ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ସିରିଜ। ଟେଷ୍ଟ ଓ ଦିନିକିଆ ସିରିଜ ପୂର୍ବରୁ ଉଭୟ ଦେଶ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ମଞ୍ଚେଷ୍ଟରରେ ଖେଳାଯିବ। ଆୟର୍ଲାଣ୍ଡ ବିପକ୍ଷରେ ବିଜୟରୁ ଗସ୍ତ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନିଜର କମାଲ୍ ଦେଖାଇବାକୁ ଚେଷ୍ଟା କରିବ। ସେପଟେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଇଂଲଣ୍ଡର ମଧ୍ୟ ମନବଳ ଦୃଢ ରହିଛି। ଭାରତୀୟ ସମୟ ରାତି ୧୦ଟାରେ ଆଜିର ମୁକାବିଲା ଅନୁଷ୍ଠିତ ହେବ।
ଇଂଲଣ୍ଡ ବିପକ୍ଷରେ ଭାରତ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ। ହେଲେ ପ୍ରଥମ ଟି-ଟ୍ୱେଣ୍ଟି ପୂର୍ବରୁ ଭାରତ ପାଇଁ ଖେଳାଳିଙ୍କ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି। ବୁମ୍ରା ଓ ୱାସିଂଟନ ସୁନ୍ଦର ଆହତ କାରଣରୁ ପ୍ରଥମ ଟି-ଟ୍ୱେଣ୍ଟିରୁ ବାହାର ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୪ ଛୁଆ ଜନ୍ମ କରିବାକୁ ବ୍ରାହ୍ମଣ ଦମ୍ପତିଙ୍କୁ ଅଫର!
ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ଦମ୍ପତିଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ। ମଧ୍ୟପ୍ରଦେଶରେ ବ୍ରାହ୍ମଣ ସମାଜ ସଂଗଠନ 'ପର୍ଶୁରାମ କଲ୍ୟାଣ ବୋର୍ଡ' ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବୋର୍ଡ।
National
୧୫ ତାରିଖରେ ହେବାକୁ ଥିବା UGC-NET ପରୀକ୍ଷା ସ୍ଥଗିତ
ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।
Politics
ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ
ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।
Events & Festivals
ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।
Crime
ଖାଇବା ନେଇ ଆସିଥିଲେ ବାପା ମାଆ, ଦେଖିଲେ ହଷ୍ଟେଲରେ ଝୁଲୁଛି ପୁଅର ମୃତଦେହ
ଖଡ଼ଗପୁର ଆଇଆଇଟିରେ ଛାତ୍ର ଆତ୍ମହତ୍ୟା। ହଷ୍ଟେଲରେ ପୁଅକୁ ଭେଟିବାକୁ ଯାଇଥିବାବେଳେ ମୃତଦେହ ଝୁଲୁଥିବା ଦେଖିଲେ ବାପା ମାଆ।