ଚଣ୍ଡିଗଡ଼: ଡେଭିସ କପ୍ ଏସିଆ/ଓସିଆନିଆ ଗ୍ରୁପ-୧ରେ ଶନିବାର ଦକ୍ଷିଣ କୋରିଆର ହୋଙ୍ଗ ଚୁଙ୍ଗ ଓ ୟୁସୋଙ୍ଗ ଚୁଙ୍ଗ ଯୋଡିଙ୍କୁ ପରାଜିତ କରି ପ୍ଲେ ଅଫ୍କୁ ଯାଇଛନ୍ତି ଭାରତର ଲିଆଣ୍ଡର ପେସ୍ ଓ ରୋହନ୍ ବୋପାନ୍ନା ଯୋଡି।
ଚଣ୍ଡିଗଡ ଗ୍ରାସ କୋର୍ଟରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତର ଏହି ଯୋଡି କୋରିଆ ଯୋଡିଙ୍କୁ ସିଧା ସଳଖ ୬-୩,୬-୪,୬-୪ରେ ସେଟ୍ରେ ପରାସ୍ତ କରିଛନ୍ତି। ଏହାସହ ଭାରତ ୩-୦ରେ ଆଗୁଆ ରହିଛି। ଆସନ୍ତାକାଲି ସାକେତ ମିନେନୀ ଓ ରାମ୍କୁମାର ରାମନାଥନ୍ ଏକକ ବର୍ଗରେ ସାମାନଙ୍କର ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବେ।