ପୂର୍ବତନ କ୍ରିକେଟର୍ ବେଣୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବେଣୁଗୋପାଳ ରାଓ ଏବଂ ଆନ୍ଧ୍ର ପ୍ରଦେଶ ଟିମର ପୂର୍ବତନ କ୍ୟାପଟେନ୍ ବେଣୁଗୋପଳ ରାଓ ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ଆନ୍ଧ୍ର ପ୍ରଦେଶ କ୍ରିକେଟ୍ ସଂଘ ପକ୍ଷରୁ କୁହାଯାଇଛି ଯେ, ବେଣୁ ତତ୍କାଳ ପ୍ରଭାବରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପକ୍ଷରୁ ୧୬ ଦିନିକିଆ ଏବଂ ଆଇପିଏଲରେ ୬୫ ମ୍ୟାଚ୍ ଖେଳିଛନ୍ତି। ବିଶାଖାପାଟଣାର ଏହି ୩୭ ବର୍ଷୀୟ ଖେଳାଳି ଭାରତ ପକ୍ଷରୁ ଖେଳିଥିବା ୧୧ […]

rao

Ranjit Kumar Jena
  • Published: Tuesday, 30 July 2019
  • , Updated: 30 July 2019, 07:09 PM IST

ମୁମ୍ବାଇ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବେଣୁଗୋପାଳ ରାଓ ଏବଂ ଆନ୍ଧ୍ର ପ୍ରଦେଶ ଟିମର ପୂର୍ବତନ କ୍ୟାପଟେନ୍ ବେଣୁଗୋପଳ ରାଓ ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ଆନ୍ଧ୍ର ପ୍ରଦେଶ କ୍ରିକେଟ୍ ସଂଘ ପକ୍ଷରୁ କୁହାଯାଇଛି ଯେ, ବେଣୁ ତତ୍କାଳ ପ୍ରଭାବରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପକ୍ଷରୁ ୧୬ ଦିନିକିଆ ଏବଂ ଆଇପିଏଲରେ ୬୫ ମ୍ୟାଚ୍ ଖେଳିଛନ୍ତି।

ବିଶାଖାପାଟଣାର ଏହି ୩୭ ବର୍ଷୀୟ ଖେଳାଳି ଭାରତ ପକ୍ଷରୁ ଖେଳିଥିବା ୧୧ ଇନିଂସରୁ ୨୧୮ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ସେ ଶ୍ରୀଲଙ୍କା ବିପକ୍ଷ ୩୦ ଜୁଲାଇ, ୨୦୦୫ରେ ଡାମ୍ବୁଲାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବେଣୁଗୋପାଳ ନିଜର ଶେଷ ଦିନିକିଆ ୨୩ ମେ', ୨୦୦୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ।

ସେ ୧୨୧ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୭୦୮୧ ରନ୍ କରିଛନ୍ତି, ଯେଉଁଥିରେ ୧୭ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ୍ ଅଛି। ଆଇପିଏଲରେ ସେ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଡେକାନ୍ ଚାର୍ଜର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି।

Related story