ମୁମ୍ବାଇ: ବଲ୍ ଟାମ୍ପରିଂ ଅଭିଯୋଗରେ ବାସନ୍ଦ ହେବା ପରେ ଆଇପିଏଲ୍ରୁ ବାହାର ହୋଇଥିବା ସନ୍ରାଇଜର୍ସ ହାଇଦ୍ରାବଦର ପୂର୍ବତନ ଅଧିନାୟକ ଡେଭିଡ ୱର୍ନର ଆଜି ଟ୍ୱିଟ୍ କରି ଦଳକୁ ଶୁଭକାମନା ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, “ମୋର ସନରାଇଜର୍ସ ହାଇଦ୍ରାବାଦ ବନ୍ଧୁମାନଙ୍କୁ ଶୁଭକାମନା। ଆଜି ରାତିର ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବେ।”
Good luck to my friends @SunRisers play well tonight. pic.twitter.com/GpYYLDLXeJ
— David Warner (@davidwarner31) April 9, 2018
ୱାର୍ନରଙ୍କ ଏହି ଟ୍ୱିଟ୍ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଭାବୁକ ହୋଇଯାଇଥିଲେ। ଏହାକୁ ନେଇ ପ୍ରଶଂସକମାନେ ତାଙ୍କୁ ରି ଟ୍ୱିଟ୍ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଆଜି ଆଇପିଏଲ୍ରେ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି।
୨୦୧୬ରେ ୱାର୍ନରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ଚାମ୍ପିୟନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।