ବା ଦୃଷ୍ଟିକୋଣକୁ ନେଇ ଆଗକୁ ଯିବୁ ନାହିଁ।

ଦଳର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯିବ। ଆମେ କେବେ ହେଲେ ଗୋଟିଏ ବର୍ଷ ଅପେକ୍ଷା କରିବୁ ନାହିଁ। ଆମକୁ ବହୁତ ଆଗରୁ ସବୁ କିଛି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆପଣ ଯଦି ଆମ ସୀମିତ ଓଭର ଟିମକୁ ଦେଖିବେ, ତା’ହେଲେ ସେଥିରେ ଗଭୀରତା ରହିଛି। ସବୁ ସଦସ୍ୟ ନିଜ ଉପରେ ବିଶ୍ୱାସ ରଖିଛନ୍ତି ଓ ଭଲ ପ୍ରଦର୍ଶନ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛନ୍ତି।

ଏବେ ଟେଷ୍ଟ ଟିମରେ ସେମିତି କିଛି କରିବାକୁ ହେବ। ଆମକୁ ସବୁ କିଛି ପୁଣି ଯୋଜନା କରିବାକୁ ପଡ଼ିବ। ଆମକୁ ଠିକ୍‌ ଲୋକଙ୍କୁ ଚିହ୍ନଟ କରି ଠିକଣା ସମୟରେ ପ୍ରଦର୍ଶନ କରିବାର ମାନସିକତା ରଖିଥିବା ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ହେବ। ବ୍ୟାଟିଂ କରିବା ବେଳେ କେମିତି ରନ୍‌ ସଂଗ୍ରହ କରିବାକୁ ହେବ, ତା’ ଉପରେ କାମ କରିବାର ରହିଛି ବୋଲି କୋହଲି କହିଛନ୍ତି।

ବିରାଟ ଠିକ୍‌ ଲୋକଙ୍କୁ ଟିମ୍‌କୁ ଆଣିବାର ସମୟ ଆସିଛି ବୋଲି କହିଥିବାରୁ ଆଗକୁ ଦଳରେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story