କ୍ରିକେଟର ନୁହେଁ ସେନା ଅଧିକାରୀ ଭାବେ ଧୋନିଙ୍କ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରର ବାରାମୂଲାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ସେ ସେଠାରେ ଯୁବ କ୍ରିକେଟ ପ୍ରେମୀମାନଙ୍କୁ  ଉତ୍ସହିତ କରିଛନ୍ତି। ଧୋନି ସେନା ଅଧିକାରୀ ଭାବେ ଉରୀ ସେର ସ୍ଥିତ ବାରାମୂଳାର ସ୍ଥାନୀୟ କ୍ରିକେଟର ଓ ସ୍ଥାନୀୟ ବାସୀନ୍ଦାଙ୍କ ସହ ସମୟ ବିତାଇଛନ୍ତି। ଧୋନି ଖେଳାଳି ମାନଙ୍କୁ କ୍ରିକେଟ ସମ୍ବନ୍ଧିତ କେତେ ଗୁଡିଏ ଟିପ୍ସ ଦେବା ସହ ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଧୋନି କହିଛନ୍ତି, ଖେଳାଳିଙ୍କ […]

dhoni-m3

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରର ବାରାମୂଲାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ସେ ସେଠାରେ ଯୁବ କ୍ରିକେଟ ପ୍ରେମୀମାନଙ୍କୁ  ଉତ୍ସହିତ କରିଛନ୍ତି। ଧୋନି ସେନା ଅଧିକାରୀ ଭାବେ ଉରୀ ସେର ସ୍ଥିତ ବାରାମୂଳାର ସ୍ଥାନୀୟ କ୍ରିକେଟର ଓ ସ୍ଥାନୀୟ ବାସୀନ୍ଦାଙ୍କ ସହ ସମୟ ବିତାଇଛନ୍ତି। ଧୋନି ଖେଳାଳି ମାନଙ୍କୁ କ୍ରିକେଟ ସମ୍ବନ୍ଧିତ କେତେ ଗୁଡିଏ ଟିପ୍ସ ଦେବା ସହ ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଧୋନି କହିଛନ୍ତି, ଖେଳାଳିଙ୍କ ପାଇଁ ଫିଟନେସ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାପରେ ଦକ୍ଷତାର ଆବଶ୍ୟକତା ରହିଛି। ଏହି ସମୟରେ ସେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ବିଷୟରେ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନ କ୍ରିକେଟ୍‌ ମ୍ୟାଟ୍‌ କେବଳ ମ୍ୟାଚ୍‌ ନୁହେଁ, ଏହା ମ୍ୟାଚ୍‌ ଠାରୁ ଉର୍ଦ୍ଧରେ। ଏ ଅବସରରେ ଭାରତୀୟ ସେନା ଦ୍ୱାରା ଆୟୋଜିତ ଏକ କ୍ରିକେଟ୍ ମ୍ୟାଚକୁ ଦେଖିଥିଲେ ଧୋନି।

Related story