ଭାରତ ଆଗରେ ୧୬୭ ରନ୍‌ର ଟାର୍ଗେଟ୍‌: ଜବାବରେ ରୋହିତଙ୍କ ବିସ୍ଫୋରକ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ୍ କପ୍ ଟି-ଟ୍ୱେଣ୍ଟି ଫାଇନାଲରେ ଟିମ୍ ଇଣ୍ଡିଆ ଆଗରେ ୧୬୭ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଛି ୧୬୬ ରନ୍। ଦଳ ପକ୍ଷରୁ ସବିର ରେହମାନ ସର୍ବାଧିକ ୭୭ ରନ କରିଛନ୍ତି।  ଏଥିରେ ରହିଛି ୪ଟି ଛକ୍କା ଓ ୭ଟି ଚୌକା। ଶେଷ ଓଭରରେ ମେହଦି ହସନ ୬ଟି ବଲରୁ ଧୂଆଁଧାର ୧୮ ରନ୍ କରି ଦଳକୁ ଏକ ଭଲ ସ୍କୋର୍‌ରେ ପହଞ୍ଚାଇଛନ୍ତି।  […]

AP3_14_2018_000189B

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ୍ କପ୍ ଟି-ଟ୍ୱେଣ୍ଟି ଫାଇନାଲରେ ଟିମ୍ ଇଣ୍ଡିଆ ଆଗରେ ୧୬୭ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଛି ୧୬୬ ରନ୍। ଦଳ ପକ୍ଷରୁ ସବିର ରେହମାନ ସର୍ବାଧିକ ୭୭ ରନ କରିଛନ୍ତି।  ଏଥିରେ ରହିଛି ୪ଟି ଛକ୍କା ଓ ୭ଟି ଚୌକା। ଶେଷ ଓଭରରେ ମେହଦି ହସନ ୬ଟି ବଲରୁ ଧୂଆଁଧାର ୧୮ ରନ୍ କରି ଦଳକୁ ଏକ ଭଲ ସ୍କୋର୍‌ରେ ପହଞ୍ଚାଇଛନ୍ତି।  ଟିମ୍ ଇଣ୍ଡିଆ ପକ୍ଷରୁ ଚହଲ ୪ ଓଭରରେ ମାତ୍ର ୧୮ରନ୍ ଦେଇ ୩ଟି ଓ୍ୱିକେଟ ନେଇଛନ୍ତି। ଜୟଦେବ ଉନାଦକଟ୍ ନେଇଛନ୍ତି ୨ଟି ଓ୍ୱିକେଟ। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।

 

Related story