ଟିଫସା ୱାର୍ଲ୍ଡ ଗେମସ୍‌ରେ କୁସ୍ତିଯୋଦ୍ଧା ଡାଲମିୟାଙ୍କୁ ସ୍ୱର୍ଣ୍ଣ

ଜାର୍କତା: ଟିଫସା ୱାର୍ଲ୍ଡ ଗେମ୍‌ର ଶେଷ ଦିନରେ କୁସ୍ତି ଯୋଦ୍ଧା ଡାଲମିୟା ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ଏହି ଗେମ୍‌ରେ ଭାରତ ମୋଟ ୪ଟି ପଦକ ଜିତିବାକୁ ସକ୍ଷମ ହୋଇଛି। ୬୦ କେଜି ବର୍ଗରେ ଡାଲମିୟା ଆଜରବାଇଜାନର ମହମ୍ମଦ ସାହାନଙ୍କୁ ୪-୧ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ପଦବ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୮୦ କେଜି ବର୍ଗରେ ଲୁଭ ସିଂହ ଆଜରବାଇଜାନର ମହମ୍ମଦ ଅଲିମ୍‌ଙ୍କଠାରୁ ୧-୫ ପଏଣ୍ଟରେ ପରାସ୍ତ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର […]

tafisa

Rakesh Mallick
  • Published: Monday, 17 October 2016
  • , Updated: 17 October 2016, 07:15 PM IST

ଜାର୍କତା: ଟିଫସା ୱାର୍ଲ୍ଡ ଗେମ୍‌ର ଶେଷ ଦିନରେ କୁସ୍ତି ଯୋଦ୍ଧା ଡାଲମିୟା ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ଏହି ଗେମ୍‌ରେ ଭାରତ ମୋଟ ୪ଟି ପଦକ ଜିତିବାକୁ ସକ୍ଷମ ହୋଇଛି। ୬୦ କେଜି ବର୍ଗରେ ଡାଲମିୟା ଆଜରବାଇଜାନର ମହମ୍ମଦ ସାହାନଙ୍କୁ ୪-୧ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ପଦବ ହାସଲ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ୮୦ କେଜି ବର୍ଗରେ ଲୁଭ ସିଂହ ଆଜରବାଇଜାନର ମହମ୍ମଦ ଅଲିମ୍‌ଙ୍କଠାରୁ ୧-୫ ପଏଣ୍ଟରେ ପରାସ୍ତ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର ୯୦ କେଜି ବର୍ଗରେ ନବୀନ କୁମାର ଏବଂ ୯୦ କେଜି ହେଭିୱେଟ୍‌ ବର୍ଗରେ ଜୋସିଲ୍‌ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି।

Related story