୭ ବର୍ଷ ପରେ କାର୍ତ୍ତିକ ଖେଳିବେ ଟେଷ୍ଟ; ଦକ୍ଷିଣ ଆଫ୍ରିକାରେ ପୂର୍ବତନ ପତ୍ନୀ ଓ ଧୋକାବାଜ ବନ୍ଧୁଙ୍କ ସହ ହେବ ସାମନାସାମନି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିପକ୍ଷରେ ଟେଷ୍ଟ୍ ସିରିଜ୍ ହାରିଯାଇଛି ଭାରତ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ହାରିଯିବା ସହ ଦଳ ଏହି ସିରିଜ୍‌କୁ ହାତଛଡ଼ା କରିଛି। ତେବେ ସିରିଜ୍‌ର ଶେଷ ମ୍ୟାଚ୍ ଜାନୁଆରୀ ୨୪ ତାରିଖରେ ଜୋହାନସବର୍ଗରେ ଖେଳାଯିବ। ତେଣୁ ଦଳ ଏହାକୁ ୨-୧ରେ ଶେଷ କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଖେଳିବେ। ୭ ବର୍ଷ ପରେ ସେ ଟେଷ୍ଟ କ୍ରିକେଟ୍‌କୁ ଫେରୁଛନ୍ତି। ଆଘାତ ଲାଗିଥିବା କାରଣରୁ ୱିକେଟ୍‌ କିପର ରିଦ୍ଧିମାନ ଶାହାଙ୍କୁ ତୃତୀୟ […]

dinesh

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 06:48 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିପକ୍ଷରେ ଟେଷ୍ଟ୍ ସିରିଜ୍ ହାରିଯାଇଛି ଭାରତ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ହାରିଯିବା ସହ ଦଳ ଏହି ସିରିଜ୍‌କୁ ହାତଛଡ଼ା କରିଛି। ତେବେ ସିରିଜ୍‌ର ଶେଷ ମ୍ୟାଚ୍ ଜାନୁଆରୀ ୨୪ ତାରିଖରେ ଜୋହାନସବର୍ଗରେ ଖେଳାଯିବ। ତେଣୁ ଦଳ ଏହାକୁ ୨-୧ରେ ଶେଷ କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଖେଳିବେ। ୭ ବର୍ଷ ପରେ ସେ ଟେଷ୍ଟ କ୍ରିକେଟ୍‌କୁ ଫେରୁଛନ୍ତି। ଆଘାତ ଲାଗିଥିବା କାରଣରୁ ୱିକେଟ୍‌ କିପର ରିଦ୍ଧିମାନ ଶାହାଙ୍କୁ ତୃତୀୟ ମ୍ୟାଚ୍‌ରୁ ବାଦ୍ ଦିଆଯାଇଛି। ଦ୍ୱିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ ପାର୍ଥିବ ପଟେଲ ଖେଳିଥିଲେ।

[caption id="attachment_201869" align="aligncenter" width="686"] ଦୀନେଶ କାର୍ତ୍ତିକଙ୍କ ସହ ନିକିତା[/caption]

ଦୀନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ପୂର୍ବରୁ ସ୍ଥାନ ପାଇଛନ୍ତି। ତେବେ ଏବେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବାରୁ ସେ ସେଠାକୁ ଆଗୁଆ ଗସ୍ତ କରିବେ। ସେଠାରେ ତାଙ୍କର ପୂର୍ବତନ ପତ୍ନୀ ଓ ଧୋକାବାଜ୍ ସାଙ୍ଗଙ୍କ ସହିତ ସାକ୍ଷାତ ହେବ। ତାଙ୍କର ଏହି ଧୋକାବାଜ ସାଙ୍ଗ ଜଣଙ୍କ ଆଉ କେହି ନୁହଁନ୍ତି, ଖୋଦ୍ ଟେଷ୍ଟ୍ ଟିମ୍‌ର ଓପନର ମୁରଲୀ ବିଜୟ। ସୂଚନାଯୋଗ୍ୟ, କାର୍ତ୍ତିକଙ୍କ ପୂର୍ବତନ ପତ୍ନୀ ନିକିତା ବାହା ହୋଇଛନ୍ତି ମୁରଲୀ ବିଜୟଙ୍କୁ।

[caption id="attachment_201868" align="aligncenter" width="720"] ମୁରଲୀଙ୍କ ସହ ନିକିତା[/caption]

୨୦୧୨ ପର୍ଯ୍ୟନ୍ତ ନିକିତା ଥିଲେ କାର୍ତ୍ତିକଙ୍କ ପତ୍ନୀ। ଆଇପିଏଲ୍-୫ରେ ଦୁହେଁ ଏକାଠି ବୁଲୁଥିଲେ। ଏହି ସମୟରେ ମୁରଲୀ ବିଜୟଙ୍କ ସହିତ ନିକିତାଙ୍କ ପରିଚୟ ହୋଇଥିଲା। ତା’ପରେ ଦୁହିଁଙ୍କ ମଧ୍ୟରେ ଆଫେୟାର ଚାଲିଲା। ଲୁଚାଛପା ଦୁହେଁ ପରସ୍ପରକୁ ଭେଟିବାକୁ ଲାଗିଲେ। ତେବେ ଦିନେ ଦୀନେଶ କାର୍ତ୍ତିକ ଏ ବିଷୟରେ ଜାଣିପାରିଲେ। ସେ ନିକିତାଙ୍କୁ ଛାଡ଼ପତ୍ର ଦେଇ ଦେଲେ। ମିଳିଥିବା ସୂଚନା ଅନୁଯାୟୀ ଛାଡ଼ପତ୍ର ବେଳେ ନିକିତା ଗର୍ଭବତୀ ଥିଲେ। କାର୍ତ୍ତିକଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ସେ ମୁରଲୀ ବିଜୟଙ୍କୁ ବାହା ହୋଇଥିଲେ। ଏବେ ଦୁହିଁଙ୍କର ତିନୋଟି ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଝିଅ ଓ ଜଣେ ପୁଅ।

[caption id="attachment_201870" align="aligncenter" width="700"] ଦୀପିକା ପଲ୍ଲୀକଲଙ୍କ ସହ ଦୀନେଶ[/caption]

ନିକିତାଙ୍କୁ ଛାଡ଼ପତ୍ର ଦେବା ପରେ କାର୍ତ୍ତିକ ସ୍କ୍ୱାଶ ଖେଳାଳି ଦୀପିକା ପଲ୍ଲୀକଲଙ୍କୁ ବିବାହ କରିଥିଲେ। ୨୦୧୫ ଅଗଷ୍ଟ ମାସରେ ସେ ତାଙ୍କୁ ବାହା ହୋଇଥିଲେ।

ସୂଚନାଯୋଗ୍ୟ, କାର୍ତ୍ତିକ ନିକିତାଙ୍କୁ ୨୦୦୭ରେ ବାହା ହୋଇଥିଲେ ଓ ଏହା ୫ ବର୍ଷ ପରେ ଭାଙ୍ଗି ଯାଇଥିଲା।

Related story