ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି

ରାଞ୍ଚି: କେଦାର ଯାଦବଙ୍କ ଲଢ଼ୁଆ ବ୍ୟାଟିଂ ଏବଂ ଶାହାବାଜ ନଦୀମଙ୍କ ସ୍ପିନ୍ ଯାଦୁ ବଳରେ ଇଣ୍ଡିଆ-ବି ଚଳିତ ଦେଓଧର ଟ୍ରଫି ଅକ୍ତିଆର କରିଛି। ସୋମବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଇଣ୍ଡିଆ-ବି ୫୧ ରନରେ ଇଣ୍ଡିଆ-ସି’କୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଇଣ୍ଡିଆ-ବି ଦ୍ୱିତୀୟଥର ପାଇଁ ଦେଓଧର ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଇଣ୍ଡିଆ-ବି ଚାମ୍ପିୟନ୍ ହୋଇଥିଲା। ଫାଇନାଲରେ ଇଣ୍ଡିଆ-ବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ […]

indiaB

indiaB

Ranjit Kumar Jena
  • Published: Monday, 04 November 2019
  • Updated: 04 November 2019, 08:13 PM IST

Sports

Latest News

ରାଞ୍ଚି: କେଦାର ଯାଦବଙ୍କ ଲଢ଼ୁଆ ବ୍ୟାଟିଂ ଏବଂ ଶାହାବାଜ ନଦୀମଙ୍କ ସ୍ପିନ୍ ଯାଦୁ ବଳରେ ଇଣ୍ଡିଆ-ବି ଚଳିତ ଦେଓଧର ଟ୍ରଫି ଅକ୍ତିଆର କରିଛି। ସୋମବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଇଣ୍ଡିଆ-ବି ୫୧ ରନରେ ଇଣ୍ଡିଆ-ସି'କୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଇଣ୍ଡିଆ-ବି ଦ୍ୱିତୀୟଥର ପାଇଁ ଦେଓଧର ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଇଣ୍ଡିଆ-ବି ଚାମ୍ପିୟନ୍ ହୋଇଥିଲା। ଫାଇନାଲରେ ଇଣ୍ଡିଆ-ବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା। ଜବାବରେ ଇଣ୍ଡିଆ-ସି ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରି ପରାସ୍ତ ହୋଇଛି।

ଏହି ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ସି ପକ୍ଷରୁ ପ୍ରିୟମ ଗାର୍ଗଙ୍କୁ ଛାଡ଼ି ଦେଲେ ମଧ୍ୟକ୍ରମରେ କୌଣସି ବ୍ୟାଟ୍ସମ୍ୟାନ୍ କୌଣସି ସହଯୋଗ କରିନଥିଲେ। ଦୁଇ ଇନଫର୍ମ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ କ୍ୟାପଟେନ୍ ଶୁବମାନ୍ ଗିଲ୍ ନିରାଶ କରିଥିଲେ। ଗିଲ୍ ମାତ୍ର ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଅଗ୍ରୱାଲ୍ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଅଗ୍ରୱାଲ୍ ୩୧ ବଲରେ ୨୮ ରନ୍ କରି ନଦୀମଙ୍କ ଶିକାର ହୋଇଥିଲେ।

ମଧ୍ୟକ୍ରମରେ ବିରାଟ୍ ସିଂହ (୬), ସୂର୍ଯ୍ୟକୁମାର ଯାଦବ (୩) ଓ ଦିନେଶ କାର୍ତ୍ତିକ (୩) ଦୁଇଅଙ୍କ ଛୁଇଁପାରିନଥିଲେ। ୭୭ ରନ ଭିତରେ ଶୀର୍ଷ ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଇଣ୍ଡିଆ-ସି ବିପଦରେ ପଡିଥିଲା ବେଳେ ପ୍ରିୟମ ଓ ଅକ୍ଷର ପଟେଲ୍ ଷଷ୍ଠ ୱିକେଟ୍ ପାଇଁ ୬୩ ରନର ଯୋଗଦାନ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଅର୍ଦ୍ଧଶତକ ମାରି ଶତକ ଅଭିମୁଖେ ଅଗ୍ରସର ହେଉଥିବା ପ୍ରିୟମଙ୍କୁ ଠିକଣା ସମୟରେ ସିରାଜ କ୍ଲିନ୍ ବୋଲ୍ଡ କରି ମ୍ୟାଚକୁ ଭାରତ-ବି ମୁଠାରେ କରିଥିଲେ। ସେ ୭୭ ବଲରେ ୮ ଚୌକା ଓ ୧ ଛକା ସହ ୭୪ ରନର ଇନିଂସ୍ ଖେଳିଥିଲେ। ଏହା ପରେ ଅକ୍ଷର ପଟେଲ୍ (୩୮) ନିଜ ଭୁଲ ଯୋଗୁ ରନଆଉଟ୍ ହୋଇଥିଲେ।

ଅକ୍ଷରଙ୍କ ଆଉଟ୍ ପରେ ଇଣ୍ଡିଆ-ସି'ର ଆଶା ମଉଳିଯାଇଥିଲା। ଅଲରାଉଣ୍ଡର ଜଲଜ ସାକ୍ସେନା ଅପରାଜିତ ୩୭ ରନର ଇନିଂସ୍ ଖେଳିଥିଲେ ହେଁ, ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥିଲା। ଶେଷଭାଗରେ ମୟଙ୍କ ମାର୍କଣ୍ଡେ୍ ୨୭ ଓ ଦିୱେଶ ପଠାନିଆ ୬ ରନ୍ କରି ଆଉଟ୍ ହୋଇଥିଲେ। ଭାରତ-ବି ପକ୍ଷରୁ ନଦୀମ ୩୨ ରନ୍ ଦେଇ ସର୍ବାଧିକ ୪ଟି ଏବଂ ସିରାଜ ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ବି'କୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଋତୁରାଜ ଗାଏକ୍ୱାଡ୍ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ପାର୍ଥିବ ପଟେଲ୍ ୧୪ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ କେଦାର ଯାଦବ ଓ ଯଶସ୍ୱୀ ଜୈସୱାଲଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ-ବି'ର ସ୍କୋର ୨୦୦ ଅତିକ୍ରମ କରିଥିଲା। ଜୈସୱାଲ୍ ୭୯ ବଲରେ ୫ ଚୌକା ଓ ୧ ଛକା ସହ ୫୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କେଦାର ୮୬ (୯୪ ବଲ୍‌, ୪ ଚୌକା, ୪ ଛକା) ରନର ଦମଦାର ଇନିଂସ୍ ଖେଳିଥିଲେ।

ବାବା ଅପରାଜିତ (୧୩) ଓ ନୀତୀଶ ରାଣା (୨୦) ନିରାଶ କରିଥିଲେ । କିନ୍ତୁ ଶେଷଭାଗରେ ବିଜୟ ଶଙ୍କର ଓ କ୍ରିଷ୍ଣାପ୍ପା ଧୂଆଁଧାର ବ୍ୟାଟିଂ ଟିମକୁ ମଜଭୁତ୍ ସ୍କୋର ଦେଇଥିଲେ। ଗୌତମ ମାତ୍ର ୧୦ ବଲରେ ୩ ଚୌକା ଓ ୩ ଛକା ସହ ୩୫ ରନ୍ କରି ଅପରାଜିତ ରହିଥିବା ବେଳେ ଶଙ୍କର ୪୫ (୩୩ ବଲ୍‌, ୪ ଚୌକା, ୨ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଇଣ୍ଡିଆ-ସି ପକ୍ଷରୁ ଈଶାନ୍ ପୋରେଲ୍ ୪୩ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story