ଭାରତୀୟ ସେନା ସହ ଧୋନିଙ୍କ ପ୍ରେମ ସମ୍ପର୍କ ବହୁତ ପୁରୁଣା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନି ପାରା ସ୍ପେଶାଲ ଫୋର୍ସର ‘ବଳିଦାନ’ ଲୋଗୋ ବା ଚିହ୍ନକୁ କିପିଂ ଗ୍ଲୋଭସ୍‌ରେ ବ୍ୟବହାର କରୁଥିବାରୁ ଏହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାରେ ଆଇସିସି ଧୋନି ଓ ବିସିସିଆଇଙ୍କୁ ଏହି ବଳିଦାନ ଚିହ୍ନ ହଟାଇବାକୁ କହିଛି। ହେଲେ ପାରା ସ୍ପେଶାଲ୍‌ ଫୋର୍ସ ପ୍ରତି ଧୋନିଙ୍କ ପ୍ରେମ ଆଦୌ ନୂଆ ନୁହେଁ। ପୂର୍ବରୁ ଅନେକ ସମୟରେ ଧୋନି ପାରା ସ୍ପେଶାଲ୍‌ […]

op

op

Hemant Lenka
  • Published: Saturday, 08 June 2019
  • Updated: 08 June 2019, 04:44 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନି ପାରା ସ୍ପେଶାଲ ଫୋର୍ସର 'ବଳିଦାନ' ଲୋଗୋ ବା ଚିହ୍ନକୁ କିପିଂ ଗ୍ଲୋଭସ୍‌ରେ ବ୍ୟବହାର କରୁଥିବାରୁ ଏହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି।

ଏହି ଘଟଣାରେ ଆଇସିସି ଧୋନି ଓ ବିସିସିଆଇଙ୍କୁ ଏହି ବଳିଦାନ ଚିହ୍ନ ହଟାଇବାକୁ କହିଛି। ହେଲେ ପାରା ସ୍ପେଶାଲ୍‌ ଫୋର୍ସ ପ୍ରତି ଧୋନିଙ୍କ ପ୍ରେମ ଆଦୌ ନୂଆ ନୁହେଁ। ପୂର୍ବରୁ ଅନେକ ସମୟରେ ଧୋନି ପାରା ସ୍ପେଶାଲ୍‌ ଫୋର୍ସ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିବା ପ୍ରମାଣ କରି ଦେଖାଇଛନ୍ତି।

ମାର୍ଚ୍ଚ ମାସରେ ରାଞ୍ଚିଠାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧୋନି ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ଆର୍ମି କ୍ୟାପ୍‌ ପିନ୍ଧିବାକୁ ଦେଇଥିଲେ। ପୂରା ଟିମ୍‌ର ସଦସ୍ୟମାନେ ଉକ୍ତ ମ୍ୟାଚ୍‌ରେ ଆର୍ମି କ୍ୟାପ୍‌ ପିନ୍ଧିଥିଲେ। ଫେବୃଆରୀ ୧୪ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଉଦ୍ଦେଶ୍ୟରେ ଧୋନି ଏପରି ବ୍ୟବସ୍ଥା କରିଥିଲେ।

ଧୋନିଙ୍କୁ ଟେରିଟରିଆଲ୍ ଆର୍ମିର ୧୦୬ତମ ଇନ୍‌ଫାଣ୍ଟ୍ରି ବ୍ୟାଟାଲିୟନ(ପାରା)ରେ ୨୦୧୧ରେ ସାମିଲ କରାଯାଇଥିଲା। ସେବେଠାରୁ ସେ ପାରା ସ୍ପେଶାଲ୍‌ ଫୋର୍ସର ଫ୍ୟାନ୍‌ ହୋଇଛନ୍ତି। ସେ ଟ୍ରୁପ୍‌ ସହ ସମୟ ବିତାଇବା ସହ ନିୟମିତ ଫ୍ରଣ୍ଟିୟର୍ କ୍ୟାମ୍ପକୁ ମଧ୍ୟ ଯାଆନ୍ତି। ୨୦୧୨ରେ ସେ ପୁଞ୍ଚ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟକୁ ଯାଇଥିଲେ।

ଏହି ସମୟରେ ସେ କହିଥିଲେ , “ ମୁଁ ଆର୍ମି ପାଇଁ ସବୁ ସମୟ ଦେବାକୁ ଚାହୁଁଛି। ହେଲେ ମୋ ପାଇଁ କ୍ରିକେଟ ବି ଗୁରୁତ୍ୱ ବହନ କରେ। ମୋ କ୍ରିକେଟ୍‌ କ୍ୟାରିୟର ଶେଷ ହେବା ପରେ ମୁଁ ନିଶ୍ଚିତ ଆର୍ମିରେ କାମ କରିବାକୁ ପସନ୍ଦ କରିବି।”

୨୦୧୫ରେ ଧୋନି ଆଗ୍ରା ଠାରେ ଥିବା ପାରା ଟ୍ରୁପ୍‌ ଟ୍ରେନିଂ ସ୍କୁଲରେ ଦୁଇ ମାସ ତାଲିମ ନେଇଛନ୍ତି। ସେହିପରି ସେ ୫ଟି ପାରାଚ୍ୟୁଟ୍‌ ଜମ୍ପ ଠିକ୍‌ ଭାବେ ଶେଷ କରି ପାରା ଟ୍ରୁପରସ୍‌ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଧୋନି ସର୍ବଦା ସେନା ପୋଷାକ ଭଳି ରଙ୍ଗ ଥିବା କିଟ୍‌ ବ୍ୟାଗ୍ ବ୍ୟବହାର କରିଥାଆନ୍ତି। ୨୦୧୧ରେ ସେ ତାଙ୍କ କିପିଂ ଗ୍ଲୋଭସ୍‌କୁ ଆର୍ମି ପୋଷାକର ରଙ୍ଗରେ ତିଆରି କରିଥିଲେ।

ଧୋନି ୨୦୧୮ରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିଥିଲେ। ଏହି ସମୟରେ ଧୋନି ତାଙ୍କ ଟେରିଟରିଆଲ ଆର୍ମି ପୋଷାକ ପିନ୍ଧିଥିଲେ ଏବଂ ସେନା କମାଣ୍ଡୋଙ୍କ ଭଳି ମାର୍ଚ୍ଚିଂ କରି ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚି ଏହାକୁ ଗ୍ରହଣ କରିଥିଲେ। ସେ ସେନା ବାହିନୀର ଜଣେ ବଡ଼ ପ୍ରଶଂସକ ରହିଆସିଛନ୍ତି।

ଧୋନି ଯେ ପ୍ରଥମଥର ପାଇଁ ଏଭଳି ପାରା ସ୍ପେଶାଲ ଫୋର୍ସର ବଳିଦାନ ଚିହ୍ନ ବ୍ୟବହାର କରିଛନ୍ତି, ତାହା ନୁହେଁ। ଏହା ପୂର୍ବରୁ ଧୋନି ନିଜ କ୍ୟାପ୍‌ ଏବଂ ମୋବାଇଲ୍‌ ଫୋନ୍‌ କଭର୍‌ରେ ମଧ୍ୟ ଏଭଳି ବଳିଦାନ ଚିହ୍ନ ବ୍ୟବହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story