ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡର ଇନିଂସ୍ ବିଜୟ

ପୋର୍ଟ ଏଲିଜାବେଥ୍‌: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଇନିଂସ୍ ଓ ୫୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ପ୍ରଥମ ଟେଷ୍ଟ୍ ହାରିବା ପରେ ଇଂଲଣ୍ଡ ସିରିଜକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୧୮୯ ରନରେ ବିଜୟୀ ହୋଇଥିଲା। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଜୋହାନସବର୍ଗରେ ଖେଳାଯିବ। ସେଣ୍ଟ ଜର୍ଜ ପାର୍କରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୯ ୱିକେଟ୍ […]

eng

eng

Ranjit Kumar Jena
  • Published: Monday, 20 January 2020
  • Updated: 20 January 2020, 05:31 PM IST

Sports

Latest News

ପୋର୍ଟ ଏଲିଜାବେଥ୍‌: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଇନିଂସ୍ ଓ ୫୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ପ୍ରଥମ ଟେଷ୍ଟ୍ ହାରିବା ପରେ ଇଂଲଣ୍ଡ ସିରିଜକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୧୮୯ ରନରେ ବିଜୟୀ ହୋଇଥିଲା। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଜୋହାନସବର୍ଗରେ ଖେଳାଯିବ।

ସେଣ୍ଟ ଜର୍ଜ ପାର୍କରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୪୯୯ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୦୯ ରନ୍ କରି ଫଲୋଅନର ଶିକାର ହୋଇଥିଲା। ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୧୦୨ ରନ୍ କରିଥିଲା। ପଞ୍ଚମ ତଥା ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାକୁ କେବଳ ବର୍ଷା ହିଁ ପରାଜୟରୁ ରୋକିପାରି ଥାନ୍ତା, କିନ୍ତୁ ତାହା ହୋଇପାରିଲା ନାହିଁ।

ପୂର୍ବଦିନ ଅପରାଜିତ ଥିବା ଭର୍ନନ୍ ଫିଲାଣ୍ଡର୍ (୧୩) ଦିବସର ପ୍ରଥମ ବଲରେ ଷ୍ଟୁଆର୍ଟ ବ୍ରଡଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କାଗିସୋ ରବାଡା ୧୬ ରନ୍ କରି ମାର୍କ ଉଡଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଆନରିଚ୍ ନୋର୍ଟଜେ (୫) ନବମ ୱିକେଟ୍ ପାଇଁ ଆଉଟ୍ ହୋଇଥିଲେ। ୧୩୮ ରନରେ ୯ ୱିକେଟ୍ ହରାଇ ଦକ୍ଷଣ ଆଫ୍ରିକା ନିଶ୍ଚିତ ପରାଜୟ ଦ୍ୱାରରେ ପହଞ୍ଚିଥିଲା। ତେବେ ପୂର୍ବଦିନର ବ୍ୟାଟ୍ସମ୍ୟାନ୍ କେଶବ ମହାରାଜ ଓ ଡେନ୍ ପାଟରସନ୍ ଦକ୍ଷିଣ ଆଫ୍ରିକା ପାଇଁ ଲଢ଼ିଥିଲେ। ଦୁହେଁ ଦୃଢ଼ତାର ସହ ଇଂଲିଶ ବୋଲରଙ୍କୁ ସାମ୍ନା କରିଥିଲେ।

କେଶବ ଚମତ୍କାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ତାଙ୍କୁ ପାଟରସନ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ୧୨.୧ ଓଭର ବ୍ୟାଟିଂ କରିଥିଲେ ଏବଂ ଅନ୍ତିମ ୱିକେଟ୍ ପାଇଁ ୯୯ ରନର ଭାଗୀଦାରୀ କରି ଇଂଲଣ୍ଡ ବିଜୟକୁ ବିଳମ୍ବ କରିଥିଲେ। କେଶବ ବ୍ୟକ୍ତିଗତ ୭୧ (୧୦୬ ବଲ୍‌, ୧୦ ଚୌକା, ୩ ଛକା) ରନ୍ କରିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ ଏବଂ ଏଥିସହ ଇଂଲଣ୍ଡ ମୁକାବିଲାକୁ ଜିତି ନେଇଥିଲା। ପାଟରସନ୍ ୪୦ ବଲରେ ୬ ଚୌକା ସହ ୩୯ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୪ଟି ଓ ମାର୍କ ଉଡ୍ ୩ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଅପରାଜିତ ୧୩୫ ଇନିଂସ୍ ଖେଳିଥିବା ଇଂଲଣ୍ଡର ଓଲି ପୋପ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story