ରଣଜୀ ଟ୍ରଫି ଫାଇନାଲରେ ଗୁଜରାଟ

ନାଗପୁର: ଜେଜେ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ସେମିଫାଇନାଲ ମ୍ୟାଚର ଚତୁର୍ଥ ଦିନରେ ଆଜି ଗୁଜରାଟ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଗୁଜରାଟର ୨୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଝାଡ଼ଖଣ୍ଡ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଗୁଜରାଟ୍‌ର ଫାଷ୍ଟ ବୋଲର ବୁମ୍‌ରା ୬ଟି ୱିକେଟ ନେଇ ବିଜୟରେ କର୍ଣ୍ଣଧାର ସାଜିଥିଲେ। ଗୁଜରାଟ ପ୍ରଥମ ଇନିଂସରେ ୩୯୦ ରନ୍ କରିଥିଲା। ଗୁଜରାଟ ପକ୍ଷରୁ ପିକେ ପଞ୍ଚଲ ୧୪୯, ପାର୍ଥିବ ପଟେଲ […]

ranjitrophy

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 10:33 PM IST

ନାଗପୁର: ଜେଜେ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ସେମିଫାଇନାଲ ମ୍ୟାଚର ଚତୁର୍ଥ ଦିନରେ ଆଜି ଗୁଜରାଟ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଗୁଜରାଟର ୨୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଝାଡ଼ଖଣ୍ଡ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଗୁଜରାଟ୍‌ର ଫାଷ୍ଟ ବୋଲର ବୁମ୍‌ରା ୬ଟି ୱିକେଟ ନେଇ ବିଜୟରେ କର୍ଣ୍ଣଧାର ସାଜିଥିଲେ।

ଗୁଜରାଟ ପ୍ରଥମ ଇନିଂସରେ ୩୯୦ ରନ୍ କରିଥିଲା। ଗୁଜରାଟ ପକ୍ଷରୁ ପିକେ ପଞ୍ଚଲ ୧୪୯, ପାର୍ଥିବ ପଟେଲ ୬୨, ଆରପି ସିଂହ ୪୦ ରନ୍‌ କରିଥିଲେ। ଝାଡ଼ଖଣ୍ଡ ପକ୍ଷରୁ ଏଆର ଯାଦବ ୩, ବିକାଶ ସିଂହ ୨, ଆର ଶୁକ୍ଳା ୩, ଏସ୍‌ ନଦିମ ୩ଟି, କୌଶଲ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବରେ ଝାଡ଼ଖଣ୍ଡ ୪୦୮ ରନ୍‌ କରିଥିଲେ। ଝାଡ଼ଖଣ୍ଡ ପକ୍ଷରୁ ଆଇଆର ଜାଗି ୧୨୯, ଈଶାନ କିଶାନ ୬୧ ଓ କୌଶଲ ସିଂହ ୫୩ ରନ କରିଥିଲେ। ଗୁଜରାଟ ପକ୍ଷରୁ ଆରପି ସିଂହ ୬ଟି, ଏଚ୍‌ପି ପଟେଲ ୨ଟି, ଜେଜେ ବୁମ୍‌ରା ଓ ଆରଏଚ୍‌ ଭଟ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଫଳରେ ଝାଡ଼ଖଣ୍ଡ ୧୮ ରନ୍‌ ଲିଡି ନେଇଥିଲା। ଦ୍ୱିତୀୟ ଇନିଂସରେ ଗୁଜରାଟ୍‌ ୨୫୨ ରନ୍‌ରେ କରିବାରେ ସମର୍ଥ ହୋଇଥିଲେ। ଦଳ ପକ୍ଷରୁ ଏସ୍‌ବି ଗୋହିଲ୍‌ ୪୯, ବିଏଚ୍‌ ମେହେର ୪୪, ଏମ୍‌ସି ଜୁନେଜା ୮୧, ସିଜେ ଗାନ୍ଧୀ ୫୧ ରନ୍‌ କରିଥିଲେ। ଗୁଜରାଟ୍‌ ୨୩୪ ରନ୍‌ର ବିଜୟ ଲକ୍ଷ୍ୟ ଝାଡ଼ଖଣ୍ଡ ଆଗରେ ଦେଇଥିଲା। ମାତ୍ର ଜେଜେ ବୁମ୍‌ରାଙ୍କ ଆଗରେ କୌଣସି ବ୍ୟାଟ୍ସମ୍ୟାନ୍‌ ବେଶୀ ସମୟ ତିଷ୍ଠି ପାରିନଥିଲେ। ବୁମ୍‌ରା ୧୪ ଓଭରରେ ୬ ୱିକେଟ ନେଇଥିବା ବେଳେ ଆରପି ସିଂହ ୩ଟି ଓ ଏଚ୍‌ପି ପଟେଲ ଗୋଟିଏ ୱିକେଟ ନେଇଥିଲେ।

Related story