ଏଫ୍ଆଇଏଚ୍ ୱାର୍ଲ୍ଡ ଲିଗ୍ ସେମିଫାନାଲ୍ସର ମୂଲ୍ୟାଙ୍କନ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ: ନିକଟରେ ବେଲଜିୟମରେ ଶେଷ ହୋଇଥିବା ଏଫଆଇଏଚ ୱାର୍ଲ୍ଡ ଲିଗ ସେମିଫାନାଲ୍ସରେ ଭାରତର ଉଭୟ ଜାତୀୟ ମହିଳା ଓ ପୁରୁଷ ହକି ଟିମର ପ୍ରଦର୍ଶନର ମୂଲ୍ୟାଙ୍କନ କରିବ ହକି ଇଣ୍ଡିଆ। ଆସନ୍ତା ବର୍ଷ  ଅନୁଷ୍ଠିତ ହେବାକୁ ଥିବା ରିଓ ଅଲିମ୍ପିକ ପାଇଁ ପ୍ରସ୍ତୁତି ପରିପ୍ରେକ୍ଷୀରେ ଏହି ମୂଲ୍ୟାଙ୍କନ କରିବ ହକି ଇଣ୍ଡିଆ। ଏଥିପାଇଁ ଚଳିତ ମାସ ପ୍ରାରମ୍ଭରେ ହକି ଇଣ୍ଡିଆ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ […]

logo-hockey-india700

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 01:46 PM IST

ନୂଆଦିଲ୍ଲୀ: ନିକଟରେ ବେଲଜିୟମରେ ଶେଷ ହୋଇଥିବା ଏଫଆଇଏଚ ୱାର୍ଲ୍ଡ ଲିଗ ସେମିଫାନାଲ୍ସରେ ଭାରତର ଉଭୟ ଜାତୀୟ ମହିଳା ଓ ପୁରୁଷ ହକି ଟିମର ପ୍ରଦର୍ଶନର ମୂଲ୍ୟାଙ୍କନ କରିବ ହକି ଇଣ୍ଡିଆ। ଆସନ୍ତା ବର୍ଷ  ଅନୁଷ୍ଠିତ ହେବାକୁ ଥିବା ରିଓ ଅଲିମ୍ପିକ ପାଇଁ ପ୍ରସ୍ତୁତି ପରିପ୍ରେକ୍ଷୀରେ ଏହି ମୂଲ୍ୟାଙ୍କନ କରିବ ହକି ଇଣ୍ଡିଆ। ଏଥିପାଇଁ ଚଳିତ ମାସ ପ୍ରାରମ୍ଭରେ ହକି ଇଣ୍ଡିଆ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ ଅଲିମ୍ପିକ୍ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ରହିଛନ୍ତି। ହରିବିନ୍ଦର ସିଂ ଏହାର ଅଧ୍ୟକ୍ଷ ରହିଛନ୍ତି। ଜୁଲାଇ ୨୪ ତାରିଖରେ ଏହି କମିଟିର ବୈଠକ ବସିବ। ଏଥିରେ କମିଟି ୱାର୍ଲ୍ଡ ଲିଗ୍ ସେମିଫାନାଲ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରଦର୍ଶନ ସମ୍ପର୍କରେ ସମୀକ୍ଷା କରିବେ। ଏହାପରେ ହକି ଇଣ୍ଡିଆକୁ ମତାମତ ଓ ସୁପାରିଶ ଦେବେ। ଏହାପରେ ହକି ଇଣ୍ଡିଆ ୨୦୧୬ ରିଓ ଅଲିମ୍ପିକ ଗେମ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରସ୍ତୁତି ସମ୍ପର୍କରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରିବ।

Related story