ଦୂତି ଚାନ୍ଦଙ୍କୁ ଆଶ୍ୱସ୍ତି: ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦେଲା କ୍ୟାସ୍

ଭୁବନେଶ୍ୱର: ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଧାବିକା ଦୂତି ଚାନ୍ଦ ଭାଗ ନେଇପାରିବେ। ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍  ଆର୍ବିଟ୍ରେସନ ଫର ସ୍ପୋର୍ଟ ବା କ୍ୟାସ୍ ଦୁତିଙ୍କ ଉପରେ ଲଗାଯାଇଥିବା କଟକଣାକୁ ବର୍ତ୍ତମାନ ପାଇଁ ହଟାଇ ଦେଇଛନ୍ତି। ଏଥିସହିତ ଆଣ୍ଡ୍ରୋଜେନ୍ ହରମୋନ୍ ସମ୍ୱନ୍ଧିତ କଟକଣାକୁ ମଧ୍ୟ କୋର୍ଟ ଦୁଇ ବର୍ଷ ଲାଗି ସ୍ଥଗିତ ରଖିଛନ୍ତି। ଏହି ହରମୋନ ଦ୍ୱାରା ମହିଳା ଆଥଲେଟଙ୍କ ପ୍ରଦର୍ଶନ କିଭଳି ପ୍ରଭାବିତ ହୋଇଥାଏ ସେ ସଂପର୍କରେ ଏକ ସାଇଣ୍ଟିଫିକ୍ ରିପୋର୍ଟ ଦେବାକୁ  କୋର୍ଟ  […]

dutee

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 02:26 AM IST

ଭୁବନେଶ୍ୱର: ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଧାବିକା ଦୂତି ଚାନ୍ଦ ଭାଗ ନେଇପାରିବେ। ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍  ଆର୍ବିଟ୍ରେସନ ଫର ସ୍ପୋର୍ଟ ବା କ୍ୟାସ୍ ଦୁତିଙ୍କ ଉପରେ ଲଗାଯାଇଥିବା କଟକଣାକୁ ବର୍ତ୍ତମାନ ପାଇଁ ହଟାଇ ଦେଇଛନ୍ତି। ଏଥିସହିତ ଆଣ୍ଡ୍ରୋଜେନ୍ ହରମୋନ୍ ସମ୍ୱନ୍ଧିତ କଟକଣାକୁ ମଧ୍ୟ କୋର୍ଟ ଦୁଇ ବର୍ଷ ଲାଗି ସ୍ଥଗିତ ରଖିଛନ୍ତି। ଏହି ହରମୋନ ଦ୍ୱାରା ମହିଳା ଆଥଲେଟଙ୍କ ପ୍ରଦର୍ଶନ କିଭଳି ପ୍ରଭାବିତ ହୋଇଥାଏ ସେ ସଂପର୍କରେ ଏକ ସାଇଣ୍ଟିଫିକ୍ ରିପୋର୍ଟ ଦେବାକୁ  କୋର୍ଟ  ଅନ୍ତର୍ଜାତୀୟ ଆଥଲେଟିକ୍ ଫେଡେରେସନ୍ –ଆଇଏଏଏଫକୁ ଦୁଇ ବର୍ଷ ସମୟ ଦେଇଛନ୍ତି। ଆଣ୍ଡ୍ରୋଜେନ୍ ହରମୋନ୍ ଓ ଆଥଲେଟଙ୍କ ପ୍ରଦର୍ଶନ ମଧ୍ୟରେ କଣ ସିଧାସଳଖ ସଂପର୍କରେ ରହିଛି ତାହା ସ୍ପଷ୍ଟ ନଥିବାରୁ ବର୍ତ୍ତମାନ ପାଇଁ କଟକଣାକୁ ଉଠାଇ ଦିଆଯାଇଥିବା ସୁଇଜରଲ୍ୟାଣ୍ଡ କୋର୍ଟ କହିଛନ୍ତି। ସେ ଦୃଷ୍ଟିରୁ ଦୁତି ଏବେ ସମସ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ମାତ୍ରାଧିକ ଆଣ୍ଡ୍ରୋଜେନ୍ ହରମୋନକୁ ନେଇ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆଡ୍ ପୂର୍ବରୁ ଦୂତିଙ୍କ ଉପରେ କଟକଣା ଲଗାଯାଇଥିଲା। ନିକଟରେ  କୋର୍ଟ ଅପ୍ ଆବ୍ରିଟେସନ୍ ଫର ସ୍ପୋର୍ଟସ ଦୂତୀଙ୍କୁ ସମସ୍ତ ଜାତୀୟ ଏବଂ ଏସୀୟ ସ୍ତରର ପ୍ରତିଯୋଗିତା ଖେଳିବାକୁ ଅନୁମତି ଦେଇଥିଲେ।୨୦୧୬ ରିଓ ଅଲିମ୍ପିକସ ଥିବାରୁ ଦୂତୀଙ୍କ ସହ ରାଜ୍ୟ ଏବଂ ଦେଶର ଆଥଲେଟିକସ ପାଇଁ ଖୁସି ଖବର ।

Related story