ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଅଧିନାୟକଙ୍କ ବଡ଼ ବୟାନ

ଲଣ୍ଡନ: ଭାରତ ବିପକ୍ଷ କର ବା ମର ମ୍ୟାଚ୍‌ରେ ଆସନ୍ତାକାଲି ବର୍ମିଂହାମ ପଡ଼ିଆକୁ ଓହ୍ଲାଇବ ବିଶ୍ୱକପ୍‌ର ହୋଷ୍ଟ ଟିମ୍‌ ଇଂଲଣ୍ଡ। ଏହି ମ୍ୟାଚ୍‌ ହାରିଲେ ଦଳର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଯିବ। ଏହି ମ୍ୟାଚ୍‌ ପୂର୍ବରୁ ଇଂଲିଶ ଟିମ୍‌ର ଅଧିନାୟକ ଇଆନ୍‌ ମୋର୍ଗାନ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ ଆଜି ବର୍ମିଂହାମରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, “ଅଧିନାୟକ ହିସାବରେ ଆସନ୍ତାକାଲି ମୋ ପାଇଁ ସବୁଠାରୁ ବଡ଼ ମ୍ୟାଚ୍‌ ଅଛି ବୋଲି କହିବା ଭୁଲ। […]

sqq

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 08:46 PM IST

ଲଣ୍ଡନ: ଭାରତ ବିପକ୍ଷ କର ବା ମର ମ୍ୟାଚ୍‌ରେ ଆସନ୍ତାକାଲି ବର୍ମିଂହାମ ପଡ଼ିଆକୁ ଓହ୍ଲାଇବ ବିଶ୍ୱକପ୍‌ର ହୋଷ୍ଟ ଟିମ୍‌ ଇଂଲଣ୍ଡ। ଏହି ମ୍ୟାଚ୍‌ ହାରିଲେ ଦଳର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଯିବ। ଏହି ମ୍ୟାଚ୍‌ ପୂର୍ବରୁ ଇଂଲିଶ ଟିମ୍‌ର ଅଧିନାୟକ ଇଆନ୍‌ ମୋର୍ଗାନ ଆଜି ଏକ ବଡ଼ ବୟାନ ଦେଇଛନ୍ତି।

ସେ ଆଜି ବର୍ମିଂହାମରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, “ଅଧିନାୟକ ହିସାବରେ ଆସନ୍ତାକାଲି ମୋ ପାଇଁ ସବୁଠାରୁ ବଡ଼ ମ୍ୟାଚ୍‌ ଅଛି ବୋଲି କହିବା ଭୁଲ। ଏହାଠାରୁ ମୁଁ ଅନେକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସାରିଛି।

ଆମ ଦଳର ସଦସ୍ୟମାନେ ଏକାଠି ରହିଛନ୍ତି। ଭାରତ ଏହି ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଆସିଥିଲା। ସେତେବେଳେ ଆମେ ଟିମ୍‌ ଇଣ୍ଡିଆକୁ ହରାଇଥିଲୁ। ତେଣୁ ଆସନ୍ତାକାଲି ମଧ୍ୟ ଅନୁରୂପ ଘଟଣା ଘଟିବ। ଆମେ ମନୋବଳ ସୁଦୃଢ଼ ରହିଛି। ଆହତ ହେବା କାରଣରୁ ୩ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଜେସନ ରୟ ଆସନ୍ତାକାଲି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେ ଆଜି ଦିନ ତମାମ ଅଭ୍ୟାସ କରିଛନ୍ତି। ଆମେ ଭାବୁଛୁ ଆସନ୍ତାକାଲିର ମ୍ୟାଚ୍‌ ପୂର୍ବରୁ ସେ ଫିଟ୍‌ ହୋଇଯିବେ। କିନ୍ତୁ ଯଦି ତାଙ୍କ ଫିଟ୍‌ନେସ ସମସ୍ୟା ତାଙ୍କୁ ଖେଳିବାକୁ ଅନୁମତି ନ ଦିଏ, ତା’ହେଲେ ସେ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକ ଖେଳିବେ।

ଆମକୁ ଆହୁରି ଅନେକ ମ୍ୟାଚ୍‌ ଖେଳିବାର ଅଛି। ତେଣୁ ଆମେ ରୟଙ୍କ ପାଇଁ ରିସ୍କ ନେବାକୁ ଚାହୁଁନାହୁଁ। ଆମେ ଏଠାରେ ଭାରତ ସହ ଚାମ୍ପିୟନସ ଟ୍ରଫି ଫାଇନାଲ୍‌ ଖେଳିଥିଲୁ। ଏଠାରେ ଭାରତୀୟ ଫ୍ୟାନ୍‌ଙ୍କ ସଂଖ୍ୟା ଅଧିକ। ତେଣୁ ଏଥିପାଇଁ ଆମେ ମଧ୍ୟ ପ୍ରସ୍ତୁତ ହୋଇ ରହିଛୁ।”

Related story