ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ଯୁବରାଜ ସିଂହ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଭେଟରାନ୍‌ କ୍ରିକେଟ୍‌ର ଯୁବରାଜ ସିଂହ ଆଜି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ବିଶ୍ୱକପ୍‌ ଭାରତ ଜିତିବାକୁ ହେଲେ ଧୋନିଙ୍କ ଉପସ୍ଥିତି ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବିରାଟ୍ କୋହଲିଙ୍କ ସେନାକୁ ଗାଇଡ୍ କରିବା ସହ ଟୁର୍ଣ୍ଣାମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଭୂମିକା ତୁଲାଇବେ ବୋଲି ଯୁବରାଜ କହିଛନ୍ତି। ୨୦୧୧ ବିଶ୍ୱକପରେ ମ୍ୟାନ୍ ଅଫ ଦି ସିରିଜ୍ ପାଇଥିବା ଯୁବରାଜଙ୍କୁ ଆଗାମୀ ବିଶ୍ୱକପରେ ଧୋନି ଫ୍ୟାକ୍ଟର ସମ୍ପର୍କରେ […]

n

Hemant Lenka
  • Published: Friday, 08 February 2019
  • , Updated: 08 February 2019, 08:25 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଭେଟରାନ୍‌ କ୍ରିକେଟ୍‌ର ଯୁବରାଜ ସିଂହ ଆଜି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ବିଶ୍ୱକପ୍‌ ଭାରତ ଜିତିବାକୁ ହେଲେ ଧୋନିଙ୍କ ଉପସ୍ଥିତି ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବିରାଟ୍ କୋହଲିଙ୍କ ସେନାକୁ ଗାଇଡ୍ କରିବା ସହ ଟୁର୍ଣ୍ଣାମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଭୂମିକା ତୁଲାଇବେ ବୋଲି ଯୁବରାଜ କହିଛନ୍ତି।

୨୦୧୧ ବିଶ୍ୱକପରେ ମ୍ୟାନ୍ ଅଫ ଦି ସିରିଜ୍ ପାଇଥିବା ଯୁବରାଜଙ୍କୁ ଆଗାମୀ ବିଶ୍ୱକପରେ ଧୋନି ଫ୍ୟାକ୍ଟର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି, “ମୋ ମତରେ ଧୋନିଙ୍କ ପାଖରେ ଏକ ଚତୁର କ୍ରିକେଟ୍‌ ବ୍ରେନ୍‌ ରହିଛି। ୱିକେଟ୍ ପଛରେ ରହି ପୂରା ମ୍ୟାଚକୁ ମନିଟର କରିବା ସବୁଠାରୁ ଭଲ ସ୍ଥାନ। ଧୋନି ଏହି କାମକୁ ଦୀର୍ଘ ବର୍ଷ ହେଲା ବେଶ ଶାଣିତ ଢଙ୍ଗରେ କରି ଆସୁଛନ୍ତି।

ସେ ସବୁଠାରୁ ଭଲ ଅଧିନାୟକ। ସେ ଯୁବ ଖେଳାଳି ଓ ବିରାଟଙ୍କ ସହ ରହି ପୂରା ଟିମ୍‌କୁ ଗାଇଡ୍‌ କରୁଛନ୍ତି। ତେଣୁ ବିଶ୍ୱକପ୍‌ରେ କୌଣସି ନିଷ୍ପତ୍ତି ନେବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରିବ। ଅଷ୍ଟ୍ରେଲିଆରେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ। ପୂର୍ବରୁ ସେ ଯେମିତି ବଲକୁ ମାରୁଥିଲେ ଏବେ ସମାନ ଢଙ୍ଗରେ ଖେଳୁଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁବି। ତେବେ ଧୋନି କେଉଁ ନମ୍ବରରେ ବ୍ୟାଟିଂ କରିବେ, ସେକଥା ତାଙ୍କୁ ପଚାରିବା ଦରକାର।”

ଖରାପ ଫର୍ମ ପାଇଁ ଯୁବରାଜ ନିୟମିତ ଟିମ୍‌ରୁ ବାହାରେ ରହୁଛନ୍ତି। ଚଳିତ ଆଇପିଏଲ୍‌ରେ ତାଙ୍କୁ କୌଣସି ଟିମ୍‌ ପ୍ରଥମ ରାଉଣ୍ଡରେ କିଣି ନଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ମୁମ୍ବାଇ ତାଙ୍କୁ ମୂଳଦର ୧ କୋଟି ଟଙ୍କାରେ ହିଁ କିଣିଛି।

Related story