ଭାରତକୁ ୮ ଓଭରରେ ୯୧ ରନର ଟାର୍ଗେଟ

ନାଗପୁର: ଓଦା ଆଉଟ ଫିଲ୍ଡ ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭାରତକୁ ୯୧ ରନ ଟାର୍ଗେଟ ମିଳିଛି। ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୯୦ ରନ କରିଛି। ଫଳରେ ମ୍ୟାଚ୍‌ ସହ ସିରିଜ୍‌କୁ ୧-୧ରେ ବରାବର କରିବା ପାଇଁ ଘରୋଇ ଟିମ୍‌କୁ ୯୧ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ୨ […]

green

green

Hemant Lenka
  • Published: Friday, 23 September 2022
  • Updated: 23 September 2022, 10:19 PM IST

Sports

Latest News

ନାଗପୁର: ଓଦା ଆଉଟ ଫିଲ୍ଡ ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭାରତକୁ ୯୧ ରନ ଟାର୍ଗେଟ ମିଳିଛି। ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୯୦ ରନ କରିଛି। ଫଳରେ ମ୍ୟାଚ୍‌ ସହ ସିରିଜ୍‌କୁ ୧-୧ରେ ବରାବର କରିବା ପାଇଁ ଘରୋଇ ଟିମ୍‌କୁ ୯୧ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ ଅକ୍ଷର ପଟେଲ ୨ ଓଭରରେ ୧୩ ରନ ଦେଇ ୨ ଜଣ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ସେହିପରି ତାଙ୍କ ଓଭର୍‌ରେ ଗତ ମ୍ୟାଚ୍‌ର ହିରୋ କାମେରନ ଗ୍ରୀନ ମଧ୍ୟ ରନ ଆଉଟ ହୋଇଥିଲେ। ତେବେ ଶେଷ ଭାଗରେ ମାଥ୍ୟୁ ୱେଡ ୨୦ ବଲରେ ଅପରାଜିତ ୪୩ ରନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ  ୯୦ରେ ପହଞ୍ଚିବାକୁ ସକ୍ଷମ ହୋଇଛି।

ନାଗପୁରରେ ଖେଳା ଯାଉଥିବା ମ୍ୟାଚ୍‌ ୮ ଓଭର ବିଶିଷ୍ଟ ହୋଇଥିବାରୁ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ଗ୍ରୀନ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ଓଭର ହାର୍ଦ୍ଦିକ ପାଣ୍ତ୍ୟା ବୋଲିଂ କରୁଥିବା ବେଳେ ୧୦ ରନ ଦେଇଥିଲେ। ଦ୍ୱିତୀୟ ଓଭରରେ ଅକ୍ଷର ପଟେଲ ପକାଇଥିଲେ। ଏହି ଓଭରରେ ୫ ରନ କରିଥିବା ଗ୍ରୀନ ରନ ଆଉଊଟ ହୋଇଥିଲେ ଓ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିତବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ।

ସେହିପରି ତୃତୀୟ ଓଭରେ ୟୁଜି ଚହଲ ୧୨ ରନ ବ୍ୟୟ କରିଥିଲେ। ୪ର୍ଥ ଓଭରରେ ଅକ୍ଷର ମାତ୍ର ୪ ରନ ଦେଇ ବିସ୍ଫୋରକ ବ୍ୟାଟର ଟିମ୍ ଟାଭିଡ(୨)ଙ୍କୁ ଆଉଟ କରିଥିଲେ। ୫ମ ଓଭର ବୋଲିଂ କରିବାକୁ ଆସିଥିଲେ ଯଶପ୍ରୀତ ବୁମ୍ରା। ସେ ୱାଇଡରୁ ନିଜର ସ୍ପେଲ ଆରମ୍ଭ କରିଥିଲେ। ଏଥିସହ ଫିଞ୍ଚ ମଧ୍ୟ ତାଙ୍କୁ ଚୌକା ମାରିଥିଲେ। କିନ୍ତୁ ଶେଷ ବଲରେ ସେ ୩୧ ରନ କରିଥିବା ଫିଞ୍ଚଙ୍କୁ କ୍ଲିନବୋଲ୍ଟ କରି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ।

ଭ୍ରମଣକାରୀ ଟିମ୍ ୪୬ ରନରେ ୪ ୱିକେଟ ହରାଇଥିଲା। ୬ଷ୍ଠ ଓଭରରେ ହର୍ଷଲ ପଟେଲ ୧୩ ରନ ଦେବାରୁ ଦଳୀୟ ସ୍କୋର ୫୯ରେ ପହଞ୍ଚିଥିଲା। ୭ମ ଓଭରରେ ବୁମ୍ରା ୧୨ ରନ ଦେଇଥିଲେ। ଶେଷ ଓଭର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହର୍ଷଲ ପଟେଲଙ୍କୁ ମାଥ୍ୟୁ ୱେଡ ବଡ଼ବଡ଼ ଶଟ ଖେଳିଥିଲେ। ଏଥିସହ ଏହି ଓଭରରେ ୩ଟି ଛକା ସହ ୧୯ ରନ ଆଦାୟ କରିଥିଲେ।

ଫଳରେ ଅଷ୍ଟ୍ରେଲିଆ ୮ ଓଭରରେ ସୁଦ୍ଧା ୯୦ ରନରେ ପହଞ୍ଚିଥିଲା। ଶେଷ ବଲରେ ଷ୍ଟିଭ ସ୍ମିଥ(୭) ରନ ଆଉଟ ହୋଇଥିଲେ। କିନ୍ତୁ ୱେଡ ୨୦ ବଲରେ ଅପରାଜିତ ୪୩ ରନ କରି କ୍ରିଜରେ ରହିଥିଲେ। ଭାରତକୁ ଏବେ ଏହି ମ୍ୟାଚ୍ ଜିତିବା ପାଇଁ ୮ ଓଭରରେ ୯୧ ରନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story