ଅଷ୍ଟ୍ରେଲିଆକୁ ୩୪୧ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ରାଜକୋଟ୍‌: ମୁମ୍ବାଇରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜକୋଟରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଜବରଦସ୍ତ କମବ୍ୟାକ୍ କରିଛନ୍ତି। ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ପରେ ଶେଷଭାଗରେ ଲୋକେଶ ରାହୁଲଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ୍ କରିଛି। ଭାରତ ଯେଉଁଭଳି ଶୁଭାରମ୍ଭ କରିଥିଲା, ସେଥିରୁ ଲାଗୁଥିଲା ଯେ ସ୍କୋର ୩୮୦ ନିକଟତର ଯିବ। କିନ୍ତୁ କ୍ୟାପଟେନ୍ କୋହଲିଙ୍କ ଆଉଟ୍ ପରେ ରନ୍ ଗତି […]

rahul

rahul

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 05:21 PM IST

Sports

Latest News

ରାଜକୋଟ୍‌: ମୁମ୍ବାଇରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜକୋଟରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଜବରଦସ୍ତ କମବ୍ୟାକ୍ କରିଛନ୍ତି। ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ପରେ ଶେଷଭାଗରେ ଲୋକେଶ ରାହୁଲଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ୍ କରିଛି। ଭାରତ ଯେଉଁଭଳି ଶୁଭାରମ୍ଭ କରିଥିଲା, ସେଥିରୁ ଲାଗୁଥିଲା ଯେ ସ୍କୋର ୩୮୦ ନିକଟତର ଯିବ। କିନ୍ତୁ କ୍ୟାପଟେନ୍ କୋହଲିଙ୍କ ଆଉଟ୍ ପରେ ରନ୍ ଗତି କମିଯାଇଥିଲା। ଏହି କାରଣରୁ ଭାରତ ୩୪୦ ରନ୍ କରିବାକୁ ସକ୍ଷମ ହୋଇଛି।

ସିରିଜ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୩୪୧ ରନ୍ କରିବାକୁ ପଡ଼ିବ। ଅନ୍ୟପକ୍ଷରେ 'କର ବା ମର' ମ୍ୟାଚରେ ଭାରତକୁ ଏହି ସ୍କୋର ଡିଫେଣ୍ଡ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୯୬ ରନ୍ କରିଥିବା ବେଳେ କୋହଲି (୭୮) ଓ ଲୋକେଶ ରାହୁଲ (୮୦) ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ସ୍ପିନର୍ ଆଡାମ ଜାମ୍ପା ୩ଟି ୱିକେଟ୍ ନେଇଛନ୍ତି।

ମ୍ୟାଚରେ ପୁଣିଥରେ ଟସ୍ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା ଏବଂ କଙ୍ଗାରୁ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ଅଭିଜ୍ଞ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନ୍ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଦୁହେଁ ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣକୁ ସଠିକ୍ ଭାବେ ପରଖିଥିଲେ । ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ୍ କରିଥିବା ରୋହିତ୍ ଆଜି ଲୟ ହାସଲ କରିଥିଲେ ହେଁ, ଠିକଣା ସମୟରେ ନିଜ ୱିକେଟ୍ ହରାଇ ବସିଥିଲେ। ରୋହିତ୍ ବ୍ୟକ୍ତିଗତ ୪୨ (୪୪ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

କ୍ୟାପଟେନ୍ କୋହଲି ପୂର୍ବ ଭୁଲ୍ ନଦୋହରାଇ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଧୱନଙ୍କ ସହ ମିଶି ସ୍କୋରକୁ ଆଗକୁ ନେଇଥିଲେ। ଧୱନ୍ ନିଜର ଦମଦାର ଫର୍ମ ବଜାୟ ରଖି ୬୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ଧୱନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ଧୱନ୍ ଶତକରୁ ମାତ୍ର ୪ ରନ୍ ଦୂରରେ ଥିବା ବେଳେ କେନ୍ ରିଚାର୍ଡସନଙ୍କ ବାଉନ୍ସରକୁ ପୁଲ୍ କରିଥିଲେ ଏବଂ ଫାଇନ୍ ଲେଗରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ଧରାପଡ଼ିଥିଲେ।

ଧୱନ୍ ୯୦ ବଲରେ ୧୩ ଚୌକା ଓ ୧ ଛକା ସହ ୯୬ ରନ୍ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ କୋହଲିଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୧୦୩ ରନ୍ ଯୋଡ଼ିଥିଲେ । ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର୍ (୭) ପୁଣିଥରେ ନିରାଶ କରିଥିଲେ ଏବଂ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରାହୁଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ ଏବଂ ଅଷ୍ଟ୍ରେଲୀୟ ବୋଲରଙ୍କୁ ନିର୍ଧୁମ ଛେଛିଥିଲେ। କୋହଲି ଓ ରାହୁଲଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୭୮ ରନର ନିର୍ଣ୍ଣାୟକ ଭାଗୀଦାରୀ ହୋଇଥିଲେ ଏବଂ ଦୁହିଁଙ୍କ ବ୍ୟାଟିଂ ହେଖି ଭାରତର ସ୍କୋର ସହଜରେ ୩୭୦ ଛୁଇଁବ ବୋଲି ଲାଗୁଥିଲା।

କିନ୍ତୁ କୋହଲିଙ୍କ ଆଉଟ୍ ପରେ ରନ୍ ଗତିରେ ସାମାନ୍ୟ ହ୍ରାସ ପାଇଥିଲେ। କୋହଲି ୭୮ (୭୬ ବଲ୍‌, ୬ ଚୌକା) ରନ୍ କରି ପୁଣିଥରେ ଜାମ୍ପାଙ୍କ ଶିକାର ହୋଇଥିଲେ। ମନିଷ ପାଣ୍ଡେ (୨) ସୁଯୋଗ ଫାଇଦା ଉଠାଇପାରିନଥିଲେ। ତେବେ ରାହୁଲ୍ ଓ ରବୀନ୍ଦ୍ର ଜାଡେଜା ବିଶି ସ୍କୋରକୁ ୩୪୦ ରନରେ ପହଞ୍ଚାଇଥିଲେ। ରାହୁଲ୍ ୫୨ ବଲରେ ୬ ଚୌକା ଓ ୩ ଛକା ସହ ୮୦ ରନ୍ କରି ରନଆଉଟ୍ ହୋଇଥିବା ବେଳେ ଜାଡେଜା ୨୦ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ରିଚାର୍ଡସନ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos