ଉତ୍ତର ଓଡ଼ିଶାରେ ପ୍ରଥମ: ବାରିକପୁରରେ ୩୮ତମ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ବାରିକପୁର ଠାରେ ଆଜି ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ ଦ୍ୱାରା ପରିଚାଳିତ ହୋଇ ଆସୁଥିବା ଭଦ୍ରକ ଜିଲ୍ଲା ସାଇକ୍ଲିଂ ସଂଘ ତରଫରୁ ୩୮ତମ ରୋଡ୍‌ ରେସିଂ ସାଇକ୍ଲିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଓଡ଼ିଶା ଇତିହାସରେ ଏଭଳି ପ୍ରତିଯୋଗତା ପ୍ରଥମ ଘଟଣା। ଏହି ଚାମ୍ପିୟନଶିପରେ ୧୧ଟି ଜିଲ୍ଲାରୁ ୭୦ ଜଣ ବଛାବଛା ସାଇକ୍ଲିଷ୍ଟ ୧୦ଟି ପର୍ଯ୍ୟାୟରେ ସାଇକେଲ ଚାଳନା କରିଥିଲେ। ବାରିକ ବଜାରଠାରୁ ଅଭିଲ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୫ କିମି ରାସ୍ତା ଆରଡି […]

ui

Hemant Lenka
  • Published: Saturday, 19 October 2019
  • , Updated: 19 October 2019, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ବାରିକପୁର ଠାରେ ଆଜି ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ ଦ୍ୱାରା ପରିଚାଳିତ ହୋଇ ଆସୁଥିବା ଭଦ୍ରକ ଜିଲ୍ଲା ସାଇକ୍ଲିଂ ସଂଘ ତରଫରୁ ୩୮ତମ ରୋଡ୍‌ ରେସିଂ ସାଇକ୍ଲିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି।

ଉତ୍ତର ଓଡ଼ିଶା ଇତିହାସରେ ଏଭଳି ପ୍ରତିଯୋଗତା ପ୍ରଥମ ଘଟଣା। ଏହି ଚାମ୍ପିୟନଶିପରେ ୧୧ଟି ଜିଲ୍ଲାରୁ ୭୦ ଜଣ ବଛାବଛା ସାଇକ୍ଲିଷ୍ଟ ୧୦ଟି ପର୍ଯ୍ୟାୟରେ ସାଇକେଲ ଚାଳନା କରିଥିଲେ। ବାରିକ ବଜାରଠାରୁ ଅଭିଲ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୫ କିମି ରାସ୍ତା ଆରଡି ରୋଡକୁ ଟ୍ରାକ୍ ଭାବେ ଚିହ୍ନଟ କରାଯାଇଥିଲା।

ଏହି ଚାମ୍ପିୟନଶିପ୍ ଦୁଇଦିନ ଧରି ଚାଲିବ। ଆଜି ୧୦ଟାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଅପରାହ୍ଣ ୪ଟା ଯାଏ ଚାଲିଥିଲା। ଆସନ୍ତାକାଲି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସଂଘର ସମ୍ପାଦକ ମନୋରଞ୍ଜ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ଚାମ୍ପିୟନଶିପ୍‌ରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଇକ୍ଲିଂ ସଂଘର ସଭାପତି ମିନତୀ ମହାପାତ୍ର, ଭଦ୍ରକ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍‌ର ସଭାପତି ପ୍ରଣିତକାନ୍ତ ସାମଲ, ରାଜ୍ୟ ସାଇକ୍ଲିଂ ସଂଘର ସମ୍ପାଦକ ବିଜୟ କୁମାର ରାଉତ, ସାମଜସେବୀ ମଦନ ମୋହନ ପଣ୍ଡା, ରଘୁ ପଣ୍ଡା, ଅମୂଲ୍ୟ ନାୟକ, ସୁଧାକାର ମହାପାତ୍ର ପ୍ରମୁଖ ଯୋଗଦେଇ ସାଇକ୍ଲେଷ୍ଟିକମାନଙ୍କୁ ଉତ୍ସାହିତ କରିଥିଲେ।

Related story