ଦିଲ୍ଲୀ ଡାଇନମୋସ୍‌ରେ ଯୋଗ ଦେଲେ ମିଲନ୍‌ ଓ ସୋରାମ୍‌

ନୂଆଦିଲ୍ଲୀ: ହିରୋ ଇଣ୍ଡିଆ ସୁପର ଲିଗ୍‌ ପୂର୍ବରୁ ଦିଲ୍ଲୀ ଡାଇନମୋସ୍‌ରେ ଯୋଗ ଦେଲେ ମଣିପୁରର ଦୁଇ ଖେଳାଳି ମିଲନ ସିଂହ ଓ ସୋରାମ ପୋଇରେଇ। ସୋରମ୍‌ ଜଣେ ଅଭିଜ୍ଞ ଗୋଲକିପର ଭାବେ ଆଇଏସ୍‌ଏଲ୍‌ରେ ପାଦ ଥାପିଥିବା ବେଳେ ମିଲନ୍‌ ଜଣେ କୁଶଳୀ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା। ଏହି ଦଳର କୋଚ୍‌ ଭାବେ ଗ୍ୟାନ୍‌ଲୁକା ଜାମ୍ବ୍ରୋତା ଯୋଗ ଦେଇଛନ୍ତି। ସେ କହିଛନ୍ତି,“ଦିଲ୍ଲୀ ଡାଇନୋମସ୍‌ରେ ଟିମ୍‌ରେ ମିଲନ୍‌ ଓ ସୋରାମ୍‌ଙ୍କ ପରି ଅଭିଜ୍ଞ ଖେଳାଳିଥିବାରୁ ମୁଁ ଖୁସି। ସେମାନଙ୍କ ଟ୍ୟାଲେଣ୍ଟ […]

Delhi-Dynamos_DP_Wiki

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 04:58 PM IST

ନୂଆଦିଲ୍ଲୀ: ହିରୋ ଇଣ୍ଡିଆ ସୁପର ଲିଗ୍‌ ପୂର୍ବରୁ ଦିଲ୍ଲୀ ଡାଇନମୋସ୍‌ରେ ଯୋଗ ଦେଲେ ମଣିପୁରର ଦୁଇ ଖେଳାଳି ମିଲନ ସିଂହ ଓ ସୋରାମ ପୋଇରେଇ।

ସୋରମ୍‌ ଜଣେ ଅଭିଜ୍ଞ ଗୋଲକିପର ଭାବେ ଆଇଏସ୍‌ଏଲ୍‌ରେ ପାଦ ଥାପିଥିବା ବେଳେ ମିଲନ୍‌ ଜଣେ କୁଶଳୀ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା। ଏହି ଦଳର କୋଚ୍‌ ଭାବେ ଗ୍ୟାନ୍‌ଲୁକା ଜାମ୍ବ୍ରୋତା ଯୋଗ ଦେଇଛନ୍ତି।

ସେ କହିଛନ୍ତି,“ଦିଲ୍ଲୀ ଡାଇନୋମସ୍‌ରେ ଟିମ୍‌ରେ ମିଲନ୍‌ ଓ ସୋରାମ୍‌ଙ୍କ ପରି ଅଭିଜ୍ଞ ଖେଳାଳିଥିବାରୁ ମୁଁ ଖୁସି। ସେମାନଙ୍କ ଟ୍ୟାଲେଣ୍ଟ ସେମାନଙ୍କୁ ଏହି ଦଳକୁ ଆଣିଛି। ଆଶା କରୁଛି ସେମାନେ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ।”

Related story