ଏସଜିଠାରୁ ୭୨ ପିଙ୍କ୍ ବଲ ମଗାଇଲା ବିସିସିଆଇ

ନୂଆଦିଲ୍ଲୀ: ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ହେବାକୁଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଏସଜି ବଲର ବ୍ୟବହାର କରାଯିବ। ଏ ନେଇ ବିସିସିଆଇ ଏସଜିଠାରୁ ୭୨ ପିଙ୍କ୍ ବଲ୍ ମଗାଇଛି। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ସ୍ପଷ୍ଟ କରିଥିଲେ ଯେ କୋଲକାତାରେ ଖେଳାଯିବାକୁଥିବା ଦିବାରାତ୍ର ଟେଷ୍ଟରେ ଏସଜି ବଲର ବ୍ୟବହାର କରାଯିବ। ଏସଜି ପିଙ୍କ୍ ବଲର ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବ୍ୟବହାର କରାଯାଇନାହିଁ। ଦୁଲୀପ୍ ଟ୍ରଫିରେ କୋକାବୁରା ପିଙ୍କ୍ ବଲରେ ଲଗାତାର ତିନୋଟି ସେସନ୍ […]

dada

dada

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 09:16 PM IST

Sports

Latest News

ନୂଆଦିଲ୍ଲୀ: ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ହେବାକୁଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଏସଜି ବଲର ବ୍ୟବହାର କରାଯିବ। ଏ ନେଇ ବିସିସିଆଇ ଏସଜିଠାରୁ ୭୨ ପିଙ୍କ୍ ବଲ୍ ମଗାଇଛି। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ସ୍ପଷ୍ଟ କରିଥିଲେ ଯେ କୋଲକାତାରେ ଖେଳାଯିବାକୁଥିବା ଦିବାରାତ୍ର ଟେଷ୍ଟରେ ଏସଜି ବଲର ବ୍ୟବହାର କରାଯିବ।

ଏସଜି ପିଙ୍କ୍ ବଲର ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବ୍ୟବହାର କରାଯାଇନାହିଁ। ଦୁଲୀପ୍ ଟ୍ରଫିରେ କୋକାବୁରା ପିଙ୍କ୍ ବଲରେ ଲଗାତାର ତିନୋଟି ସେସନ୍ ଖେଳାଯାଇଥିଲା। ଏହା ପରେ ବିସିସିଆଇ ଗତବର୍ଷଠାରୁ ପୁଣିଥରେ ନାଲି ବଲର ବ୍ୟବହାର କରିଥିଲା।

ଏସଜି କମ୍ପାନୀର ସେଲ୍ସ ଓ ମାର୍କେଟିଂ ମ୍ୟାନେଜର୍ ପାରସ ଆନନ୍ଦ କହିଛନ୍ତି, "ବିସିସିଆଇ ଆମଠାରୁ ୬ ଡଜନ୍ ପିଙ୍କ୍ ବଲ ଆମକୁ ଅର୍ଡର ଦେଇଛି ଏବଂ ଆମେ ଏହାକୁ ପରବର୍ତ୍ତୀ ସପ୍ତାହର ମଧ୍ୟଭାଗରେ ଡେଲିଭର୍ କରିବୁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଆମର ନାଲି ବଲରେ ଅନେକ ସୁଧାର ଦେଖିବାକୁ ମିଳିଛି ଏବଂ ଆମେ ସେହି ରିସର୍ଚ୍ଚ ପିଙ୍କ୍ ବଲରେ ମଧ୍ୟ କରିଛୁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos