ଭାରତୀୟ ଫୁଟବଲ ଦଳର କୋଚ୍ ହେବେ ଇଗୋର ଷ୍ଟିମାକ୍

ନୂଆଦିଲ୍ଲୀ: କ୍ରୋଏସିଆ ବିଶ୍ୱକପ୍ ଟିମର ସଦସ୍ୟ ତଥା ପୂର୍ବତନ ମ୍ୟାନେଜର ଇଗୋର ଷ୍ଟିମାକଙ୍କ ଭାରତୀୟ ଫୁଟବଲ ଦଳର କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି, କାରଣ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ୍)ର ଟେକ୍ନିକାଲ୍ କମିଟି ଗୁରୁବାର ଏହି ଶୀର୍ଷ ପଦ ପାଇଁ ତାଙ୍କ ନାମ ସୁପାରିସ କରିଛି। ଗୁରୁବାର ଟେକ୍ନିକାଲ୍ କମିଟି ୧୯୯୮ ବିଶ୍ୱକପରେ ତୃତୀୟ ସ୍ଥାନରେ ରହିଥିବା କ୍ରୋଏସିଆ ଟିମର ସଦସ୍ୟ ୫୧ ବର୍ଷୀୟ ଷ୍ଟିମାକଙ୍କ ସାକ୍ଷାତକାର ନେଇଥିଲେ। ଏ ନେଇ ଟେକ୍ନିକାଲ୍ କମିଟିର […]

stimac

Hemant Lenka
  • Published: Thursday, 09 May 2019
  • , Updated: 09 May 2019, 08:24 PM IST

ନୂଆଦିଲ୍ଲୀ: କ୍ରୋଏସିଆ ବିଶ୍ୱକପ୍ ଟିମର ସଦସ୍ୟ ତଥା ପୂର୍ବତନ ମ୍ୟାନେଜର ଇଗୋର ଷ୍ଟିମାକଙ୍କ ଭାରତୀୟ ଫୁଟବଲ ଦଳର କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି, କାରଣ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ୍)ର ଟେକ୍ନିକାଲ୍ କମିଟି ଗୁରୁବାର ଏହି ଶୀର୍ଷ ପଦ ପାଇଁ ତାଙ୍କ ନାମ ସୁପାରିସ କରିଛି। ଗୁରୁବାର ଟେକ୍ନିକାଲ୍ କମିଟି ୧୯୯୮ ବିଶ୍ୱକପରେ ତୃତୀୟ ସ୍ଥାନରେ ରହିଥିବା କ୍ରୋଏସିଆ ଟିମର ସଦସ୍ୟ ୫୧ ବର୍ଷୀୟ ଷ୍ଟିମାକଙ୍କ ସାକ୍ଷାତକାର ନେଇଥିଲେ।

ଏ ନେଇ ଟେକ୍ନିକାଲ୍ କମିଟିର ଚେୟାରମ୍ୟାନ୍ ଶ୍ୟାମ ଥାପା କହିଛନ୍ତି, 'ଆମେ ଚାରିଜଣ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ନେବା ପରେ ଷ୍ଟିମାକଙ୍କ ନାମକୁ ଏଆଇଏଫଏଫର କାର୍ଯ୍ୟକାରୀ କମିଟି ନିକଟକୁ ପଠାଇଛୁ। ଷ୍ଟିମାକଙ୍କ ପାଖରେ ଭାରତୀୟ ଫୁଟବଲ ଦଳର କୋଚ୍ ହେବା ପାଇଁ ସବୁ ଯୋଗ୍ୟତା ଅଛି।'

ଏଆଇଏଫଏଫ ଶନିବାର ଷ୍ଟିମାକଙ୍କ ନିଯୁକ୍ତି ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବ। ଷ୍ଟିମାକଙ୍କ ବ୍ୟତୀତ ଅନ୍ୟ ତିନିଜଣ ପ୍ରାର୍ଥୀ ଯଥା ଦକ୍ଷିଣ କୋରିଆର ଲି ମିନ୍-ସୁଙ୍ଗ, ସ୍ପେନର ଆଲବର୍ଟ ରୋକା ଓ ସ୍ୱିଡେନର ହାକାନ୍ ଏରିକସନଙ୍କ ମଧ୍ୟ ସାକ୍ଷାତକାର ହୋଇଥିଲା। ସାକ୍ଷାତକାର ବେଳେ ନବନିଯୁକ୍ତ ଟେକ୍ନିକାଲ୍ ନିର୍ଦ୍ଦେଶକ ଡୋରୁ ଇସାକ୍ ଉପସ୍ଥିତ ଥିଲେ।

Related story