ମୋର୍ଗାନ୍ କହିଲେ, ବିଶ୍ୱ ବିଜୟ ପଛରେ ଆଲ୍ଲା, ଦେଖନ୍ତୁ ଭିଡିଓ

ଲଣ୍ଡନ: ଇଂଲଣ୍ଡ ୨୦୧୯ ବିଶ୍ୱ ବିଜେତା ହୋଇସାରିଛି। ସୁପର ଓଭରରେ ମଧ୍ୟ ମୁକାବିଲା ବରାବର ରହିଥିଲା ଏବଂ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଯୋଗୁ ଇଂଲଣ୍ଡ ବିଶ୍ୱ ବିଜେତା ହୋଇଥିଲା। ଟ୍ରଫି ଜିତିବା ପରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଯାହା କହିଲେ, ତାକୁ ପୂରା ଦୁନିଆ ପ୍ରଶଂସା କରୁଛି। Diversity example world must learn from this! pic.twitter.com/MiWDzyY5bo — azan (@azannazar) July 15, 2019 ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ଯେତେବେଳେ ମୋର୍ଗାନଙ୍କୁ […]

eion

Hemant Lenka
  • Published: Monday, 15 July 2019
  • , Updated: 15 July 2019, 04:43 PM IST

ଲଣ୍ଡନ: ଇଂଲଣ୍ଡ ୨୦୧୯ ବିଶ୍ୱ ବିଜେତା ହୋଇସାରିଛି। ସୁପର ଓଭରରେ ମଧ୍ୟ ମୁକାବିଲା ବରାବର ରହିଥିଲା ଏବଂ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଯୋଗୁ ଇଂଲଣ୍ଡ ବିଶ୍ୱ ବିଜେତା ହୋଇଥିଲା। ଟ୍ରଫି ଜିତିବା ପରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଯାହା କହିଲେ, ତାକୁ ପୂରା ଦୁନିଆ ପ୍ରଶଂସା କରୁଛି।

ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ଯେତେବେଳେ ମୋର୍ଗାନଙ୍କୁ ପଚରାଯାଇଥିଲା ଯେ, କ'ଣ ଆପଣ ଆଇରିଶ୍ (ଆୟର୍ଲ୍ୟାଣ୍ଡ୍) ଲକ୍ (ଭାଗ୍ୟ) କାରଣରୁ ମ୍ୟାଚ୍ ଜିତିଛନ୍ତି। ଜବାବରେ ମୋର୍ଗାନ୍ କହିଥିଲେ, ମୁଁ ଆଦିଲ୍ ରଶିଦଙ୍କ ସହ କଥା ହେଉଥିଲି ଏବଂ ସେ ମୋତେ କହିଥିଲେ ଆଲ୍ଲା (ଭଗବାନ) ଆମ ସହ ଅଛନ୍ତି। ତେଣୁ ଆଲ୍ଲା ଆମ ସହ ଥିବାରୁ ଆମେ ବିଶ୍ୱ ବିଜେତା ହେଲୁ।

ମୋର୍ଗାନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦୁନିଆରେ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। ଗୋଟିଏ ପଟେ ଯେଉଁଠି ଧର୍ମକୁ ନେଇ ଭାଗ ବଣ୍ଟା ହେଉଛି, ସେହିଠାରେ କ୍ରିକେଟ୍ ମଞ୍ଚରୁ ଆସିଥିବା ଏହି ମନ୍ତବ୍ୟ ଲୋକଙ୍କୁ ଏକାଠି କରିବା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।

Related story