ଏସିସି ମହିଳା ଏମର୍ଜିଂ ଟିମ୍ କପ୍‌: ଭାରତ ଚାମ୍ପିୟନ୍‌

କଲମ୍ବୋ: ତନୁଜା କନୱର ଓ ଦେବିକା ବୈଦ୍ୟଙ୍କ ଘାତକ ବୋଲିଂ ବଳରେ ଭାରତୀୟ ମହିଳା ଏମର୍ଜିଂ ଟିମ୍ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ମହିଳା ଏମର୍ଜିଂ ଟିମ୍ କପର ଫାଇନାଲରେ ଆୟୋଜକ ଶ୍ରୀଲଙ୍କାକୁ ଡିଏଲ୍ ନିୟମରେ ୧୪ ରନରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଫାଇନାଲରେ ଭାରତୀୟ ମହିଳା ଏମର୍ଜିଂ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଦଳ ପକ୍ଷରୁ ତନୁଶ୍ରୀ ସରକାର ସର୍ବାଧିକ ୪୭ […]

indian-womens

indian-womens

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 09:19 PM IST

Sports

Latest News

କଲମ୍ବୋ: ତନୁଜା କନୱର ଓ ଦେବିକା ବୈଦ୍ୟଙ୍କ ଘାତକ ବୋଲିଂ ବଳରେ ଭାରତୀୟ ମହିଳା ଏମର୍ଜିଂ ଟିମ୍ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ମହିଳା ଏମର୍ଜିଂ ଟିମ୍ କପର ଫାଇନାଲରେ ଆୟୋଜକ ଶ୍ରୀଲଙ୍କାକୁ ଡିଏଲ୍ ନିୟମରେ ୧୪ ରନରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି।

ଫାଇନାଲରେ ଭାରତୀୟ ମହିଳା ଏମର୍ଜିଂ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଦଳ ପକ୍ଷରୁ ତନୁଶ୍ରୀ ସରକାର ସର୍ବାଧିକ ୪୭ ରନ୍ କରିଥିବା ବେଳେ ସିମରନ୍ ବାହାଦୁର ୩୪, ୟସ୍ତିକା ଭାଟିଆ ୧୮, ସୁଶ୍ରୀ ଦିବ୍ୟଦର୍ଶିନୀ ୧୪ ଏବଂ ମନାଲୀ ଦକଶିନୀ ଅପରାଜିତ ୧୮ ରନ୍ କରିଥିଲେ। ଶ୍ରୀଲଙ୍କା ମହିଳା ଏମର୍ଜିଂ ଟିମ୍ ପକ୍ଷରୁ କବିଶା ଦିଲହାରୀ ୩ଟି ଓ ସାଚିନୀ ନିସାନସାଲା ୨ଟି ୱିକେଟ୍ ନେଇଥିଲେ।

ଭାରତ ଇନିଂସ୍ ପରେ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଥିଲା। ଯେଉଁ କାରଣରୁ ଶ୍ରୀଲଙ୍କା ଆଗରେ ବିଜୟ ପାଇଁ ୩୫ ଓଭରରେ ୧୫୦ ରନ୍ ଧାର୍ଯ୍ୟ କରାଯାଇଥିଲା। ଏହାକୁ ପିଛା କରି ଶ୍ରୀଲଙ୍କା ମହିଳା ଏମର୍ଜିଂ ଟିମ୍ ୩୪.୩ ଓଭରରେ ୧୩୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଆୟୋଜକ ଟିମ୍ ପକ୍ଷରୁ କ୍ୟାପଟେନ୍ ହର୍ଷିତା ମାଦବୀ ସର୍ବାଧିକ ୩୯, ମଧୁଶିକା ମେଥତାନନ୍ଦ ୨୫ ଓ ଲିହିନୀ ଅପସାର ୨୨ ରନ୍ କରିଥିଲେ।

ଭାରତୀୟ ମହିଳା ଏମର୍ଜିଂ ଟିମ୍ ପକ୍ଷରୁ ତନୁଜା କନୱର ଓ ଦେବିକା ବୈଦ୍ୟ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଓଡ଼ିଶା ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ୱିକେଟ୍ ହାସଲ କରିଥିଲେ। ଦମଦାର ବୋଲିଂ ପ୍ରଦର୍ଶନ ପାଇଁ ଦେବିକାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos