ଏଫଆଇଏଚ୍ ପ୍ରୋ ଲିଗ: ଶୁଟଆଉଟରେ ଜିତିଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପୁରୁଷ ହକି ଟିମ୍ ଏଫଆଇଏଚ୍ ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ପଛୁଆ ରହିବା ପରେ ଜବରଦସ୍ତ କମବ୍ୟାକ୍ କରି ଶୁଟଆଉଟରେ ନେଦରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ଶୁଟଆଉଟରେ ମ୍ୟାଚ୍ ଜିତିବା ଦ୍ୱାରା ଭାରତ ବୋନସ୍ ସହ ଦୁଇ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ବରାବର କରିବାରୁ ନେଦରଲ୍ୟାଣ୍ଡକୁ ୧ ପଏଣ୍ଟ ମିଳିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୫-୨ ଗୋଲରେ ପରାସ୍ତ କରିଥିଲା। […]

hockey

hockey

Ranjit Kumar Jena
  • Published: Sunday, 19 January 2020
  • Updated: 19 January 2020, 08:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପୁରୁଷ ହକି ଟିମ୍ ଏଫଆଇଏଚ୍ ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ପଛୁଆ ରହିବା ପରେ ଜବରଦସ୍ତ କମବ୍ୟାକ୍ କରି ଶୁଟଆଉଟରେ ନେଦରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ଶୁଟଆଉଟରେ ମ୍ୟାଚ୍ ଜିତିବା ଦ୍ୱାରା ଭାରତ ବୋନସ୍ ସହ ଦୁଇ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ବରାବର କରିବାରୁ ନେଦରଲ୍ୟାଣ୍ଡକୁ ୧ ପଏଣ୍ଟ ମିଳିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୫-୨ ଗୋଲରେ ପରାସ୍ତ କରିଥିଲା। ଏବେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି।

ମ୍ୟାଚରେ ଭାରତ ଏକ ସମୟରେ ୧-୩ ଗୋଲରେ ପଛୁଆ ରହିଥିଲା। ତେବେ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମନଦୀପ ସିଂହ (୫୧ତମ) ଓ ରୂପିନ୍ଦର ପାଲ୍ ସିଂହ (୫୫ତମ)ଙ୍କ ଗୋଲ୍ ବଳରେ ଭାରତ ମୁକାବିଲାକୁ ୩-୩ରେ ବରାବର କରିଥିଲା। ଭାରତ ପାଇଁ ପ୍ରଥମ ଗୋଲ୍ ଲଲିତ ଉପାଧ୍ୟାୟ (୨୫ତମ) ଦେଇଥିଲେ। ନେଦରଲ୍ୟାଣ୍ଡ୍ ପକ୍ଷରୁ ମିଙ୍କ୍ ୱୀରଡେନ୍ ଭାନ୍ ଡର୍ (୨୪ତମ), ଜେରନ୍ ହର୍ଜବର୍ଗର୍ (୨୬ତମ) ଓ ଜୋର୍ନ କେରଲମ୍ୟାନ୍ (୨୭ତମ) ଗୋଲ୍ ସ୍କୋର କରିଥିଲେ। ମ୍ୟାଚ୍ ବରାବର ରହିବାରୁ ରେଫରୀ ଶୁଟଆଉଟର ସହାୟତା ନେଇଥିଲେ। ଶୁଟଆଉଟରେ ଭାରତ ପକ୍ଷରୁ ବିବେକ ପ୍ରସାଦ, ଆକାଶଦୀପ ସିଂହ ଓ ଗୁରଜନ୍ଦ ସିଂହ ଗୋଲ୍ ଦେଇଥିଲେ। ନେଦରଲ୍ୟାଣ୍ଡ୍ ପକ୍ଷରୁ ମିର୍କୋ ପ୍ରୁଜସର୍ ଏକମାତ୍ର ଗୋଲ୍ ଦେଇଥିଲେ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ହେଁ, ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ଦବଦବା ଦେଖାଇଥିଲା । ୨୩ତମ ମିନିଟରେ ନେଦରଲ୍ୟାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଭାନ୍ ଡର୍ ୱୀରଡେନ୍ ଗୋଲରେ ପରିଣତ କରି ଭ୍ରମଣକାରୀ ଦଳକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ଦୁଇ ମିନିଟ୍ ପରେ ଲଲିତ ଉପାଧ୍ୟାୟ ଫିଲ୍ଡ ଗୋଲ୍ ଦେଇ ମୁକାବିଲାକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ଏହା ପରେ ନେଦରଲ୍ୟାଣ୍ଡ୍ ଗୋଟିଏ ମିନିଟ୍ ଭିତରେ ଲଗାତାର ଦୁଇଟି ଗୋଲ୍ ଦେଇ ପୁଣିଥରେ ମ୍ୟାଚରେ ଆଗୁଆ ରହିଥିଲା। ୨୬ତମ ମିନିଟରେ ହର୍ଜବର୍ଗର ଓ ୨୭ତମ ମିନିଟରେ କେଲରମ୍ୟାନ୍ ଫିଲ୍ଡ ଗୋଲ୍ ଜରିଆରେ ନିଜ ଦଳ ପାଇଁ ଏହି ସଫଳତା ଆଣିଥିଲେ। ପ୍ରଥମାର୍ଦ୍ଧରେ ପଛୁଆ ରହିବା ଦ୍ୱାରା ଭାରତ ଉପରେ ଚାପ ପଡ଼ିଥିଲା।

ତୃତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ ଡିଫେନ୍ସ ଉପରେ ଅଧିକ ଫୋକସ୍ କରିଥିଲା, ଯେଉଁକାରଣରୁ ଭାରତ ଗୋଟିଏ ବି ଗୋଲ୍ ଦେଇପାରିନଥିଲା। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଭ୍ରମଣକାରୀ ଦଳ ଉପରେ ଘନଘନ ଆକ୍ରମଣ କରିଥିଲା। ୫୧ତମ ମିନିଟରେ ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇ ମନଦୀପ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ପରିଶୋଧ କରିଥିଲେ। ଚାରିମିନିଟ୍ ପରେ ଡ୍ରାଗ ଫ୍ଲିକର୍ ରୂପିନ୍ଦର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ମ୍ୟାଚକୁ ୩-୩ରେ ବରାବର କରିଥିଲେ। ଶେଷ ପାଞ୍ଚ ମିନିଟରେ ଉଭୟ ଦଳ ଗୋଲ୍ ଅଗ୍ରଣୀ ହାସଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, ଏଥିରେ କାହାରିକୁ ସଫଳତା ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story