ଝିଲି ଦଳବେହେରା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ। ସେମାନେ ହେଲେ ଫୁଟବଲ […]

jhili

Ranjit Kumar Jena
  • Published: Sunday, 24 November 2019
  • , Updated: 24 November 2019, 08:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି।

ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ। ସେମାନେ ହେଲେ ଫୁଟବଲ ତାରକା ଯବାମଣି ଟୁଡୁ ଓ ହକି ତାରକା ନମିତା ଟପ୍ପୋ। ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ୍‌ଙ୍କୁ ପ୍ରତିବର୍ଷ ଇମ୍ଫା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଏ। ଖୋର୍ଦ୍ଧାରେ ଜନ୍ମିତ ଝିଲି ଦଳବେହେରା ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି।

୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ଗୋଲ୍ଡ ଓ ଗୋଟିଏ ସିଲଭର ମେଡାଲ ଜିତିଥିଲେ। ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଜିତିଥିଲେ ରୌପ୍ୟ ପଦକ। ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ଜିତିଥିଲେ। ୨୦୧୮ରେ ତୁର୍କମେନିସ୍ତାନରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍‌ର ୪୯ କିଲୋ ବର୍ଗରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଝିଲି।

Related story