Advertisment

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଡ୍ର’ ହେଲେ, କିଏ ହେବ ଚାମ୍ପିୟନ୍?

ନୂଆଦିଲ୍ଲୀ: ଆସନ୍ତା ମାସ ଜୁନ୍ ୧୮ରୁ ୨୨ ତାରିଖ ଯାଏ ଇଂଲଣ୍ଡରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ଏହି ଐତିହାସକ ମ୍ୟାଚ୍ ପାଇଁ ଅଣ୍ଟା ଭିଡ଼ି ସାରିଲେଣି। ଏହି ମୁକାବିଲାକୁ ଏବେ ଏକ ବଡ଼ ଖବର ଆସିଛି। କ୍ରିକେଟ୍ ପ୍ରେମୀଙ୍କ ମନରେ ଗତ କିଛି ଦିନ ଧରି ଏକ ବଡ଼ ପ୍ରଶ୍ନ ଚାଲିଥିଲା ଯେ ଯଦି ଫାଇନାଲ୍ ମ୍ୟାଚ୍ ଡ୍ର’ ହୁଏ ଅଥବା ଟାଇ […]

ଅଦ୍ୟତନ ହୋଇଛି
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଡ୍ର’ ହେଲେ, କିଏ ହେବ ଚାମ୍ପିୟନ୍?

virat-kohli-and-kane-willia

Advertisment

ନୂଆଦିଲ୍ଲୀ: ଆସନ୍ତା ମାସ ଜୁନ୍ ୧୮ରୁ ୨୨ ତାରିଖ ଯାଏ ଇଂଲଣ୍ଡରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ଏହି ଐତିହାସକ ମ୍ୟାଚ୍ ପାଇଁ ଅଣ୍ଟା ଭିଡ଼ି ସାରିଲେଣି। ଏହି ମୁକାବିଲାକୁ ଏବେ ଏକ ବଡ଼ ଖବର ଆସିଛି। କ୍ରିକେଟ୍ ପ୍ରେମୀଙ୍କ ମନରେ ଗତ କିଛି ଦିନ ଧରି ଏକ ବଡ଼ ପ୍ରଶ୍ନ ଚାଲିଥିଲା ଯେ ଯଦି ଫାଇନାଲ୍ ମ୍ୟାଚ୍ ଡ୍ର’ ହୁଏ ଅଥବା ଟାଇ ହେଲେ, କେଉଁ ଟିମ୍ ବିଜେତା ହେବ।

Advertisment

ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚର କଣ୍ଡିସନ୍ ଉପରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି। ଯଦି ଫାଇନାଲ୍ ମ୍ୟାଚ୍ ଡ୍ର’ କିମ୍ବା ଟାଇ ରୁହେ, ତାହେଲେ ଉଭୟ ଟିମ୍ ଯୁଗ୍ମ ଭାବେ ବିଜେତା ବିବେଚିତ ହେବେ। ଅର୍ଥାତ୍ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଏହି ଐତିହାସିକ ମୁକାବିଲାର ବିଜେତା ହୋଇପାରନ୍ତି।

ଅନ୍ୟପକ୍ଷରେ ଫାଇନାଲ୍ ମୁକାବିଲା ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନିୟମିତ ୫ ଦିନ ପୂରଣ ନହୁଏ, ତାହେଲେ ସେହି ଦିନ ଗୁଡ଼ିକର ଭରଣ ପାଇଁ ଏକ ରିଜର୍ଭ ଡେ’ ରହିବ। ଯଦି ପୂରା ୫ ଦିନ ଖେଳ ପରେ କୌଣସି ସକାରାତ୍ମକ ଫଳାଫଳ ନବାହାରିଲା, ତାହେଲେ କୌଣସି ଅତିରିକ୍ତ ଦିନର ଖେଳ ହେବ ନାହିଁ ଏବଂ ଏଭଳି ସ୍ଥିତିରେ ମ୍ୟାଚକୁ ଡ୍ର’ ଘୋଷଣା କରାଯିବ ବୋଲି ଆଇସିସି କହିଛି।

Advertisment

ଆଇସିସି କହିଛି, ଯଦି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ବଲ୍ ଖେଳିବା ପାଇଁ ପ୍ରୟାସ କରାଯାଇଥିବ, ତାହେଲେ ଡିଆରଏସ୍ ପାଇଁ ଫିଲ୍ଡିଂ ଟିମର କ୍ୟାପଟେନଙ୍କ ପାଖରେ ଅମ୍ପାୟରଙ୍କ ଠାରୁ ପରାମର୍ଶ ନେବାର ପୂର୍ଣ୍ଣ ସ୍ୱାଧୀନତା ରହିବ। ଅନ୍ୟପକ୍ଷରେ ମ୍ୟାଚ୍ ଗ୍ରେଡ୍-୧ ଡ୍ୟୁକ୍ ବଲରେ ଖେଳାଯିବ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ନିୟମରେ ତିନୋଟି ପରିବର୍ତ୍ତନ ସାମିଲ୍‌ ହେବ। ଏହାକୁ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସୁପର ଲିଗ୍ ସିରିଜ୍ ସମୟରେ ଲାଗୁ କରାଯାଇଥିଲା। ଏଥିରେ ଶର୍ଟ ରନ୍, ଖେଳାଳିଙ୍କ ସମୀକ୍ଷା ଏବଂ ଡିଆରଏସ୍ ସମୀକ୍ଷା ଆଦି ନିୟମ ଅନ୍ତର୍ଭୁକ୍ତ ରହିଛି ।

ଶର୍ଟ ରନ୍ କ୍ଷେତ୍ରରେ, ତୃତୀୟ ଅମ୍ପାୟାର ଅନ୍-ଫିଲ୍ଡ ଅମ୍ପାୟାରଙ୍କ ଶର୍ଟ ରନର କୌଣସି ନିଷ୍ପତ୍ତିକୁ ସ୍ୱୟଂ ସମୀକ୍ଷା କରିବେ ଏବଂ ପରବର୍ତ୍ତୀ ବଲ୍ ବୋଲିଂ ପୂର୍ବରୁ ଫିଲ୍ଡ ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ଜଣାଇବେ। ଏଲବିଡବ୍ଲ୍ୟୁ ପାଇଁ ଡିଆରଏସ୍ ନିଆଯିବା ପୂର୍ବରୁ ଫିଲ୍ଡିଂ ଦଳର ଅଧିନାୟକ କିମ୍ବା ଆଉଟ୍ ଦିଆଯାଇଥିବା ବ୍ୟାଟ୍ସମ୍ୟାନ୍ ଅମ୍ପାୟାରଙ୍କୁ ପଚାରି ପାରିବେ ଯେ ବାସ୍ତବରେ ସେ ବଲକୁ ଖେଳିବାକୁ ପ୍ରୟାସ କରିଥିଲେ ନା ନାହିଁ।

ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାଇଁ ଭାରତୀୟ ଟିମ୍ ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡରେ ପହଞ୍ଚିବା ପରେ ଭାରତୀୟ ଟିମ୍ ସେଠାରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ ଏବଂ ଏହି ସମୟ ଭିତରେ ଭାରତୀୟ ଖେଳାଳିମାନଙ୍କୁ ଟ୍ରେନିଂ କରିବା ପାଇଁ ଅନୁମତି ମିଳିବ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆଗରୁ ହିଁ ଇଂଲଣ୍ଡ ପହଞ୍ଚି ସାରିଛି। ଫାଇନାଲ୍ ମୁକାବିଲା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆୟୋଜନ ଦଳ ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe