ଫାଦର୍ସ-ଡେ’ରେ ବାପ-ପୁଅ ଲଢେଇ: କ୍ରିକେଟ୍‌ ପାଲଟିଲା ମାଇଣ୍ଡ୍ ଗେମ୍‌, ଚାଲିଛି ଟ୍ୱିଟର୍‌ ୱାର୍‌

ଭୁବନେଶ୍ୱର: ଆଉ ମାତ୍ର ଘଣ୍ଟା କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌। ଓଭାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ବନାମ ପାକିସ୍ତାନର ପେସ୍ ବାହିନୀ। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ଥିବା ବେଳେ ନୂଆ ଅଧ୍ୟାୟ ସୃଷ୍ଟି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ପାକିସ୍ତାନ। ମ୍ୟାଚ୍‌ ସମୟ ଯେତିକି ପାଖେଇ ଆସୁଛି ସେତିକି […]

VIRAA

Rakesh Mallick
  • Published: Saturday, 17 June 2017
  • , Updated: 17 June 2017, 06:54 PM IST

ଭୁବନେଶ୍ୱର: ଆଉ ମାତ୍ର ଘଣ୍ଟା କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌। ଓଭାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ବନାମ ପାକିସ୍ତାନର ପେସ୍ ବାହିନୀ। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ଥିବା ବେଳେ ନୂଆ ଅଧ୍ୟାୟ ସୃଷ୍ଟି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ପାକିସ୍ତାନ। ମ୍ୟାଚ୍‌ ସମୟ ଯେତିକି ପାଖେଇ ଆସୁଛି ସେତିକି ଉତ୍କଣ୍ଠା ବିଢି ବଢି ଚାଲିଛି। ଫ୍ୟାନମାନେ ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିବା ଆରମ୍ଭ କରିଦେଇଛନ୍ତି। ପୂଜାର୍ଚ୍ଚନା ହୋମଯଜ୍ଞ ବି ଚାଲିଛି।

ଏପଟେ ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଛି ମାଇଣ୍ଡ ଗେମ୍। ଫାଇନାଲରେ କୋହଲି ଚାପରେ ରହିବେ ବୋଲି କହିଛନ୍ତି ପାକିସ୍ତାନୀ ଫାଷ୍ଟ ବୋଲର ମହମ୍ମଦ ଆମିର୍। ମ୍ୟାଚ୍ ଜିତି 2007 ଟି-ଟୋଣ୍ଟି ବିଶ୍ୱକପ ଫାଇନାଲ ପରାଜୟର ବଦ୍‌ଲା ନେବାକୁ ପାକିସ୍ତାନୀ ଟିମକୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନ୍। ଏପଟେ କାଲି ଫାଦର୍ସ ଡେ ଥିବାରୁ ପାକିସ୍ତାନୀ ଟିମ୍‌କୁ ଟ୍ୱିଇଟ୍ କରି କଟାକ୍ଷ କରିଛନ୍ତି ବୀରେନ୍ଦ୍ର ସେହଓ୍ୱାଗ୍। ମଜାଦାର ଟୁଇଟ୍ ପାଇଁ ଜଣାଶୁଣା ଅଭିନେତା ରିଷି କାପୁର ବି ମ୍ୟାଚ୍ ପୂର୍ବରୁ ମତ ରଖିଛନ୍ତି।

ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ଶୋଚନୀୟ ଭାବେ ମାତ୍ ଦେଇଥିଲା ବିରାଟ ବାହିନୀ ଏହାପରେ ପାକିସ୍ତାନ ଜବରଦସ୍ତ କମ୍‌ବ୍ୟାକ୍‌ କରିବା ସହ ଆୟୋଜକ ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଛି। ଏହି ଦୃଷ୍ଟିରୁ ଫାଇନାଲରେ ଜବରଦସ୍ତ ଲଢେଇ ହେବ ବୋଲି  କ୍ରିକେଟ୍‌ ପ୍ରେମୀ ଆଶା ରଖିଛନ୍ତି।

Related story