ଆଜି ଦିନରେ ସରିଥିଲା ସଚିନ ଯୁଗ

ମୁମ୍ବାଇ: ସଚିନ ତେନ୍ଦୁଲକର, ଏଭଳି ଏକ ନାଁ ଯାହା ଦର୍ଶକଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ଟାଣିବା ପାଇଁ ଯଥେଷ୍ଟ। ସଚିନ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍‌, ଯିଏ ମଇଦାନକୁ ଓହ୍ଲାଇବା ମାତ୍ରକେ ଷ୍ଟାଡିୟମ କୋଳାହଳର ଭରିଯାଏ। ପ୍ରଶଂସକଙ୍କ ଭଲପାଇବା ଏବଂ ଅତ୍ୟଧିକ ଚାପ ସଚିନଙ୍କ ଉପରେ କେବେବି ଭାରୀ ପଡ଼ି ନାହିଁ। ଆଜକୁ ଠିକ୍ ୬ ବର୍ଷ ତଳେ ଏହି କିମ୍ବଦନ୍ତୀ କ୍ରିକେଟର୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ୨୦୧୩ ମସିହା (ନଭେମ୍ବର ୧୪ରୁ ୧୬ ତାରିଖ)ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ […]

sachin1

sachin1

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 06:02 PM IST

Sports

Latest News

ମୁମ୍ବାଇ: ସଚିନ ତେନ୍ଦୁଲକର, ଏଭଳି ଏକ ନାଁ ଯାହା ଦର୍ଶକଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ଟାଣିବା ପାଇଁ ଯଥେଷ୍ଟ। ସଚିନ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍‌, ଯିଏ ମଇଦାନକୁ ଓହ୍ଲାଇବା ମାତ୍ରକେ ଷ୍ଟାଡିୟମ କୋଳାହଳର ଭରିଯାଏ। ପ୍ରଶଂସକଙ୍କ ଭଲପାଇବା ଏବଂ ଅତ୍ୟଧିକ ଚାପ ସଚିନଙ୍କ ଉପରେ କେବେବି ଭାରୀ ପଡ଼ି ନାହିଁ। ଆଜକୁ ଠିକ୍ ୬ ବର୍ଷ ତଳେ ଏହି କିମ୍ବଦନ୍ତୀ କ୍ରିକେଟର୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ୨୦୧୩ ମସିହା (ନଭେମ୍ବର ୧୪ରୁ ୧୬ ତାରିଖ)ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସଚିନ ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା।

ସଚିନ ନିଜର ବିଦାୟୀ ମ୍ୟାଚରେ ୧୧୮ ବଲରେ ୧୨ ଚୌକା ସହାୟତାରେ ୭୪ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ଇନିଂସ୍ ଓ ୧୨୬ ରନରେ ଜିତିଥିଲା ଏବଂ 'ଗଡ୍ ଅଫ୍ କ୍ରିକେଟ୍‌' ବା କ୍ରିକେଟ୍ ଭଗବାନ ନାମରେ ପରିଚିତ ସଚିନଙ୍କୁ ଭବ୍ୟ ବିଦାୟ ମିଳିଥିଲା। ଟିମ୍ ଇଣ୍ଡିଆ ୨୦୧୩, ନଭେମ୍ବର ୧୪ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚକୁ ମାତ୍ର ୩ ଦିନରେ ଜିତି ନେଇଥିଲା। ସଚିନଙ୍କ ବିଦାୟ କ୍ଷଣ ପୂରା ଦେଶକୁ ଭାବପ୍ରବଣ କରିଦେଇଥିଲା। ହଜାର ହଜାର ସଂଖ୍ୟକ କ୍ରିକେଟ୍ ପ୍ରଶଂସକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ ଲକ୍ଷାଧିକ ଦର୍ଶକ ଟିଭିରେ ତାଙ୍କୁ କ୍ରିକେଟର ଶେଷ ମୁହୂର୍ତ୍ତରେ ବିଜୟୀ ଭାବେ ଦେଖବାକୁ ଚାହୁଁଥିଲେ।

ମାଷ୍ଟର୍ ବ୍ଲାଷ୍ଟର ଯେତେବେଳେ ଶେଷଥର ପାଇଁ ମଇଦାନକୁ ଓହ୍ଲାଇଲେ, ସେ ୨୨ ୟାର୍ଡର ସେହି ପିଚକୁ ମୁଣ୍ଡ ନୁଆଁଇ ସଲାମ କରିଥିଲେ। ଯେଉଁଠାରେ ସେ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ, ସେହି ଗ୍ରାଉଣ୍ଡରେ ନିଜ ପରିବାର ଏବଂ ଘରୋଇ ଦର୍ଶକଙ୍କ ସାମ୍ନାରେ କ୍ରିକେଟକୁ ଗୁଡବାଏ କହିଥିଲେ। ନିଜର ବିଦାୟୀ ଭାଷଣରେ ସେ କହିଥିଲେ, 'ପ୍ରଶଂସକଙ୍କ ସଚିନ, ସଚିନ୍‌, ସଚିନ ଧ୍ୱନି ସର୍ବଦା କାନରେ ବାଜୁଥିବ।'

୧୫ ନଭେମ୍ବର, ୨୯୮୯ରେ ପାକିସ୍ତାନ ବିପକ୍ଷ କରାଚୀରେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିବା ସଚିନ ୨୪ ବର୍ଷ ପର୍ଯ୍ୟନ୍ତ ଦେଶର ପ୍ରତିନିଧିତ୍ୱ କରିଥିଲେ। ସଚିନ ନିଜ କ୍ୟାରିୟରର ପ୍ରଥମ ଶତକ ୧୯୯୦ରେ ଇଂଲଣ୍ଡ ବିପକ୍ଷ ମ୍ୟାଞ୍ଚେଷ୍ଟରେ ମାରିଥିଲେ, ଯେଉଁଥିରେ ସେ ୧୧୯ ରନର ଅପରାଜିତ ଇନିଂସ୍ ଖେଳିଥିଲେ। ଦ୍ୱିତୀୟ ଟେଷ୍ଟ ଶତକ ଅଷ୍ଟ୍ରେଲିଆ ବିପକ୍ଷରେ ମାରିଥିଲେ। ସେ ୧୯୯୨, ଜାନୁଆରୀ ମାସରେ ସିଡନୀରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅପରାଜିତ ୧୪୮ ରନର ଦମଦାର ଇନିଂସ୍ ଖେଳିଥିଲେ। ତେବେ ରୋଚକ କଥା ହେଉଛି, ସେ ୧୫ ନଭେମ୍ବରରେ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ୧୬ ନଭେମ୍ବରରେ ସନ୍ନ୍ୟାସ ନେଇଥିଲେ।

ଜବରଦସ୍ତ ରେକର୍ଡକୁ ଦେଖି ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଥିଲା। ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୫୩.୭୮ ହାରରେ ୧୫୯୨୧ ରନ୍ କରିଛନ୍ତି। ଏହା ମଧ୍ୟରେ ତାଙ୍କ ନାଁରେ ୫୧ ଶତକ ଓ ୬୮ ଅର୍ଦ୍ଧଶତକ ରହିଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୮ ରନ୍ ରହିଛି। ସଚିନ ଦିନିକିଆରେ ୪୬୩ ମ୍ୟାଚ୍ ଖେଳି ୪୪.୩୮ ହାରରେ ୧୮୪୨୬ ରନ୍ କରିଛନ୍ତି, ଯେଉଁଥିରେ ୪୯ ଶତକ ଓ ୯୬ ଅର୍ଦ୍ଧଶତକ ସାମିଲ୍ ଅଛି। ଏହାସହ ସଚିନ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି।

୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ସଚିନ କ୍ରିକେଟ୍ ମଇଦାନରେ ଅନେକ ରେକର୍ଡ କରିଛନ୍ତି। ତାଙ୍କର କିଛି ରେକର୍ଡ ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ରେକର୍ଡ ବାଦଶାହା ସଚିନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି। ପରେ ସେ ଏହି ଟିମର ମେଣ୍ଟର ଭାବେ କାମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story