ବିରାଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବିପଦରେ ଟିମ୍ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ଦମଦାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଚଳିତ ବିଶ୍ୱକପର ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବିରାଟ୍ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ମାରିଛନ୍ତି । ବିରାଟ୍ ୫୫ ବଲରେ କ୍ୟାରିୟରର ୫୨ତମ ଅର୍ଦ୍ଧଶତକ ପୂରରଣ କରିଛନ୍ତି । କୋହଲି ଗୋଟିଏ ପଟେ ନିଜର ଲଢ଼ୁଆ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନ ତରଫରୁ ସହଯୋଗ ମିଳିପାରି ନାହିଁ। ଭାରତର […]

v

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 06:24 PM IST

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ଦମଦାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଚଳିତ ବିଶ୍ୱକପର ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବିରାଟ୍ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ମାରିଛନ୍ତି । ବିରାଟ୍ ୫୫ ବଲରେ କ୍ୟାରିୟରର ୫୨ତମ ଅର୍ଦ୍ଧଶତକ ପୂରରଣ କରିଛନ୍ତି ।

କୋହଲି ଗୋଟିଏ ପଟେ ନିଜର ଲଢ଼ୁଆ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନ ତରଫରୁ ସହଯୋଗ ମିଳିପାରି ନାହିଁ। ଭାରତର ଦୁଇ ଓପ୍ନର ରୋହିତ୍ ଶର୍ମା (୧୮) ଓ ଲୋକେଶ ରାହୁଲ (୪୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ପୁଣିଥରେ ନିରାଶ କରିଛନ୍ତି। ସେ ମାତ୍ର ୧୪ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ସେହିପରି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା  କେଦାର ଯାଦବ ମାତ୍ର ୭ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କୁ  ଜେସନ୍ ହୋଲ୍ଡର ପ୍ୟାଭିଲିୟନ୍ ପଠାଇଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୨୯ ଓଭରରେ ୪ ୱିକେଟ୍ ହରାଇ ୧୪୦ ରନ୍ କରିଛି । ବିରାଟ୍ ୫୧ ରନରେ ବ୍ୟାଟିଂ ଜାରି ରଖିଛନ୍ତି ।

Related story