ଅଷ୍ଟ୍ରେଲୀୟ ବୋଲରଙ୍କ ଫଟୋ ଦେଖି ପ୍ରଶଂସକ ଦେଲେ ଏମିତି କମେଣ୍ଟ

ଛୋଟ ଛୋଟ ଘଟଣାକୁ ନେଇ ସୋଶାଲ ମିଡିଆରେ ମଜାଦାର ପ୍ରତିକ୍ରିୟା ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଏହିଭଳି ଘଟଣା ଘଟିଛି ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କମିନ୍‌ସଙ୍କ କ୍ଷେତ୍ରରେ। ଦକ୍ଷିଣଆଫ୍ରିକା ବିରୋଧରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏକ ଡିଆରଏସ୍‌ ରିଭ୍ୟୁ ନିଜ ସପକ୍ଷରେ ଯିବା ପରେ ସାଥୀ ଖେଳାଳିମାନେ ଉତ୍ସବ ମନାଉଥିବା ବେଳେ ସେ ଜଳକା ହୋଇ ଚାହିଁ ରହିଥିବାର ଫଟୋ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି। ତାଙ୍କ ଆମ୍ବିଳା ମୁହଁକୁ ଦେଖି ନାନା କମେଣ୍ଟ […]

JALAKA-CUMMINS

JALAKA-CUMMINS

Subrat Kumar Nayak
  • Published: Saturday, 10 November 2018
  • Updated: 10 November 2018, 07:39 PM IST

Sports

Latest News

ଛୋଟ ଛୋଟ ଘଟଣାକୁ ନେଇ ସୋଶାଲ ମିଡିଆରେ ମଜାଦାର ପ୍ରତିକ୍ରିୟା ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଏହିଭଳି ଘଟଣା ଘଟିଛି ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କମିନ୍‌ସଙ୍କ କ୍ଷେତ୍ରରେ। ଦକ୍ଷିଣଆଫ୍ରିକା ବିରୋଧରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏକ ଡିଆରଏସ୍‌ ରିଭ୍ୟୁ ନିଜ ସପକ୍ଷରେ ଯିବା ପରେ ସାଥୀ ଖେଳାଳିମାନେ ଉତ୍ସବ ମନାଉଥିବା ବେଳେ ସେ ଜଳକା ହୋଇ ଚାହିଁ ରହିଥିବାର ଫଟୋ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି। ତାଙ୍କ ଆମ୍ବିଳା ମୁହଁକୁ ଦେଖି ନାନା କମେଣ୍ଟ ଆସିବାରେ ଲାଗିଛି।

ଏଥିରେ ଜଣେ ଲେଖିଛନ୍ତି, ‘ଏ ପ୍ରତିକ୍ରିୟା ସେହି ବେଳର ଭଳି ଲାଗୁଚି ଯେତେବେଳେ ଶ୍ରେଣୀରେ ସମସ୍ତେ ପାଶ୍‌ କରିଥିବେ ଆଉ ତୁମେ ଫେଲ ହୋଇଥିବ।’ ଆଉଜଣେ ଲେଖିଛନ୍ତି, ‘ସେ ବୋଧେ ଧନିଆ ଆଣିବାକୁ ଭୁଲିଯାଇଛନ୍ତି।’ ଏବେ ଦେଖନ୍ତୁ ଆଉ କିଛି ମଜାଦାର ଟ୍ୱିଟ୍‌।
https://twitter.com/jamespavey_/status/1060867393352679424
https://twitter.com/patcummins30/status/1060879332858507265

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos