ଇମ୍ରାନ ଖାନଙ୍କ ହସ୍ତକ୍ଷେପ ଲୋଡ଼ିଲେ କାନେରିଆ, ବିରୋଧ କଲେ ଇଞ୍ଜିମାମ

ଇସଲାମାବାଦ: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କାନେରିଆଙ୍କୁ ଜାତୀୟ କ୍ରିକେଟ ଟିମ୍‌ରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ଭିତରେ ହସ୍ତକ୍ଷେପ କରି ସହଯୋଗ କରିବାକୁ ଆଜି କାନେରିଆ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଏହି ପ୍ରସଙ୍ଗକୁ ରାଜନୀତିକ ରୂପ ଦେବାକୁ ମଧ୍ୟ ମନା କରିଛନ୍ତି। ସେ କେବଳ ଇମ୍ରାନଙ୍କୁ ନୁହନ୍ତି ବରଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ […]

qww

Hemant Lenka
  • Published: Saturday, 28 December 2019
  • , Updated: 28 December 2019, 06:43 PM IST

ଇସଲାମାବାଦ: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କାନେରିଆଙ୍କୁ ଜାତୀୟ କ୍ରିକେଟ ଟିମ୍‌ରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ଭିତରେ ହସ୍ତକ୍ଷେପ କରି ସହଯୋଗ କରିବାକୁ ଆଜି କାନେରିଆ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି।

ଏଥିସହ ସେ ଏହି ପ୍ରସଙ୍ଗକୁ ରାଜନୀତିକ ରୂପ ଦେବାକୁ ମଧ୍ୟ ମନା କରିଛନ୍ତି। ସେ କେବଳ ଇମ୍ରାନଙ୍କୁ ନୁହନ୍ତି ବରଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ତାଙ୍କୁ ଏହି ବିବାଦ ମଧ୍ୟରୁ ବାହାର କରିବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ଇଞ୍ଜିମାମ ଉଲ ହକ ଆଜି କାନେରିଆଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “କାନେରିଆ ମୋ ଅଧିନାୟିକତ୍ୱ ସମୟରେ ଅଧିକାଂଶ ମ୍ୟାଚ ଖେଳିଛନ୍ତି। ମୁଁ କେବେ ବି ଏଭଳି ତାଙ୍କ ସହ ଟିମ୍‌ରେ ଘଟୁଥିବା ଦେଖିବାକୁ କିମ୍ବା ଜାଣିବାକୁ ପାଇ ନଥିଲି।

ଜଣେ ଅଣ ମୁସଲିମ ଖେଳାଳିଙ୍କୁ କେବେ ହେଲେ କୌଣସି ଖେଳାଳି ଦୁର୍ବ୍ୟବହାର କରିଥିବା ମୁଁ କେବେ ବି ଜାଣିନାହିଁ। ମୁଁ କାନେରିଆଙ୍କ କଥାକୁ ଗ୍ରହଣ କରିପାରୁ ନାହିଁ। କାରଣ ଆମର ଛୋଟିଆ ହୃଦୟ ନୁହେଁ। ମୁଁ ଜାଣିଛି ପାକିସ୍ତାନର ହୃଦୟର ବଡ଼ ଏବଂ ଆମେ ଆମ ହୃଦୟରେ ସମସ୍ତଙ୍କୁ ସର୍ବଦା ସ୍ଥାନ ଦେଇଛୁ।”

କାନେରିଆ ପାକିସ୍ତାନ ପାଇଁ ୨୦୦୦ରୁ ୨୦୧୦ ଯାଏ ଖେଳିଥିଲେ। ହେଲେ ମ୍ୟାଚ ଫିକ୍ସିଂରେ ଫସି ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା।
କାନେରିଆ କହିଛନ୍ତି, “ନିର୍ଦ୍ଦିଷ୍ଟ କିଛି ଲୋକ ମୋତେ ବିରୋଧ କରୁଥିଲେ। ଏହି ବିରୋଧ ମୋତେ ଭଲ ପାଉଥିବା ଲୋକଙ୍କ ଆଗରେ ତିଷ୍ଠିପାରିନଥିଲା।

ଇଞ୍ଜମାମ୍ ଉଲ୍ ହକ୍, ୟୁନୁସ୍ ଖାନ୍, ସୋଏବ୍ ଅଖତାର୍ ଏବଂ ମହମ୍ମଦ ୟୁସୁଫ୍ ଆଦି ସାଥୀ ଖେଳାଳି ଭିନ୍ନ ଧର୍ମ ସତ୍ତ୍ୱେ ସମର୍ଥନ ଓ ସହଯୋଗ ଦେଇଆସିଥିଲେ। ତେବେ ଆଗରୁ ଏ ବିଷୟରେ କହିବାକୁ ସାହାସ ପାଉନଥିଲେ ଏବଂ ସେମାନଙ୍କ ନାଁ କହିପାରିବେ।”

Related story