IPL-11: ହାଇଦ୍ରାବାଦକୁ ହରାଇ ଚେନ୍ନାଇ ଗ୍ରୁପ୍‌ ଟପର୍‌

ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ରନ୍‌ରେ ବିଜୀୟ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ମ୍ୟାଚ୍‌ ଅପରାହ୍ନ ୪ଟା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନେସନାଲ୍ ଷ୍ଟାଡ଼ିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସିଏସ୍‌କେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ୍‌ ହରାଇ ମାତ୍ର ୧୭୮ରନ୍‌ କରିପାରିଥିଲା। ଏହି ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ ପାଇଁ ଅମ୍ବାତି ରାଇଡୁ […]

point table

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 12:38 AM IST

ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ରନ୍‌ରେ ବିଜୀୟ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ମ୍ୟାଚ୍‌ ଅପରାହ୍ନ ୪ଟା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନେସନାଲ୍ ଷ୍ଟାଡ଼ିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସିଏସ୍‌କେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ୍‌ ହରାଇ ମାତ୍ର ୧୭୮ରନ୍‌ କରିପାରିଥିଲା। ଏହି ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ ପାଇଁ ଅମ୍ବାତି ରାଇଡୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ରାଇଡୁ ମାତ୍ର ୩୭ଟି ବଲ୍‌ରେ ୭୯ ରନ୍‌ର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ଅନ୍ୟପଟେ ହାଇଦ୍ରାବାଦର ଅଧିନାୟକ ୱିଲିୟମସନ୍‌ ୮୪ ରନ୍‌ର ଇଂନିସ ଖେଳିଥିଲେ ମଧ୍ୟ ଟିମ୍‌କୁ ଜିତାଇପାରିନଥିଲେ। ଏହି ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲରେ ପଞ୍ଜାବକୁ ପଛରେ ପକାଇ ସିଏସ୍‌କେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ଦ୍ୱିତୀୟରେ ପଞ୍ଜାବ, ତୃତୀୟରେ କେକେଆର୍‌ ୪ର୍ଥରେ ହାଇଦ୍ରାବାଦ, ୫ମରେ ରାଜସ୍ଥାନ, ଷଷ୍ଠରେ ଆର୍‌ସିବି, ୭ମରେ ମୁମ୍ବାଇ ଓ ୮ମ ସ୍ଥାନରେ ଦିଲ୍ଲୀ ଡେୟାରେ ଡେଭିଲ୍ସ ଅଛି।

Related story