ଟି-୨୦ରୁ ଅବସର ନେବେ ୱାର୍ଣ୍ଣର!

ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି-୨୦ କ୍ରିକେଟକୁ ଅଲବିଦା କହିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ […]

warner

warner

Ranjit Kumar Jena
  • Published: Tuesday, 11 February 2020
  • Updated: 11 February 2020, 05:59 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି-୨୦ କ୍ରିକେଟକୁ ଅଲବିଦା କହିପାରନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ ବଲ୍ ଟ୍ୟାମ୍ପରିଂ କାରଣରୁ ବର୍ଷକର ବାସନ୍ଦାଦେଶ କାଟିବା ପରେ ୱାର୍ଣ୍ଣର ଦମଦାର ପ୍ରତ୍ୟାବର୍ତ୍ତନ କରି ଏହି ପୁରସ୍କାର ଜିତିଛନ୍ତି।

ୱାର୍ଣ୍ଣର୍ କହିଛନ୍ତି, ଟି-୨୦ କ୍ରିକେଟରେ ଲଗାତର ବିଶ୍ୱକପ୍ ଖେଳିବାକୁ ଅଛି। ଏହି ଫର୍ମାଟକୁ ମୁଁ ଆଗାମୀ କିଛି ବର୍ଷରେ ଅଲବିଦା କହିପାରେ। ତିନୋଟି ଯାକ ଫର୍ମାଟ୍ ଖେଳିବା ନିଶ୍ଚିତ ଭାବେ କଷ୍ଟକର। ଯେଉଁମାନେ ତିନୋଟି ଯାକ ଫର୍ମାଟ୍ ନିୟମିତ ଖେଳୁଛନ୍ତି, ସେମାନଙ୍କୁ ଧନ୍ୟବାଦ।

ଟେଷ୍ଟ ଓ ଦିନିକିଆ କ୍ରିକେଟରେ ୪୦ହାରରେ ରନ୍ କରିଥିବା ୱାର୍ଣ୍ଣରଙ୍କ ଟି-୨୦ରେ ଷ୍ଟ୍ରାଇକରେଟ୍ ୧୪୦ ରହିଛି। ଦୁଇଟି ଯାକ ଟି-୨୦ ବିଶ୍ୱକପ୍ ଯଥାକ୍ରମେ ଅଷ୍ଟ୍ରେଲିଆ (ଚଳିତ ବର୍ଷ) ଓ ଭାରତ (୨୦୨୧)ରେ ଆୟୋଜିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos