ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ଏହି କୀର୍ତ୍ତିମାନ କଲେ ପେରୀ

ଲଣ୍ଡନ: ଅଲରାଉଣ୍ଡର୍ ଏଲିସ୍ ପେରୀଙ୍କ ଅପରାଜିତ ୪୭ ରନ୍ ବଳରେ ଅଷ୍ଟ୍ରେଲିଆ ମହିଳା ଟିମ୍ ରବିବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପେରୀ କ୍ରିକେଟ୍ ଇତିହାସରେ ଏଭଳି ଏକ ରେକର୍ଡ କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ମହିଳା କିମ୍ବା ପୁରୁଷ କ୍ରିକେଟ୍ ହାସଲ କରିପାରି ନାହାନ୍ତି। ପେରୀ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ଏବଂ ୧୦୦ ୱିକେଟ୍ ନେବାର ଗୌରବ ଅର୍ଜନ […]

perry

Ranjit Kumar Jena
  • Published: Monday, 29 July 2019
  • , Updated: 29 July 2019, 09:19 PM IST

ଲଣ୍ଡନ: ଅଲରାଉଣ୍ଡର୍ ଏଲିସ୍ ପେରୀଙ୍କ ଅପରାଜିତ ୪୭ ରନ୍ ବଳରେ ଅଷ୍ଟ୍ରେଲିଆ ମହିଳା ଟିମ୍ ରବିବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପେରୀ କ୍ରିକେଟ୍ ଇତିହାସରେ ଏଭଳି ଏକ ରେକର୍ଡ କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ମହିଳା କିମ୍ବା ପୁରୁଷ କ୍ରିକେଟ୍ ହାସଲ କରିପାରି ନାହାନ୍ତି। ପେରୀ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ଏବଂ ୧୦୦ ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି।

ପେରୀ ନଭେମ୍ବରରେ ଆୟୋଜିତ ଟି-୨୦ ବିଶ୍ୱକପରେ ନାଟାଲି ସ୍କିଭରଙ୍କୁ ଆଉଟ୍ କରି ନିଜର ୧୦୦ ୱିକେଟ୍ ପୂରଣ କରିଥିଲେ ଏବଂ ରବିବାର ଇଂଲଣ୍ଡ ବିପକ୍ଷ ନିଜର ୪୭ ରନର ମ୍ୟାଚ୍ ବିଜୟୀ ଇନିଂସ୍ ବେଳେ ସେ ୧ହଜାର ରନ୍ ମଧ୍ୟ ପୂରଣ କରି ନେଇଛନ୍ତି। ଦିନିକିଆରେ ନିଜର ଛାପ ଛାଡ଼ିସାରିଥିବା ପେରୀ ଏବେ ଟି-୨୦ରେ ବି କମାଲ୍ କରିବାରେ ଲାଗିଛନ୍ତି।

୨୮ ବର୍ଷୀୟା ପେରୀ ଏପର୍ଯ୍ୟନ୍ତ ୧୦୪ ଟି-୨୦ ମ୍ୟାଚ୍ ଖେଳି ୧୦୩ ୱିକେଟ୍ ଏବଂ ୧୦୦୫ ରନ୍ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ପେରୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନର ଶାହିଦ ଆଫ୍ରିଦି ଏକମାତ୍ର କ୍ରିକେଟର ଯିଏ ପେରୀଙ୍କ ଏହି ରେକର୍ଡ ଭାଙ୍ଗିପାରିଥାନ୍ତେ। କିନ୍ତୁ ଆଫ୍ରିଦି ଏବେ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି।

ଆଫ୍ରିଦି ଟି-୨୦ କ୍ରିକେଟରେ ୧୪୧୬ ରନ୍ ଏବଂ ୯୮ ୱିକେଟ୍ ନେଇଛନ୍ତି। ସେହିପରି ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ ଏହି ଦୌଡ଼ରେ ମଧ୍ୟ ପଛରେ ନାହାନ୍ତି। ସାକିବ୍ ଟି-୨୦ରେ ୧୪୭୧ ରନ୍ ଏବଂ ୮୮ ୱିକେଟ୍ ନେଇସାରିଛନ୍ତି। ଆଗାମୀ ଦିନରେ ସାକିବ୍ ହୁଏତ ଏହି ରେକର୍ଡର ଅଧିକାରୀ ହୋଇପାରନ୍ତି।

Related story