ଫ୍ରେଞ୍ଚ୍ ଓପନରୁ ବାଦ୍ ପଡିଲେ ଫେଡେରର

ବେସେଲ୍‌: ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରୋଜର ଫେଡେରର ଆହତ କାରଣରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଫ୍ରେଞ୍ଚ୍ ଓପନରୁ ବାଦ୍ ପଡ଼ିଛନ୍ତି। ୨୦ଥରର ଗ୍ରାଣ୍ଡସ୍ଲାମ୍ ବିଜେତା ଫେଡେରରଙ୍କୁ ଅଷ୍ଟ୍ରେଲିଆନ୍ ଓପନରେ ଆଘାତ ଲାଗିଥିଲା। ୩୮ ବର୍ଷୀୟ ଫେଡେରର ମଧ୍ୟ ଏଟିପି ଟୁର୍ଣ୍ଣାମେଣ୍ଟ ଯଥା ଦୁବାଇ ଓପନ୍‌, ଇଣ୍ଡିଆନ୍ ୱେଲ୍ସ, ବୋଗୋଟା ଓ ମିଆମି ମାଷ୍ଟର୍ସରୁ ମଧ୍ୟ ଓହରିଯାଇଛନ୍ତି। ତେବେ ଫେଡେରରଙ୍କ ପାଇଁ ଆହତ ସମସ୍ୟା ନୂଆ ନୁହେଁ। ଏହା ପୂର୍ବରୁ ଫେଡେରର ୨୦୧୬, ୨୦୧୭ ଓ […]

federer

federer

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 08:39 PM IST

Sports

Latest News

ବେସେଲ୍‌: ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରୋଜର ଫେଡେରର ଆହତ କାରଣରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଫ୍ରେଞ୍ଚ୍ ଓପନରୁ ବାଦ୍ ପଡ଼ିଛନ୍ତି। ୨୦ଥରର ଗ୍ରାଣ୍ଡସ୍ଲାମ୍ ବିଜେତା ଫେଡେରରଙ୍କୁ ଅଷ୍ଟ୍ରେଲିଆନ୍ ଓପନରେ ଆଘାତ ଲାଗିଥିଲା। ୩୮ ବର୍ଷୀୟ ଫେଡେରର ମଧ୍ୟ ଏଟିପି ଟୁର୍ଣ୍ଣାମେଣ୍ଟ ଯଥା ଦୁବାଇ ଓପନ୍‌, ଇଣ୍ଡିଆନ୍ ୱେଲ୍ସ, ବୋଗୋଟା ଓ ମିଆମି ମାଷ୍ଟର୍ସରୁ ମଧ୍ୟ ଓହରିଯାଇଛନ୍ତି।

ତେବେ ଫେଡେରରଙ୍କ ପାଇଁ ଆହତ ସମସ୍ୟା ନୂଆ ନୁହେଁ। ଏହା ପୂର୍ବରୁ ଫେଡେରର ୨୦୧୬, ୨୦୧୭ ଓ ୨୦୧୮ ସିଜନରେ କ୍ଲେ'କୋର୍ଟରୁ ବାହାରେ ରହିଥିଲେ। ଗତବର୍ଷ ସେ ମାତ୍ର ଦୁଇଟି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ (ଫ୍ରେଞ୍ଚ୍ ଓପନ୍ ଓ ୟୁଏସ୍ ଓପନ୍‌) ଖେଳିଥିଲେ। ଆହତ ନେଇ ଫେଡେରର ଟ୍ୱିଟରରେ ସୂଚନା ଦେଇଛନ୍ତି।

ଫେଡେରର କହିଛନ୍ତି, ଗତ କିଛି ଦିନ ହେବ, ମୋ ଡାହାଣ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ହେଉଛି। ଏହି କାରଣରୁ ମୁଁ ମୋ ଆଣ୍ଠୁର ସର୍ଜରୀ କରାଇଛି ଏବଂ ଡାକ୍ତର ମୋତେ ତିନି-ଚାରି ମାସ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ମୁଁ ଶୀଘ୍ର ଫିଟ୍ ହେବାକୁ ଚାହୁଁଛି। କିନ୍ତୁ ଗୋଟିଏ କଥା ସତ ଯେ, ଚଳିତବର୍ଷ ମେ' ମାସରେ ହେବାକୁଥିବା ଫ୍ରେଞ୍ଚ୍ ଓପନରେ ମୁଁ ଭାଗ ନେଇପାରିବି ନାହିଁ। ସୂଚନାଯୋଗ୍ୟ, ଫେଡେରର ନିଜ କ୍ୟାରିୟରରେ ମାତ୍ର ଥରେ ଫ୍ରେଞ୍ଚ୍ ଓପନ୍ (୨୦୦୯) ଟାଇଟଲ୍ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos