ବିପର୍ଯ୍ୟୟ: କତାର ଓପନରୁ ଜୋକଭିଚ୍ ବିଦା

ଦୋହା: ବିଶ୍ୱର ଷ୍ଟାର ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର ଓପନର ସେମିଫାନାଲ୍‌ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛନ୍ତି। ତାଙ୍କୁ ବିଶ୍ୱର ୨୪ ନଂ ଖେଳାଳି ରବର୍ଟ ବାଉଟିଷ୍ଟା ଅଗୁଟ ସେମି ଫାଇନାଲ୍‌ରେ ୬-୩, ୬-୭ ଓ ୬-୪ ସେଟ୍‌ରେ ପରାସ୍ତ କରି କତାର ଓପନରୁ ବିଦା କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଜୋକଭିଚ୍ ଏବଂ ରବର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଦୀର୍ଘ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ରବର୍ଟ ସମସ୍ତଙ୍କୁ […]

tr

Hemant Lenka
  • Published: Saturday, 05 January 2019
  • , Updated: 05 January 2019, 11:07 AM IST

ଦୋହା: ବିଶ୍ୱର ଷ୍ଟାର ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର ଓପନର ସେମିଫାନାଲ୍‌ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛନ୍ତି। ତାଙ୍କୁ ବିଶ୍ୱର ୨୪ ନଂ ଖେଳାଳି ରବର୍ଟ ବାଉଟିଷ୍ଟା ଅଗୁଟ ସେମି ଫାଇନାଲ୍‌ରେ ୬-୩, ୬-୭ ଓ ୬-୪ ସେଟ୍‌ରେ ପରାସ୍ତ କରି କତାର ଓପନରୁ ବିଦା କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଜୋକଭିଚ୍ ଏବଂ ରବର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

ଦୀର୍ଘ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ରବର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜୋକଭିଚ୍‌ଙ୍କୁ ପରାସ୍ତ କରିଦେଇଥିଲେ। ସ୍ପେନ୍‌ର ତାରକା ରବର୍ଟ କହିଛନ୍ତି, “ ମୁଁ କେବେ ହେଲେ ଏଭଳି ବିଜୟ ପାଇବି ବୋଲି ଆଶା କରି ନଥିଲି। ମୁଁ ସାରା ଜୀବନ ଏହାକୁ ମନେରଖିବି।”

ପରାଜୟ ପରେ ଜୋକଭିଚ୍ ନିଜର ହତାଶାଭାବ ପ୍ରକାଶ କରିଥିଲେ।

Related story