ବିରାଟଙ୍କ ଠାରୁ ପାଣ୍ଡ୍ୟାଙ୍କ ଯାଏ କେମିତି ପାଳିଲେ ହୋଲି

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ସାଧାରଣ ଲୋକଙ୍କ ଭଳି ବଡ଼ବଡ଼ କ୍ରିକେଟର ମଧ୍ୟ ପାଳନ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଖର ଧୱନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ପରିବାର ଲୋକଙ୍କ ସହ ହୋଲି ପାଳନ କରିଛନ୍ତି। ଏଥିସହ ରଙ୍ଗର ପର୍ବ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। Wishing everyone a joyful and a safe Holi. May the festivities bring a lot […]

d

Hemant Lenka
  • Published: Tuesday, 10 March 2020
  • , Updated: 10 March 2020, 04:11 PM IST

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ସାଧାରଣ ଲୋକଙ୍କ ଭଳି ବଡ଼ବଡ଼ କ୍ରିକେଟର ମଧ୍ୟ ପାଳନ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଖର ଧୱନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ପରିବାର ଲୋକଙ୍କ ସହ ହୋଲି ପାଳନ କରିଛନ୍ତି। ଏଥିସହ ରଙ୍ଗର ପର୍ବ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପତ୍ନୀ ଅନୁଷ୍କାଙ୍କ ସହ ହୋଲି ପାଳିଥିବା ବିରାଟ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜୟଫୁଲ ଓ ସୁରକ୍ଷିତ ହୋଲିର ଶୁଭେଚ୍ଛା। ଏହି ପର୍ବ ସମସ୍ତଙ୍କ ଜୀବନକୁ ଖୁସିର ରଙ୍ଗରେ ଭରି ଦେଉ।

ସଚିନ ତେନ୍ଦୁଲକର ଟ୍ୱିଟ କରି କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା। ମୁଁ ପ୍ରାର୍ଥନା କରୁଛି ଏହି ହୋଲି ପର୍ବ ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ନୂଆ ଆଶା ଭରିଦେଉ।”

ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ତାଙ୍କ ନିର୍ବନ୍ଧ କଥା ଘୋଷଣା କରିଥିଲେ। ଆଜି ସେ ଓ ଭାଇ କୃନାଲ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ହୋଲି ପାଳନ କରିଛନ୍ତି। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଭାବୀ ପତ୍ନୀ ତଥା ଅଭିନେତ୍ରୀ ନତାଶା ଉପସ୍ଥିତ ଥିଲେ।

ହାର୍ଦ୍ଦିକ, କୃନାଲ, ନତାଶା ଓ କୃନାଲଙ୍କ ପତ୍ନୀ ହୋଲି ପାଳନ କରିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଏହି ଟ୍ୱିଟରେ ସେ ପ୍ୟାଣ୍ଡାସ ପକ୍ଷରୁ ସମସ୍ତଙ୍କୁ ହାପି ହୋଲି ବୋଲି ଲେଖିଛନ୍ତି।

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ଓପନର ଶିଖର ଧୱନ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ହୋଲି ପାଳୁଥିବାର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ନଜର ଲୋକଙ୍କୁ ନିଜ ସହ ଯୋଡ଼ି ଥାଏ ହୋଲି। ଖୁସିର ରଙ୍ଗ ଲଗାଇଥାଏ ହୋଲି।”


ଦ୍ରୁତ ବୋଲର ଦୀପକ ଚହର ତାଙ୍କ ବାପାଙ୍କ ସହ ହୋଲି ପାଳିଛନ୍ତି। ହରଭଜନ ସିଂହ ପତ୍ନୀ ଗୀତା ଓ ଝିଅ ସହ ଫଟୋ ଉଠାଇ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

Related story