ପ୍ରକ୍ସି କ୍ୟାପ୍ଟେନ୍‌ ବ୍ୟବହାର କଲା ଦକ୍ଷିଣ ଆଫ୍ରିକା, କିନ୍ତୁ...

ରାଞ୍ଚି: ଭାରତ ଠାରୁ ଟେଷ୍ଟ ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ପାଇଁ ତୃତୀୟ ଟେଷ୍ଟ ଖେଳୁଛି। ତେବେ ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକା ମାନସିକସ୍ତରରେ ପରାଜୟ ସ୍ୱୀକାର କରିଥିବା କୁହାଯାଉଛି। ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍‌ ଫାପ୍‌ ଡୁପ୍ଲେସିସ କ୍ରମାଗତ ୯ମ ଥର ଟସ୍‌ ହାରିଥିବାରୁ ଆଜି ନିଜର ରଣନୀତି ବଦଳାଇଥିଲେ। ଆଜି ତୃତୀୟ ଟେଷ୍ଟରେ ଟସ୍‌ ପକାଇବା ପାଇଁ ଡୁପ୍ଲେସିସ ଆସିବା ବେଳେ ତାଙ୍କ ସହ ଜଣେ […]

c

Hemant Lenka
  • Published: Saturday, 19 October 2019
  • , Updated: 19 October 2019, 04:04 PM IST

ରାଞ୍ଚି: ଭାରତ ଠାରୁ ଟେଷ୍ଟ ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ପାଇଁ ତୃତୀୟ ଟେଷ୍ଟ ଖେଳୁଛି। ତେବେ ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକା ମାନସିକସ୍ତରରେ ପରାଜୟ ସ୍ୱୀକାର କରିଥିବା କୁହାଯାଉଛି।

ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍‌ ଫାପ୍‌ ଡୁପ୍ଲେସିସ କ୍ରମାଗତ ୯ମ ଥର ଟସ୍‌ ହାରିଥିବାରୁ ଆଜି ନିଜର ରଣନୀତି ବଦଳାଇଥିଲେ। ଆଜି ତୃତୀୟ ଟେଷ୍ଟରେ ଟସ୍‌ ପକାଇବା ପାଇଁ ଡୁପ୍ଲେସିସ ଆସିବା ବେଳେ ତାଙ୍କ ସହ ଜଣେ ପ୍ରକ୍ସି କ୍ୟାପ୍ଟେନ୍‌ଙ୍କୁ ନେଇ ଆସିଥିଲେ।

ପ୍ରକ୍ସି କ୍ୟାପ୍ଟେନ୍‌ଙ୍କ ଉପସ୍ଥିତିରେ ଟସ୍‌ ପଡ଼ିଲେ ଏହା ଦକ୍ଷିଣ ଆଫ୍ରିକା ସପକ୍ଷରେ ଯିବ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ୱାସ ରଖିଥିଲା। ପ୍ରକ୍ସି କ୍ୟାପ୍ଟେନ୍‌ ତେମ୍ବା ବାଭୁମାଙ୍କ ଉପସ୍ଥିତିରେ ଟସ୍‌ ପଡ଼ିଥିଲା।

ହେଲେ କ୍ରମାଗତ ୧୦ମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଏସିଆ ମହାଦେଶରେ ଟସ୍‌ ହାରିବାକୁ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଏହି ପ୍ରକ୍ସି କ୍ୟାପ୍ଟେନ୍‌ ବ୍ୟବହାରକୁ ପୂର୍ବତନ ଖେଳାଳି ଗ୍ରେମ ସ୍ମିଥ ତୀବ୍ର ସମାଲୋଚନା କରିଛନ୍ତି। ଫ୍ୟାନ୍‌ମାନେ ସୋଶାଲ ମିଡିଆରେ ଦକ୍ଷିଣ ଆଫ୍ରିକାକୁ ଟ୍ରୋଲ କରିଛନ୍ତି।

Related story