ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତୀୟ ଦୃଷ୍ଟିହୀନ ଟିମ୍

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଜାମାଇକା ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ ଟିମ୍ ଦିନିକିଆ ପରେ ଟି-୨୦ ସିରିଜ୍ ମଧ୍ୟ ଜିତି ନେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଜାମାଇକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଟିମ୍ ପକ୍ଷରୁ ଷ୍ଟିୱାର୍ଟ ୫୧ ଓ ଗ୍ରାହାମ୍ ୩୨ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପକ ମଲିକ୍ ୨୫ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ। ଜବାବରେ ଭାରତ […]

blind-team

Ranjit Kumar Jena
  • Published: Sunday, 28 July 2019
  • , Updated: 29 July 2019, 10:52 AM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଜାମାଇକା ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ ଟିମ୍ ଦିନିକିଆ ପରେ ଟି-୨୦ ସିରିଜ୍ ମଧ୍ୟ ଜିତି ନେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଜାମାଇକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଟିମ୍ ପକ୍ଷରୁ ଷ୍ଟିୱାର୍ଟ ୫୧ ଓ ଗ୍ରାହାମ୍ ୩୨ ରନ୍ କରିଥିଲେ।

ଭାରତ ପକ୍ଷରୁ ଦୀପକ ମଲିକ୍ ୨୫ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ। ଜବାବରେ ଭାରତ ମାତ୍ର ୮.୫ ଓଭରରେ ବିନା ୱିକେଟ୍ ହରାଇ ୧୪୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଭାରତ ପକ୍ଷରୁ ସୁନୀଲ ରମେଶ୍ ମାତ୍ର ୪୦ ବଲରେ ୧୦୧ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଅଜୟ ୨୧ ବଲରେ ୩୦ ରନ୍ କରିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ମଧ୍ୟ କ୍ଲିନସୁଇପ୍ କରିନେଇଥିଲା। ଆସନ୍ତା ୩୧ ତାରିଖରେ ଭାରୀତୀୟ ଦଳ ସ୍ୱଦେଶ ଫେରିବ। ସେହିପରି ଭାରତୀୟ ଦଳରେ ସାମିଲ୍ ଦୁଇ ଓଡ଼ିଆ ଖେଳାଳି ଯଥା ମହମ୍ମଦ ଜାଫର୍ ଇକବାଲ୍ ଓ ପଙ୍କଜ ଭୁଏ ଅଗଷ୍ଟ ୧ ତାରିଖରେ ସକାଳେ ଭୁବନେଶ୍ୱରରେ ପହଞ୍ଚିବେ।

Related story