ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ କଲେ ଦୀପ୍ତି ଶର୍ମା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ଟିକୁ ଭାରତ ୧୧ ରନ୍‌ରେ ଜିତିଥିଲା। ତେବେ ଭାରତୀୟ ମହିଳା ଦଳର ଏହି ବିଜୟରେ ଦୀପ୍ତି ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ୍‌ ବ୍ୟୟ କରି […]

ssa

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 08:05 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ଟିକୁ ଭାରତ ୧୧ ରନ୍‌ରେ ଜିତିଥିଲା। ତେବେ ଭାରତୀୟ ମହିଳା ଦଳର ଏହି ବିଜୟରେ ଦୀପ୍ତି ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ସେ ୪ ଓଭର ବୋଲିଂ କରି ୮ ରନ୍‌ ବ୍ୟୟ କରି ୩ଟି ୱିକେଟ୍‌ ଦଖଲ କରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀପ୍ତି ଏହି ୪ ଓଭର ମଧ୍ୟରୁ ୩ ଓଭର ମେଡେନ୍‌ ନେଇଥିଲେ। ଅର୍ଥାତ ପ୍ରଥମ ୧୮ଟି ବଲରେ ସେ କୌଣସି ରନ୍‌ ଦେଇ ନଥିଲେ।

୧୯ ନଂ ବଲରେ ହିଁ ସେ ରନ୍‌ ବ୍ୟୟ କରିଥିଲେ। ସେହିପରି ପ୍ରଥମ ଦୁଇ ଓଭରରେ ସେ କୌଣସି ରନ୍‌ ନ ଦେଇ ଦୁଇଟି ୱିକେଟ୍‌ ମଧ୍ୟ ନେଇଥିଲେ। ଟି-୨୦ରେ ୩ ଓଭର ମେଡେନ୍‌ ନେବାରେ ଦୀପ୍ତି ଭାରତର ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି। ପୂର୍ବରୁ କୌଣସି ମହିଳା କିମ୍ବା ପୁରୁଷ ଟିମ୍‌ର ଖେଳାଳି ଏଭଳି ରେକର୍ଡ କରି ନଥିଲେ।

ଭାରତୀୟ ମହିଳା ଟିମ୍ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା।

Related story