‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁଟର ଜିତୁ ରାୟଙ୍କ ନାମ ସୁପାରିଶ କଲେ ସରକାର

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁଟର ଜିତୁ ରାୟଙ୍କ ନାମ ସୁପାରିଶ କରାଯାଇଛି। ସେ ଗତ ୨ ବର୍ଷ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତା ତଥା ରିଓ ଅଲିମ୍ପିକ୍‌ରେ ପଦକ ଜିତି ନ ଥିଲେ ମଧ୍ୟ ତାଙ୍କ ନାମକୁ ସୁପାରିଶ କରିଛି ଭାରତୀୟ ଜାତୀୟ ରାଇଫଲ ଆସୋସିଏସନ(ଆଇଏନ୍‌ଆରଏ)। ଭାରତୀୟ ଜାତୀୟ ରାଇଫଲ ଆସୋସିଏସନ(ଆଇଏନ୍‌ଆରଏ)ର ସଚିବ ରଜୀବ ଭାଟିଆ କହିଛନ୍ତି,“ଏହା ସତ୍ୟ ‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁଟର […]

jitu-rai

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 05:18 PM IST

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁଟର ଜିତୁ ରାୟଙ୍କ ନାମ ସୁପାରିଶ କରାଯାଇଛି। ସେ ଗତ ୨ ବର୍ଷ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତା ତଥା ରିଓ ଅଲିମ୍ପିକ୍‌ରେ ପଦକ ଜିତି ନ ଥିଲେ ମଧ୍ୟ ତାଙ୍କ ନାମକୁ ସୁପାରିଶ କରିଛି ଭାରତୀୟ ଜାତୀୟ ରାଇଫଲ ଆସୋସିଏସନ(ଆଇଏନ୍‌ଆରଏ)।

ଭାରତୀୟ ଜାତୀୟ ରାଇଫଲ ଆସୋସିଏସନ(ଆଇଏନ୍‌ଆରଏ)ର ସଚିବ ରଜୀବ ଭାଟିଆ କହିଛନ୍ତି,“ଏହା ସତ୍ୟ ‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁଟର ଜିତୁ ରାୟଙ୍କ ନାମ ସୁପାରିଶ କରାଯାଇଛି। ଏହାସହ ମହିଳା ରାଇଫଲ ସୁଟର ଅପୂର୍ବୀ ଚାନ୍ଦେଲା, ପୁରୁଷ ରାଇଫଲ ସୁଟର ଗୁରୁପ୍ରୀତ ସିଂହ ଓ ପିଏନ୍‌ ପ୍ରକାଶଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି।”

ଅନ୍ୟପକ୍ଷରେ ଜିମ୍‌ନାଷ୍ଟ ଦୀପା କର୍ମକାରଙ୍କ ନାମ ‘ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ’ ପାଇଁ ସୁପାରିଶ କରାଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ଦୀପା ରିଓ ଅଲିମ୍ପିକ୍‌ରେ ଅଳ୍ପକେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଜିତୁ ରାୟ ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ପରାସ୍ତ ହୋଇଥିଲେ।

କର୍ମକାର ପ୍ରଥମ ଭାରତୀୟ ଜିମ୍‌ନାଷ୍ଟ ଭାବେ ଅଲିମ୍ପିକ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ଯାହାଙ୍କ  ପାଇଁ ସେ ଫାଇନାଲ ଭଲ୍ଟରେ ୧୫.୦୬୬ ପଏଣ୍ଟ ପାଇଥିଲେ ଓ ୪ର୍ଥ ସ୍ଥାନ ଅକ୍ତିୟାର କରି ଅଲିମ୍ପିକ୍‌ରୁ ବିଦାୟ ନେଇଥିଲେ ଅର୍ଥାତ୍‌ ତାଙ୍କ କୋଚ୍‌ ବିଶ୍ୱେଶ୍ୱର ନନ୍ଦିଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦେବାକୁ ଯୋଜନା କରୁଛନ୍ତି ସରକାର। ପ୍ରଶିକ୍ଷଣ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ହେଉଛି ‘ଦ୍ରୋଣାଚାର୍ଯ୍ୟ ପୁରସ୍କାର’।

ଏନେଇ ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ଅଗଷ୍ଟ ୨୯ରେ ବିଶ୍ୱ କ୍ରୀଡା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

Related story