ୱାର୍ଲ୍ଡ କପରେ ସବୁଠାରୁ ଦାମୀ ଅମ୍ପାୟାର କିଏ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ ଏହି ମହାକୁମ୍ଭରେ କିଏ କିଏ ଅମ୍ପାୟାରିଂ କରିବେ ଏବଂ ସେମାନଙ୍କୁ ପ୍ରାପ୍ୟ କେତେ ମିଳୁଛି, ତାହା ଜାଣିବା ନିହାତି ଦରକାର। ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା […]

UMPIRE

UMPIRE

Hemant Lenka
  • Published: Monday, 20 May 2019
  • Updated: 20 May 2019, 09:05 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ ଏହି ମହାକୁମ୍ଭରେ କିଏ କିଏ ଅମ୍ପାୟାରିଂ କରିବେ ଏବଂ ସେମାନଙ୍କୁ ପ୍ରାପ୍ୟ କେତେ ମିଳୁଛି, ତାହା ଜାଣିବା ନିହାତି ଦରକାର।

ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା ପ୍ରତି ଅମ୍ପାୟାର ଗୋଟିଏ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ ପାଇଁ ୩ହଜାର ଡଲାର (୨,୧୦,୮୭୪ ଟଙ୍କା) ନେଇଥାନ୍ତି। ଏହାଛଡ଼ା ଜଣଙ୍କୁ ଟି-୨୦ ମ୍ୟାଚରେ ଅମ୍ପାୟାରିଂ ପାଇଁ ୧୦୦୦ ଡଲାର୍ (୭୦,୨୯୧ ଟଙ୍କା) ଏବଂ ଦିନିକିଆରେ ଅମ୍ପାୟାରିଂ ପାଇଁ ୨୨୦୦ ଡଲାର୍ (୧,୫୪,୬୪୧ ଟଙ୍କା) ମିଳିଥାଏ। କିନ୍ତୁ ପ୍ରତି ଅମ୍ପାୟାରଙ୍କ ବାର୍ଷିକ ଦରମା ଅଲଗା ଅଲଗା ରହିଥାଏ। ତେବେ ଏହି ଅମ୍ପାୟାରଙ୍କ ମଧ୍ୟରେ କିଏ ଦାମୀ, ଆସନ୍ତୁ ଜାଣିବା।

ଅଲୀମ ଦାର୍: ପାକିସ୍ତାନ ପକ୍ଷରୁ ୧୭ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିବା ଅଲୀମ୍ ଦାର୍ ବର୍ତ୍ତମାନ କ୍ରିକେଟ୍ ଜଗତର ଅନ୍ୟତମ ବଡ଼ ଅମ୍ପାୟାର। ଦାର୍ ୩୧ ବର୍ଷ ବୟସରେ ଅମ୍ପାୟାର ଭାବେ ଡେବ୍ୟୁ କରିଥିଲେ। ସେ ୨୦୦୩, ୨୦୦୭, ୨୦୧୧ ବିଶ୍ୱକପ୍ ସମେତ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅମ୍ପାୟାରିଂ କରିଛନ୍ତି। ଦାରଙ୍କୁ ୨୦୦୯ ଓ ୨୦୧୦ରେ ଲଗାତାର ଦୁଇଥର ଅମ୍ପାୟାର୍ ଅଫ୍ ଦି ଇୟର ପୁରସ୍କାର ମିଳିସାରିଛି। ତାଙ୍କୁ ବାର୍ଷିକ ୪୫ହଜାର ଡଲାର୍ (୩୧, ୬୩,୧୧୭ ଟଙ୍କା) ପ୍ରାପ୍ୟ ଭାବେ ମିଳେ।

ନାଇଜେଲ୍ ଲଙ୍ଗ୍: ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ଉନ୍ନତ ଅମ୍ପାୟାରିଂ କରିବାରେ ନାଇଜେଲ୍ ଲଙ୍ଗଙ୍କ ନମ୍ବର ଦ୍ୱିତୀୟ ସ୍ଥାନରେ ଆସିବ। ତାଙ୍କୁ ମଧ୍ୟ ବାର୍ଷିକ ୪୫ହଜାର ଡଲାର୍ (୩୧,୬୩,୧୧୭ ଟଙ୍କା) ପ୍ରାପ୍ୟ ଆକାରରେ ମିଳିଥାଏ। ସେ ୨୦୦୨ରେ ଅମ୍ପାୟାରିଂ କ୍ୟାରିୟରରେ ପାଦ ରଖିଥିଲେ। ୨୦୦୬ରେ ଆଇସିସି ଅମ୍ପାୟାର ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା ଲଙ୍ଗ ୨୦୧୧ ବିଶ୍ୱକପରେ ଅମ୍ପାୟାରିଂ କରିଥିଲେ।

ପଲ୍ ରିଫେଲ୍: ପଲ୍ ରିଫେଲ୍ ୧୯୯୯ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ। ସେ ୨୦୦୪/୦୫ରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୫-୦୬ରେ ତାଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ନ୍ୟାଶନାଲ୍ ଅମ୍ପାୟାର ପ୍ୟାନେଲରେ ସାମିଲ୍ କରାଯାଇଥିଲା। ଏହା ପରେ ୨୦୦୯ରେ ସେ ଅନ୍ତର୍ଜାତୀୟ ସ୍ତରରେ ଅମ୍ପାୟାରିଂ ଆରମ୍ଭ କରିଥିଲେ। ତାଙ୍କୁ ବାର୍ଷିକ ୪୫ହଜାର ଡଲାର୍ (୩୧, ୬୩,୧୧୭ ଟଙ୍କା) ପ୍ରାପ୍ୟ ଭାବେ ମିଳିଥାଏ।

କ୍ରିସ୍ ଗଫାନେ: ଗଫାନେ ଜଣେ କ୍ରିକେଟର୍ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମଶ୍ରେଣୀ କ୍ରିକେଟରେ ୮୩ ମ୍ୟାଚ୍ ଏବଂ ଲିଷ୍ଟ-ଏ'ରେ ୧୧୩ ମ୍ୟାଚ୍ ଖେଳିଛନ୍ତି। ଏହାଛଡ଼ା ଓଟାଗୋ ପକ୍ଷରୁ ୮ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏହା ପରେ ସେ ୨୦୧୦ରେ ଅନ୍ତର୍ଜାତୀୟ ସ୍ତରରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ ଆଇସିସି କ୍ରିକେଟ୍ ବିଶ୍ୱକପରେ ତାଙ୍କ ନାମ ସାମିଲ୍ ଥିଲା। ୨୦୧୫ରେ ମଧ୍ୟ ତାଙ୍କୁ ପ୍ରମୋଶନ୍ ମିଳିଥିଲା ଏବଂ ଆଇସିସି ଅମ୍ପାୟାର ଏଲିଟ୍ ପ୍ୟାନେଲରେ ସାମିଲ୍ କରାଯାଇଥିଲା। ତାଙ୍କୁ ମଧ୍ୟ ବାର୍ଷିକ ୪୫ହଜାର ଡଲାର୍ (୩୧, ୬୩,୧୧୭ ଟଙ୍କା) ପ୍ରାପ୍ୟ ଭାବେ ମିଳିଥାଏ।

ଇଆନ୍ ଗୁଡ୍: ଇଂଲଣ୍ଡର ପୂର୍ବତନ କ୍ରିକେଟର ଏବଂ ଅମ୍ପାୟାର ଇଆନ୍ ଗୁଡ୍ ୧୯୮୩ ଆଇସିସି ବିଶ୍ୱକପରେ ଜଣେ ୱିକେଟକିପର ଭାବେ ଖେଳିଥିଲେ ଏବଂ ଏହା ତାଙ୍କର ଅନ୍ତିମ ଟୁର୍ଣ୍ଣାମେଣ୍ଟ ମଧ୍ୟ ଥିଲା। ଏହି ବିଶ୍ୱକପରେ ସେ ୧୨ଜଣ କ୍ରିକେଟରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏଥିରେ ସୁନୀଲ ଗାଭାସ୍କର, ଜାଭେଦ୍ ମିଆଁଦାଦ ଓ ରଞ୍ଜନ ମଦୁଗଲେ ସାମିଲ୍ ଥିଲେ। ଏହା ପରେ ସେ ୨୦୦୭ ବିଶ୍ୱକପରେ ୩ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ଏବଂ ୨୦୧୧ ବିଶ୍ୱକପରେ ଟିଭି ଅମ୍ପାୟାର୍ ଥିଲେ। ଗୁଡ୍ ଜଣେ ଭଲ ଫୁଟବଲର ମଧ୍ୟ ଅଟନ୍ତି। ସେ ସ୍ଲୁ ଟାଉନ୍ ଓ ଆର୍ସେନାଲ୍ ପକ୍ଷରୁ ଗୋଲକିପର ଭୂମିକା ତୁଲାଇଛନ୍ତି। ଗୁଡ୍ ବାର୍ଷିକ ୩୫ହଜାର ଡଲାର୍ (୨୪,୬୦,୨୦୨ ଟଙ୍କା) ପ୍ରାପ୍ୟ ଭାବେ ନିଅନ୍ତି।

କୁମାର ଧର୍ମସେନା: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଓ ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା କୁମାର ଧର୍ମସେନା ୨୦୦୯ରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ଧର୍ମସେନା ମଧ୍ୟ ବିଶ୍ୱର ଅନ୍ୟତମ ଧନୀ ଅମ୍ପାୟାର। ସେ ଆଇସିସି ପକ୍ଷରୁ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ପ୍ରାପ୍ୟ ପାଆନ୍ତି।

ରିଚାର୍ଡ ଇଲିଂଙ୍ଗୱର୍ଥ: ୱର୍ସେଷ୍ଟରଶାୟର, ଡର୍ବିଶାୟର ଓ ନେଟାଲ୍ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଇଲିଂଙ୍ଗୱର୍ଥଙ୍କୁ ୨୦୦୬ରେ ଇସିବି ଅମ୍ପାୟାରଙ୍କ ତାଲିକାରେ ସାମିଲ୍ କରିଥିଲା। ଏହା ପରେ ୨୦୦୯ରେ ସେ ଆଇସିସି ଇଣ୍ଟରନ୍ୟାଶନାଲ୍ ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୧୩ରେ ତାଙ୍କୁ ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ମିଳିଥିଲା। ୨୦୧୯ ବିଶ୍ୱକପରେ ମଧ୍ୟ ତାଙ୍କୁ ସାମିଲ୍ କରାଯାଇଛି। ତାଙ୍କୁ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ପ୍ରାପ୍ୟ ବାବଦକୁ ମିଳେ।

ରିଚାର୍ଡ କେଟଲବରୋ: ରିଚାର୍ଡ କେଟଲବରୋ ୟର୍କଶାୟର୍ ଓ ମିଡଲସେକ୍ସ ପକ୍ଷରୁ ୩୩ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୭ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରରିଛନ୍ତି। କିନ୍ତୁ ସେ ନିଜ କ୍ରିକେଟ୍ କ୍ୟାରିୟରକୁ ବେଶୀ ଆଗକୁ ନେଇପାରି ନଥିଲେ ଏବଂ ଅମ୍ପାୟାରିଂ ଦୁନିଆରେ ପାଦ ଦେଇଥିଲେ। ଇସିବି ପକ୍ଷରୁ ତାଙ୍କୁ ୨୦୦୬ରେ ଅମ୍ପାୟାରଙ୍କ ତାଲିକାରେ ସାମିଲ୍ କରାଯାଇଥିଲା। ସେ ୨୦୧୧ ବିଶ୍ୱକପରେ ଅମ୍ପାୟାର୍ ଥିଲେ । ମେ' ୨୦୧୧ରେ ତାଙ୍କୁ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ କରାଯାଇଥିଲା। କେଟଲବରୋ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ପ୍ରାପ୍ୟ ବାବଦରେ ପାଆନ୍ତି।

ବ୍ରୁସ ଅକ୍ସେନଫୋର୍ଡ: ମେ', ୧୯୬୦ରେ ଜନ୍ମିତ ଅଷ୍ଟ୍ରେଲିଆର ଅକ୍ସେନଫୋର୍ଡ ବିଶ୍ୱର ସବୁଠାରୁ ମହଙ୍ଗା ଅମ୍ପାୟାରଙ୍କ ମଧ୍ୟ ସାମିଲ୍ ଅଛନ୍ତି। ସେ ୧୯୯୧-୧୯୯୩ ପର୍ଯ୍ୟନ୍ତ ୮ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ୨୦୦୧ରେ ଅମ୍ପାୟାରିଂ ଆରମ୍ଭ କରିଥିଲେ। ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ ଅକ୍ସେନଫୋର୍ଡ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ନିଅନ୍ତି।

ରଡ୍ ଟକର୍: ଟକର୍ ନ୍ୟୁ ସାଉଥ୍ ୱେଲ୍ସ ଓ ତାସମାନିଆ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିଲେ। କ୍ରିକେଟ୍ କ୍ୟାରିୟର ଶେଷ ହେବା ପରେ ସେ ଅମ୍ପାୟାରିଂ କ୍ଷେତ୍ରରେ ପାଦ ଥାପିଥିଲେ। ସେ ୨୦୦୯ରେ ଅଷ୍ଟ୍ରେଲିଆରେ ଟି-୨୦ ଏବଂ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୧ ବିଶ୍ୱକପରେ ଉନ୍ନତ ଅମ୍ପାୟାରିଂ ଯୋଗୁ ତାଙ୍କୁ ଆଇସିସି ସମ୍ମାନିତ କରିଥିଲା। ତାଙ୍କୁ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ମିଳିଥାଏ।

ମରାଇସ୍ ଏରାସମସ୍: ଦକ୍ଷିଣ ଆଫ୍ରିକାର ମରାଇସ୍ ଏରାସମସ୍ ବିଶ୍ୱର ଅନ୍ୟତମ ସଫଳ ଅମ୍ପାୟାର। ଏହି କାରଣରୁ ତାଙ୍କୁ ୨୦୧୯ ବିଶ୍ୱକପରେ ଅମ୍ପାୟାରିଂ ପାଇଁ ଚୟନ କରାଯାଇଛି। ସେ ୧୯୮୮ରୁ ୧୯୯୬ ପର୍ଯ୍ୟନ୍ତ ୫୩ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ୨୦୦୮ରେ ସେ ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିଲେ। ସେ ଦୁଇ ଟି-୨୦ ବିଶ୍ୱକପ୍ (୨୦୦୯ ଓ ୨୦୧୦) ଏବଂ ଗୋଟିଏ ଦିନିକିଆ ବିଶ୍ୱକପ୍ (୨୦୧୧)ରେ ଅମ୍ପାୟାରିଂ କରିଛନ୍ତି। ତାଙ୍କୁ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ମିଳିଥାଏ।

ସୁନ୍ଦରମ୍ ରବି: ୨୦୧୯ ବିଶ୍ୱକପରେ ରବି ଏକମାତ୍ର ଭାରତୀୟ ଅମ୍ପାୟାର ଭାବେ ସ୍ଥାନ ପାଇଛନ୍ତି। ରବି ୨୦୧୧ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପ୍ରଦର୍ଶନକୁ ଦେଖି ଜୁନ୍, ୨୦୧୫ରେ ତାଙ୍କୁ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ କରିଥିଲା। ଏସ୍ ଭେଙ୍କଟରାଘବନଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସେ ବାର୍ଷିକ ୨୪ଲକ୍ଷ ୬୦ହଜାର ଟଙ୍କା ପାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story