କାର୍ତ୍ତିକଙ୍କ ଅପରାଜିତ ୯୭, ୧୭୫ରେ ଅଟକିଲା କେକେଆର୍

କୋଲକାତା: ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ୫୦ ବଲ୍‌ରେ ଅପରାଜିତ ୯୭ ରନ୍‌ ବଳରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆରି) ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ କରିଛି। ଫଳରେ ରାଜସ୍ଥାନକୁ ଏହି ‘କର ବା ମର’ ମ୍ୟାଚ୍‌ ଜିତିବା ପାଇଁ ୧୭୬ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ଟିମ୍‌କୁ ଫେରିଥିବା ବରୁଣ ଅରୁନ ପ୍ରଥମ ଓଭର୍‌ରେ ହିଁ ବିସ୍ଫୋରକ […]

y

Hemant Lenka
  • Published: Thursday, 25 April 2019
  • , Updated: 25 April 2019, 10:25 PM IST

କୋଲକାତା: ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ୫୦ ବଲ୍‌ରେ ଅପରାଜିତ ୯୭ ରନ୍‌ ବଳରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆରି) ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ କରିଛି। ଫଳରେ ରାଜସ୍ଥାନକୁ ଏହି ‘କର ବା ମର’ ମ୍ୟାଚ୍‌ ଜିତିବା ପାଇଁ ୧୭୬ ରନ୍‌ର ଟାର୍ଗେଟ ମିଳିଛି।

ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ଟିମ୍‌କୁ ଫେରିଥିବା ବରୁଣ ଅରୁନ ପ୍ରଥମ ଓଭର୍‌ରେ ହିଁ ବିସ୍ଫୋରକ କ୍ରିସ୍‌ ଲୀନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଦ୍ୱିତୀୟ ୱିକେଟ୍‌ ପାଇଁ ଶୁଭମନ ଗିଲ ଓ ନୀତୀଶ ରାଣା ସ୍ଥିତି ସମ୍ଭାଳିଥିଲେ ହେଁ ବେଶୀ ସମୟ ତିଷ୍ଟି ପାରି ନଥିଲେ। ଗିଲ(୧୪)ଙ୍କୁ ବରୁଣ ନିଜର ଦ୍ୱିତୀୟ ଶିକାର କରିଥିବା ବେଳେ ରାଣା(୨୧)ଙ୍କ ୱିକେଟ୍‌ ଶ୍ରେୟସ ଗୋପାଲଙ୍କ ଖାତାକୁ ଯାଇଥିଲା। ୧୧ ରନ୍‌ କରିଥିବା ସୁନୀଲ ନାରିନ୍‌ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଯାଇଥିଲେ।

ଗୋଟିଏ ପଟେ ୱିକେଟ୍‌ ଖସୁଥିଲେ ହେଁ କାର୍ତ୍ତିକ ନିଜର ଦକ୍ଷତାର ପରିଚୟ ଦେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତିମଧ୍ୟରେ ସେ ତାଙ୍କ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ଆନ୍ଦ୍ରେ ରସେଲଙ୍କ ବ୍ୟାଟ୍‌ ଆଜି ଆଦୌ ଚାଲି ନଥିଲା। ସେ ମାତ୍ର ୧୪ ରନ୍‌ କରି ଓ. ଟମାସଙ୍କ ବଲରେ ଆଉଟ୍‌ ହୋଇଥିଲେ। ସେହିପରି କାର୍ଲୋସ ବ୍ରାଥୱେଟ୍‌ ବଡ଼ ଶଟ୍‌ ଖେଳିବା ଲୋଭରେ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଦୀନେଶ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ୧୯ତମ ଓଭର୍‌ ବୋଲିଂ କରୁଥିବା ଜୋଫ୍ରେ ଆର୍ଚରଙ୍କୁ କାର୍ତ୍ତିକ ଦୁଇଟି ଛକା ଓ ଶେଷ ଓଭର୍‌ରେ ଜୟଦେବ ଉନାଦକତ୍‌ଙ୍କୁ ଗୋଟିଏ ଚୌକା ଓ ୨ ଛକା ମାରି ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ। କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ୯୭ ରନ୍‌ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ପକ୍ଷରୁ ବରୁନ ଅରୁନ ୨ଟି ୱିକେଟ୍‌ ନେଇଥିବା ବେଳେ ଜୟଦେବ ଉନାଦକତ, ଶ୍ରେୟସ ଗୋପାଲ, ଟମାସ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

Related story