ଜାନୁଆରୀ ୧୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

କଟକ: ଆସନ୍ତା ଜାନୁଆରୀ ୧୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ଆଜି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଇଂଲଣ୍ଡର ଗସ୍ତ କାର୍ଯ୍ୟସୂଚୀରୁ ଏ କଥା ଜଣାପଡ଼ିଛି। ଏହି ଗସ୍ତ ବେଳେ ଇଂଲଣ୍ଡ ଭାରତ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ନଭେମ୍ବର ୯ ତାରିଖରେ ରାଜକୋଟରେ ଖେଳାଯିବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ […]

barabati

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 10:10 PM IST

କଟକ: ଆସନ୍ତା ଜାନୁଆରୀ ୧୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ଆଜି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଇଂଲଣ୍ଡର ଗସ୍ତ କାର୍ଯ୍ୟସୂଚୀରୁ ଏ କଥା ଜଣାପଡ଼ିଛି।

ଏହି ଗସ୍ତ ବେଳେ ଇଂଲଣ୍ଡ ଭାରତ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ।

ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ନଭେମ୍ବର ୯ ତାରିଖରେ ରାଜକୋଟରେ ଖେଳାଯିବ।

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି,“ଏହି ମ୍ୟାଚ୍ ବେଳେ ଷ୍ଟାଡିୟମ ଭିତରକୁ ବୋତଲ ନେଇ ଯିବା ଉପରେ କଟକଣା ଜାରି କରାଯିବ।”

Related story