ଭାରତ ୨-୧ରେ ସିରିଜ୍ ବିଜୟୀ

ମୁମ୍ବାଇ: କ୍ୟାଥରିନ୍ ବ୍ରଣ୍ଟଙ୍କ ଘାତକୀୟ ସ୍ପେଲ୍ (୫/୨୮) ବଳରେ ଇଂଲଣ୍ଡ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ମହିଳା ଟିମକୁ ୨ ୱିକେଟରେ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପରାଜୟ ସତ୍ତେ୍ୱ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନିକିଆକୁ ୬୬ ରନରେ ଏବଂ ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ […]

india

india

Subrat Kumar Nayak
  • Published: Thursday, 28 February 2019
  • Updated: 28 February 2019, 06:04 PM IST

Sports

Latest News

ମୁମ୍ବାଇ: କ୍ୟାଥରିନ୍ ବ୍ରଣ୍ଟଙ୍କ ଘାତକୀୟ ସ୍ପେଲ୍ (୫/୨୮) ବଳରେ ଇଂଲଣ୍ଡ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ମହିଳା ଟିମକୁ ୨ ୱିକେଟରେ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପରାଜୟ ସତ୍ତେ୍ୱ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।

ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନିକିଆକୁ ୬୬ ରନରେ ଏବଂ ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟି କରି ସ୍ମୃତି ମନ୍ଧାନା (୬୬) ଓ ପୁନମ ରାଉତ (୫୬)ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୮.୫ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଛି ।

୨୦୬ ରନ୍ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଭେଟେରାନ୍ ଝୁଲନ୍ ଗୋସ୍ୱାମୀ। ଝୁଲନ୍ ନିଜର ଅଭିଜ୍ଞତାର ଫାଇଦା ଉଠାଇ ଇଂଲଣ୍ଡର ଶୀର୍ଷ ତିନି ବ୍ୟାଟ୍ସୱିମେନ୍ଯ-
ଆମି ଜୋନ୍ସ (୧୩), ଟାମି ବ୍ୟୁମଣ୍ଟ (୨୧) ଓ ଲରେନ୍ ୱିନଫିଲଡ (୨)ଙ୍କୁ ପ୍ୟାଭିଲିନ୍ ପଠାଇ ଦେଇଥିଲେ। ଏହା ପରେ ଦୀପ୍ତି ଶର୍ମା ନାଟାଲି ସ୍କିଭର୍ (୧)ଙ୍କୁ ଏବଂ ଶିଖା ପାଣ୍ଡେ ସାରା ଟେଲର (୨)ଙ୍କୁ ପ୍ୟାଭିଲୟିନ୍ ପଠାଇ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହି ସମୟରେ ଇଂଲଣ୍ଡର ସ୍କୋର ୫ ୱିକେଟରେ ୪୯ ରନ ଥିଲା।

କିନ୍ତୁ ଏହା ପରେ ବାଜି ଭାରତ ହାତରୁ ଚାଲିଯାଇଥିଲା। ଭ୍ରମଣକାରୀ ଦଳର ଅଧିନାୟକ ହିଥର ନାଇଟ୍ (୪୭) ଓ ୟାଟ୍ (୫୬) ଷଷ୍ଠ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ି ଇଂଲଣ୍ଡ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ନାଇଟ ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଏଲୱିସ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଏଲୱିସ୍ ୩୩ ଓ ଆନ୍ୟା ସ୍ରୁବସୋଲ୍ ୪ ରନ୍ କରି ଅପରାଜିତ ଥିବା ବେଳେ ବ୍ରଣ୍ଟ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଝୁଲନ୍ ୪୧ ରନ୍ ଦେଇ ୩ଟି, ଶିଖା ଓ ପୁନମ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦ୍ୱିତୀୟ ବଲରେ ଓପ୍ନର ଜେମିମା ରୋଡ୍ରିଗ୍ସ (୦)ଙ୍କୁ ହରାଇଥିଲା। ଏହା ପରେ ଇନଫର୍ମ ମନ୍ଧାନା ଓ ପୁନମ ରାଉତ ଦ୍ୱିତୀୟ ୱିକେଟ୍ ପାଇଁ ୧୨୯ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଦୁହେଁ ଆଉଟ୍ ହୋଇଯିବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା । ମନ୍ଧାନା ନିଜର ଅର୍ଦ୍ଧଶତକୀୟ ଇନିଂସରେ ୭୪ ବଲର ସାମ୍ନା କରି ୮ ଚୌକା ଓ ୧ ଛକା ମାରିଥିବା ବେବେ ପୁନମ ୯୭ ବଲରେ ୭ ଚୌକା ମାରିଥିଲେ। ଅଧିନାୟକ ମିତାଲି ରାଜ ମାତ୍ର ୭ ରନ୍ କରି ବ୍ରଣ୍ଟଙ୍କ ଶିକାର ହୋଇଥିଲେ। ଶେଷଭାଗରେ ଦୀପ୍ତି (୨୭³) ଓ ଶିଖା ପାଣ୍ଡେ (୨୬) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାରତକୁ ୨୦୫ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ସ୍ରୁବସୋଲ୍, ଏଲୱିସ୍ ଓ ସ୍କିଭର୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story