କରୋନା: ଚହଲଙ୍କ ବାପା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର କ୍ରିକେଟର ୟୁଜବେନ୍ଦର ଚହଲଙ୍କ ବାପାଙ୍କ ଅବସ୍ଥା ଗୁରୁତର ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କ ଶରୀରରେ ଭୀଷଣ ଲକ୍ଷଣ ସବୁ ଦେଖାଯାଇଛି। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଚହଲଙ୍କ ପତ୍ନୀ ଧନଶ୍ରୀ ସୋଶାଲ ମିଡିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ମୋ ଶାଶୂ ଓ ଶ୍ୱଶୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ୱଶୁରଙ୍କ […]

Yuzvendra-Chahal

Hemant Lenka
  • Published: Thursday, 13 May 2021
  • , Updated: 13 May 2021, 04:33 PM IST

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର କ୍ରିକେଟର ୟୁଜବେନ୍ଦର ଚହଲଙ୍କ ବାପାଙ୍କ ଅବସ୍ଥା ଗୁରୁତର ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କ ଶରୀରରେ ଭୀଷଣ ଲକ୍ଷଣ ସବୁ ଦେଖାଯାଇଛି। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଚହଲଙ୍କ ପତ୍ନୀ ଧନଶ୍ରୀ ସୋଶାଲ ମିଡିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ମୋ ଶାଶୂ ଓ ଶ୍ୱଶୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ୱଶୁରଙ୍କ ଶରୀରରେ ଭୀଷଣ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୋ ଶାଶୂ ଘରେ ରହି ଚିକିତ୍ସିତ ହେଉଛନ୍ତି।

ମୁଁ ହସ୍ପିଟାଲରେ ରହିଛି ଓ ମୁଁ ସବୁକିଛି ବିପର୍ଯ୍ୟୟକୁ ଦେଖୁଛି। ମୁଁ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। କିନ୍ତୁ ବନ୍ଧୁଗଣ ଆପଣମାନେ ଦୟା କରି ଘରେ ରୁହନ୍ତୁ ଓ ନିଜ ପରିବାର ସଦସ୍ୟଙ୍କ ଉପଯୁକ୍ତ ଯତ୍ନ ନିଅନ୍ତୁ।”


ନିୟମିତ ବିଭିନ୍ନ କଥା ସୋଶାଲ ମିଡିଆରେ ପୋଷ୍ଟ କରୁଥିବା ଧନଶ୍ରୀ ଆଇପିଏଲର ବାୟୋବବଲ୍ସରେ ଥିବା ବେଳେ ତାଙ୍କ ନିଜ ମା’ ଓ ଭାଇ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ମଧ୍ୟ ସେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ସେ କହିଥିଲେ, ମୋ ମା’ ଓ ଭାଇ କରୋନାରେ ଆକ୍ରାନ୍ତ ହେବା ମୋତେ ଚିନ୍ତାରେ ପକାଇଥିଲା। ମୁଁ ଆଇପିଏଲର ବାୟୋବବଲ୍ସରେ ଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ହେବାରୁ ଅସହାୟ ଅନୁଭବ କରିଥିଲି। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମୁଁ ନିୟମିତ ବୁଝୁଥିଲି।

ନିଜ ପରିବାର ଲୋକଙ୍କ ଠାରୁ ଅଲଗା ରହିବା ନିଶ୍ଚିତ କଷ୍ଟକର ବିଷୟ। ସୌଭାଗ୍ୟବଶତଃ ଉଭୟ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। କିନ୍ତୁ ତାଙ୍କ ଅଙ୍କଲ ଓ ଆଣ୍ଟି କୋଭିଡ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି ଧନଶ୍ରୀ କହିଥିଲେ।


ଚହଲ ୧୪ତମ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ। କରୋନା ଯୋଗୁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।

Related story